Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀଲଙ୍କାର ଜାଫନାଠାରେ ପୁନଃନିର୍ମିତ ଦୁରାଇଆପ୍ପା ଷ୍ଟାଡିୟମକୁ ଭିଡିଓ ଲିଙ୍କ ଦ୍ଵାରା ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଶ୍ରୀଲଙ୍କାର ଜାଫନାଠାରେ ପୁନଃନିର୍ମିତ ଦୁରାଇଆପ୍ପା ଷ୍ଟାଡିୟମକୁ ଭିଡିଓ ଲିଙ୍କ ଦ୍ଵାରା ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଶ୍ରୀଲଙ୍କାର ଜାଫନାଠାରେ ପୁନଃନିର୍ମିତ ଦୁରାଇଆପ୍ପା ଷ୍ଟାଡିୟମକୁ ଭିଡିଓ ଲିଙ୍କ ଦ୍ଵାରା ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ସୁବହ ଉଦେଶାନକ ଭେଭା ଆୟୁବୋୱାନ

ଗତ ବର୍ଷ ମାର୍ଚ୍ଚ ମାସରେ ମୁଁ ଜାଫନାରେ ଥିଲି ।

ଜାଫନାର ଲୋକମାନଙ୍କଠାରୁ ପାଇଥିବା ଆଦର ଏବଂ ସ୍ନେହ ଏବେ ବି ମୋ ମନରେ ସତେଜ ହୋଇ ରହିଛି ।

ତାହା ଗୋଟିଏ ଐତିହାସିକ ଦିନ ଥିଲା କାରଣ ତାହା ଥିଲା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜାଫନା ଗସ୍ତ ।

ଆଜି ଆଉ ଗୋଟିଏ ସ୍ମରଣୀୟ ଦିନ ।

ଯେତେବେଳେ ପୁଣି ଥରେ ଆମେ ଶ୍ରୀଲଙ୍କାର ଲୋକମାନଙ୍କ ଏବଂ ଜାଫନାବାସୀଙ୍କ ସହିତ ଆମର ସହଭାଗୀତାର ଉତ୍ସବ ପାଳନ କରୁଛୁ ।

ଆଜି, ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନାଙ୍କ ସହିତ, ଆମେ ପୁନଃନିର୍ମିତ ଦୁରାଇଆପ୍ପା ଷ୍ଟାଡିୟମକୁ ଶ୍ରୀଲଙ୍କାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରୁଛୁ ।

ଏବଂ ଆମେ ଏକାକୀ ନାହୁଁ ।

ଆଧୁନିକ ଯୁଗର ଯୋଗାଯୋଗ ମାଧ୍ୟମ, ଭାରତର 125 କୋଟି ଲୋକ ଏବଂ ଶ୍ରୀଲଙ୍କାର ବନ୍ଧୁବତ୍ସଳ ଲୋକମାନଙ୍କୁ ଆମ ସହିତ ଏହି ଉତ୍ସବରେ ସାମିଲ ହେବାର ସୁଯୋଗ ଦେଇଛି ।

ବନ୍ଧୁଗଣ,

ପ୍ରାୟ 20 ବର୍ଷର ପ୍ରତୀକ୍ଷା ପରେ, ଆପଣମାନଙ୍କ କରତାଳି ଧ୍ୱନୀରେ ଦୁରାଇଆପ୍ପା ଷ୍ଟାଡିୟମର ଆତ୍ମା ପୁନର୍ଜିବୀତ ହୋଇଉଠିବ ।

ହଜାର ହଜାର କିଲୋମିଟର ଦୂର ଦିଲ୍ଲୀରେ ଥାଇ ମଧ୍ୟ ଆମେ ଜାଫନାରେ ପରିବର୍ତ୍ତନର ପରିବେଶ ଏବଂ କମ୍ପନର ସ୍ପନ୍ଦନକୁ ଅନୁଭବ କରି ପାରୁଛୁ ।

ଦୁରାଇଆପ୍ପା ଷ୍ଟାଡିୟମ କେବଳ ଇଟା-ମାଟିର ସମଷ୍ଟି ନୁହେଁ ।

ଏହା ଆଶାବାଦ ଏବଂ ଅର୍ଥନୈତିକ ପ୍ରଗତିର ପ୍ରତୀକ ।

ଏହା ଜାଫନାର ଯୁବଗୋଷ୍ଠୀର ସମୃଦ୍ଧି ଏବଂ ସୁସ୍ଥ ଭବିଷ୍ୟତର କ୍ଷେତ୍ର ।

ଏହା ଦାନ ସୂତ୍ରରେ ମିଳିଥିବା ହିଂସାକୁ ପରିହାର କରି ଆପଣମାନଙ୍କ ଦ୍ଵାରା ଅର୍ଥନୈତିକ ପ୍ରଗତିର ପଥକୁ ଆପଣେଇ ନେବାର ନିଷ୍ପତ୍ତିର ନିଦର୍ଶନ ।

ଏହାର ମୂଳରେ ରହିଛି ଆପଣମାନଙ୍କର ସାହସ ଏବଂ ମହାନ ତ୍ୟାଗ ।

ସଫଳତାର ସହିତ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଏହି କଥାର ସଙ୍କେତ ଯେ, ଅତୀତକୁ ପଛରେ ପକାଇ ଆପଣମାନେ ସମୃଦ୍ଧ ଭବିଷ୍ୟତ ପାଇଁ ଆଗ୍ରହୀ ।

ମହାମହୀମ ସିରିସେନା,

ମୁଁ ଆପଣଙ୍କ, ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ, ରାଜ୍ୟପାଳ ଏବଂ ଉତ୍ତରାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ମଧ୍ୟ ସଲାମ୍ କରୁଛି ଯେ ସେମାନେ ଏହି ପରିଯୋଜନାର ସଫଳତାକୁ ସୁନିଶ୍ଚିତ କଲେ ।

ବନ୍ଧୁଗଣ,

ଆମ ସମ୍ପର୍କ କେବଳ ଦୁଇ ସରକାର ମଧ୍ୟରେ ସୀମିତ ନୁହେଁ । ଏହା ରହିଛି ଆମ ବୈଭବଶାଳୀ ଇତିହାସରେ, ସଂସ୍କୃତିରେ, ଭାଷାରେ, କଳା ଏବଂ ଭୂଗୋଳରେ ।

ଭାରତ ଦୃଢତାର ସହ ଏକଥାରେ ବିଶ୍ୱାସ କରେ ଯେ, ଏହାର ନିଜର ଆର୍ଥିକ ପ୍ରଗତି ଏହାର ପଡୋଶୀମାନଙ୍କ ପାଇଁ ମଧ୍ୟ ଲାଭପ୍ରଦ ହେବା ଉଚିତ ।

ଦୁରାଇଆପ୍ପା ଷ୍ଟାଡିୟମ ଆମ ସହେଯାଗ ମନୋବୃତ୍ତିକୁ ଧାରଣ କରୁଛି । ବାସ୍ତବରେ, ଶ୍ରୀଲଙ୍କାର ପ୍ରଗତି ପାଇଁ ଭାରତର ସହଯୋଗ ଆମ ବନ୍ଧୁତ୍ୱର ପ୍ରତିଶୃତି ଏବଂ ଏହା ଆପଣମାନଙ୍କ ଆବଶ୍ୟକତା ଓ ଅଗ୍ରାଧିକାର ଉପରେ ଆଧାରିତ ହେବ ବୋଲି ଆପଣ ନିଶ୍ଚିତ ରହିପାରନ୍ତି ।

ଏହା ହିଁ ଆମ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ସମ୍ବନ୍ଧକୁ ପ୍ରାସଙ୍ଗିକ କରୁଛି ।

ବନ୍ଧୁଗଣ,

ଭାରତ ଅର୍ଥନୈତିକ ଦୃଷ୍ଟିରୁ ଏକ ସମୃଦ୍ଧ ଶ୍ରୀଲଙ୍କା ଦେଖିବାକୁ ଚାହେଁ । ଏକ ଶ୍ରୀଲଙ୍କା, ଯେଉଁଠାରେ ସାରା ଦେଶରେ ଏବଂ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଥିବ ଏକତା ଓ ସଂହତି, ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ସୁରକ୍ଷା ତଥା ସମାନ ସୁଯୋଗ ଓ ସମ୍ମାନ ।

ମହାମହୀମ ସିରିସେନା ଏବଂ ବନ୍ଧୁଗଣ,

ବର୍ତ୍ତମାନ ଠାରୁ ପ୍ରାୟ 72 ଘଣ୍ଟା ପରେ ଅର୍ଥାତ୍, ଜୁନ 21 ତାରିଖରେ ବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସର ଦ୍ୱିତୀୟ ବାର୍ଷିକୀ ପାଳନ କରିବ । 2014 ମସିହାରେ ମିଳିତ ଜାତିସଂଘରେ ଏହି ପ୍ରସ୍ତାବକୁ ସମର୍ଥନ କରିବାରେ ଆଗୁଆ ଥିବା ଦେଶମାନଙ୍କରେ ଶ୍ରୀଲଙ୍କା ସାମିଲ ହୋଇଥିଲା । ଆଜି ଆମେ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଆଦ୍ୟ ପର୍ବ ଜାଫନାର ଏହି ଦୁରାଇଆପ୍ପା ଷ୍ଟାଡିୟମରୁ ଆରମ୍ଭ କରିଛୁ ।

କିଛି ସମୟ ପୂର୍ବରୁ ପ୍ରଦର୍ଶିତ ସୂର୍ଯ୍ୟ ନମସ୍କାର ବିଶ୍ୱକୁ ପ୍ରକୃତି ସହ ଏକାକାର ହୋଇ ଜୀବନଯାପନ ଏବଂ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନର ବାର୍ତ୍ତା ପ୍ରଦାନ କରିଛି ।

ଆନ୍ତର୍ଜାତିକ ଯୋଗ ଦିବସର ଏହା ଠାରୁ ଭଲ ଶୁଭାରମ୍ଭ ଆଉ କଣ ହୋଇପାରେ ?

ମହାମହୀମ ରାଷ୍ଟ୍ରପତି ସିରିସେନା,

ଏହି ସୁଯୋଗ ପାଇଁ ମୁଁ ପୁଣି ଥରେ ଆପଣଙ୍କୁ, ଆପଣଙ୍କ ପାଶ୍ୱର୍ରେ ଥିବା ନେତୃବୃନ୍ଦଙ୍କୁ ଏବଂ ପ୍ରିୟ ଜାଫନାବାସୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

ଦୁରାଇଆପ୍ପା ଷ୍ଟାଡିୟମ ଆମର ଦୀର୍ଘକାଳୀନ ବନ୍ଧୁତ୍ୱର ଅନ୍ୟ ଏକ ପ୍ରତୀକ ହୋଇ ରହିବ ।

ଶ୍ରୀଲଙ୍କା ନିଜର ନାଗରିକମାନଙ୍କ ପ୍ରଗତି ଏବଂ ସମୃଦ୍ଧି ପାଇଁ ମାର୍ଗ ପ୍ରସ୍ତୁତ କରୁଥିବା ବେଳେ ଭାରତ ତାହାର ପାଖେ ପାଖେ ରହିବ ।

ମୁଁ ପୁଣି ଥରେ ଭାରତର 125 କୋଟି ଜନତାଙ୍କ ତରଫରୁ ଶ୍ରୀଲଙ୍କାବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ବୋହୋମା ସ୍ତୁତି, ମିକ୍କା ନାନ୍ଦ୍ରି,

ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।