Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲାକ୍ଷାଦ୍ୱୀପରୁ ନିଜ ଅନୁଭୂତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଲାକ୍ଷାଦ୍ୱୀପରୁ ନିଜ ଅନୁଭୂତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ

 


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାକ୍ଷାଦ୍ୱୀପରୁ ତାଙ୍କ ଅନୁଭୂତ ବାଣ୍ଟିଛନ୍ତି ଏବଂ ଆତିଥ୍ୟ ପାଇଁ ଦ୍ୱୀପପୁଞ୍ଜର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ନିକଟରେ ମୋତେ ଲାକ୍ଷାଦ୍ୱୀପ ଲୋକଙ୍କ ମଧ୍ୟରେ ରହିବାର ସୁଯୋଗ ମିଳିଥିଲା । ମୁଁ ଏବେ ବି ଏହି ଦ୍ୱୀପପୁଞ୍ଜର ଚମତ୍କାର ସୌନ୍ଦର୍ଯ୍ୟ ଏବଂ ଏଠାକାର ଲୋକଙ୍କ ଅବିଶ୍ୱସନୀୟ ଆତିଥ୍ୟକୁ ନେଇ ଆଶ୍ଚର୍ଯ୍ୟଚକିତ । ମୋତେ ଆଗତୀ, ବଙ୍ଗରାମ ଏବଂ କଭାରତିରେ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । ଆତିଥ୍ୟ ପାଇଁ ଦ୍ୱୀପପୁଞ୍ଜର ଲୋକଙ୍କୁ ଧନ୍ୟବାଦ । ଲାକ୍ଷାଦ୍ୱୀପରୁ ଆକାଶମାର୍ଗରୁ କିଛି ଝଲକ ଏବଂ ଅନ୍ୟ ଦୃଶ୍ୟ ଏଠାରେ ରହିଛି.. ।’

 

  SR