Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀମତୀ ଆବେଙ୍କୁୂ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


 

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିଞ୍ଜେ ଆବେଙ୍କ ପତ୍ନୀ ଶ୍ରୀମତୀ ଆବେଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ସାକ୍ଷାତକାର ସମୟରେ ଶ୍ରୀ ମୋଦୀ ଦିବଙ୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତାଙ୍କର ମଧୁର ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଭାରତ–ଜାପାନ ଦୃଢ଼ ସମ୍ପର୍କ ଉପରେ ଆବେ ସାନଙ୍କ ଆସ୍ଥା ବିଷୟ ଉଲ୍ଲେଖ କରିଥିଲେ ।

ଭାରତ ପ୍ରତି ଶ୍ରୀମତୀ ଆବେଙ୍କ ସହଯୋଗକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଅପରାହ୍ଣରେ ଶ୍ରୀମତୀ ଆବେଙ୍କୁ ଭଟି ଖୁସି ହେଲି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଥିବା ବ୍ୟକ୍ତିଗତ ସମ୍ପର୍କକୁ ସ୍ମରଣ କଲି । ଭାରତ–ଜାପାନ ସମ୍ପର୍କର ସମ୍ଭାବନା ଉପରେ ଆବେ ସାନଙ୍କ ଆସ୍ଥା ହିଁ ଆମ ଶକ୍ତିର ସୂତ୍ର । ଭାରତ ପ୍ରତି ତାଙ୍କର ସହଯୋଗକୁ ପ୍ରଶଂସା କରୁଛି ।”

SR