Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲୋକମାତା ଅହିଲ୍ୟାବାଇ ହୋଲକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାତା ଅହିଲ୍ୟାବାଇ ହୋଲକରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଯେ ସମଗ୍ର ଦେଶ ଲୋକମାତା ଅହିଲ୍ୟାବାଇ ହୋଲକରଙ୍କୁ ତାଙ୍କର ଜ୍ଞାନ, କରୁଣା ଏବଂ ଜନ କଲ୍ୟାଣ ପ୍ରତି ଅତୁଟ ପ୍ରତିବଦ୍ଧତା ପାଇଁ ଗଭୀର ସମ୍ମାନ ଶ୍ରଦ୍ଧାର ସହ ସ୍ମରଣ କରୁଛି

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ତାଙ୍କ ଜୀବନ ସୁଶାସନ, ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବର ଏକ ଆଦର୍ଶ ହୋଇ ରହିଛି ସେ କହିଥିଲେ ଯେ ସେ ସର୍ବଦା ସାହସ ଏବଂ ଦୃଢ଼ କର୍ତ୍ତବ୍ୟବୋଧ ସହିତ ନେତୃତ୍ୱ ନେଇଥିଲେ

ସମସ୍ତଙ୍କ ପାଇଁ ନ୍ୟାୟ ଏବଂ କଲ୍ୟାଣ ସୁନିଶ୍ଚିତ କରିବାରେ ତାଙ୍କର ଅତୁଳନୀୟ ଅବଦାନ ତଥା ସାରା ଦେଶରେ ପବିତ୍ର ମନ୍ଦିର ଏବଂ ତୀର୍ଥସ୍ଥାନଗୁଡିକର ପୁନଃନିର୍ମାଣ ଦିଗରେ ତାଙ୍କର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ସେ କହିଥିଲେ ଯେ ତାଙ୍କ କାର୍ଯ୍ୟ ଭାରତର ସାଂସ୍କୃତିକ ଚେତନାକୁ ଆହୁରି ସୁଦୃଢ଼ କରିଥିଲା

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଲୋକମାତା ଅହିଲ୍ୟାବାଇ ହୋଲକରଙ୍କ ସମର୍ପଣ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

ଜନ୍ମ ବାର୍ଷିକୀରେ ଲୋକମାତା ଅହିଲ୍ୟାବାଇ ହୋଲକର ଜୀଙ୍କୁ ଶ୍ରଦ୍ଧାଞ୍ଜଳି! ତାଙ୍କର ବୁଦ୍ଧି, କରୁଣା ଏବଂ ଜନକଲ୍ୟାଣ ପ୍ରତି ଅତୁଟ ନିଷ୍ଠା ପାଇଁ ସମଗ୍ର ଦେଶ ତାଙ୍କୁ ସମ୍ମାନ ଏବଂ ଶ୍ରଦ୍ଧାର ସହ ସ୍ମରଣ କରେ ତାଙ୍କର ଜୀବନ ହେଉଛି ସୁଶାସନ, ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବର ଏକ ଉତ୍କୃଷ୍ଟ ଉଦାହରଣ ସେ ସର୍ବଦା ସାହସ ଏବଂ ସଚ୍ଚୋଟତାର ସହ ନେତୃତ୍ୱ ନେଇଥିଲେ ସାରା ଦେଶରେ ପବିତ୍ର ମନ୍ଦିର ଏବଂ ତୀର୍ଥସ୍ଥଳଗୁଡ଼ିକର ପୁନଃନିର୍ମାଣ ଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ନ୍ୟାୟ ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପର୍ଯ୍ୟନ୍ତ, ସେ ଅତୁଳନୀୟ ଯୋଗଦାନ ଦେଇଥିଲେ ସେ ଭାରତର ସାଂସ୍କୃତିକ ଚେତନାକୁ ଆହୁରି ସୁଦୃଢ଼ କରିଥିଲେ ସମାଜ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ସମର୍ପଣ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ ।’’

HS