ପିଏମଇଣ୍ଡିଆ
ମହାମହିମ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଜୀ, ମହାମହିମ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଜୀ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଜୀ, ଶ୍ରୀଲଙ୍କା, ମରିସସ୍ ଏବଂ ଭାରତର କେନ୍ଦ୍ରୀୟ ବ୍ୟାଙ୍କର ସମ୍ମାନନୀୟ ଗଭର୍ଣ୍ଣର ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସମ୍ମାନିତ ଅଂଶଗ୍ରହଣକାରୀ!
ଭାରତ ମହାସାଗର କ୍ଷେତ୍ରର ତିନୋଟି ବନ୍ଧୁ ରାଷ୍ଟ୍ର ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମର ଦୀର୍ଘଦିନର ଐତିହାସିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଆମେ ଆଧୁନିକ ଡିଜିଟାଲ୍ ସଂଯୋଗ ସ୍ଥାପନ କରୁଛୁ । ଏହି ପଦକ୍ଷେପ ଜନସାଧାରଣଙ୍କ ପ୍ରଗତି ପ୍ରତି ଆମର ଅତୁଟ ସମର୍ପଣକୁ ଦର୍ଶାଉଛି । ଫିନଟେକ୍ ଯୋଗାଯୋଗ ମାଧ୍ୟମରେ ଆମେ କେବଳ ସୀମାପାର କାରବାରକୁ ବୃଦ୍ଧି କରିବାକୁ ନୁହେଁ , ବରଂ ସୀମାରେ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । ୟୁପିଆଇ ନାମରେ ପରିଚିତ ଭାରତର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଏବେ ଏକ ନୂଆ ଭୂମିକା ନିର୍ବାହ କରୁଛି , ଅର୍ଥାତ୍ ୟୁନିଟିଂ ପାର୍ଟନର୍ସ ୱିଥ ଇଣ୍ଡିଆ (ଭାରତ ସହିତ ଭାଗୀଦାରୀକୁ ଏକାଠି କରିବା ) ଆରମ୍ଭ କରୁଛି ।
ବନ୍ଧୁଗଣ,
ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭାରତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଏପରିକି ଆମର ଦୁର୍ଗମ ଗ୍ରାମ ଗୁଡ଼ିକରେ ମଧ୍ୟ କ୍ଷୁଦ୍ର ବ୍ୟବସାୟୀମାନେ ସେମାନଙ୍କ ସୁବିଧା ଏବଂ ଦ୍ରୁତ ସେବା ପାଇଁ ଡିଜିଟାଲ୍ ଦେୟ ବ୍ୟବସ୍ଥାକୁ ଗ୍ରହଣ କରୁଛନ୍ତି । କେବଳ ଗତ ବର୍ଷରେ ୟୁପିଆଇ ରେକର୍ଡ ପରିମାଣର ଅର୍ଥାତ୍ ୧୦୦ ବିଲିୟନ ଥର ଦେଣନେଣରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର କରିଛି । ଯାହାର ମୂଲ୍ୟ ଶ୍ରୀଲଙ୍କା ଟଙ୍କା ଅନୁସାରେ ୮ ଟ୍ରିଲିୟନ ଓ ମରିସସ୍ ଟଙ୍କା ଅନୁସାରେ ୧ ଟ୍ରିଲିୟନ । ଆମେ ଜେଏଏମ ଟ୍ରିନିଟି – ଅର୍ଥାତ୍ ବ୍ୟାଙ୍କ ଆକାଉଣ୍ଟ, ଆଧାର ଏବଂ ମୋବାଇଲ ଫୋନ୍ ମାଧ୍ୟମରେ ଅନ୍ତିମ ସ୍ଥାନ ପର୍ଯ୍ୟନ୍ତ ସେବା ପ୍ରଦାନକୁ ସୁନିଶ୍ଚିତ କରୁଛୁ । ବର୍ତ୍ତମାନ ସୁଦ୍ଧା ୩୪ ଲକ୍ଷ କୋଟି ଟଙ୍କା ଅର୍ଥାତ୍ ୪୦୦ ବିଲିୟନ ଡଲାରରୁ ଅଧିକ ଟଙ୍କା ଏହି ବ୍ୟବସ୍ଥା ଜରିଆରେ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି । କୋଭିଡ୍ ମହାମାରୀ ସମୟରେ ଭାରତ କୋୱିନ୍ ପ୍ଲାଟଫର୍ମ ଜରିଆରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରିଥିଲା । ବୈଷୟିକ ଜ୍ଞାନକୌଶଳର ବ୍ୟବହାର ସ୍ୱଚ୍ଛତା ବୃଦ୍ଧି କରୁଛି, ଦୁର୍ନୀତି ହ୍ରାସ କରୁଛି, ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରୁଛି ଏବଂ ସରକାରଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରୁଛି ।
ବନ୍ଧୁଗଣ,
ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଏବଂ ‘ସାଗର’ ର ସାମୁଦ୍ରିକ ଦୃଷ୍ଟିକୋଣ ଅର୍ଥାତ୍ ‘ଏହି ଅଞ୍ଚଳରେ ସମସ୍ତଙ୍କ ପାଇଁ ନିରାପତ୍ତା ଏବଂ ଅଭିବୃଦ୍ଧି’ ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ବିକାଶ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଭାରତ ସ୍ୱୀକାର କରେ ଯେ , ଏହାର ବିକାଶ ଏହାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଜଡିତ । ଶ୍ରୀଲଙ୍କା ସହ ବିଭିନ୍ନ କ୍ଷେତ୍ରରେ ଆମେ କ୍ରମାଗତ ଭାବେ ଯୋଗାଯୋଗ ବଢ଼ାଉଛୁ । ଗତବର୍ଷ ରାଷ୍ଟ୍ରପତି ବିକ୍ରମସିଂଘେଙ୍କ ଭାରତ ଗସ୍ତ ସମୟରେ ଆମେ ଏକ ଭିଜନ ଡକ୍ୟୁମେଣ୍ଟ ଗ୍ରହଣ କରିଥିଲୁ, ଯେଉଁଥିରେ ଆର୍ଥିକ ସଂଯୋଗର ସମ୍ପ୍ରସାରଣ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା । ଆଜି ଏହି ସଂକଳ୍ପ କାର୍ଯ୍ୟକାରୀ ହେଉଥିବା ଦେଖି ମୋତେ ବହୁତ ଆନନ୍ଦ ଲାଗୁଛି । ଏହାବ୍ୟତୀତ, ଆମେ ଗତ ବର୍ଷ ମରିସସ୍ର ପ୍ରଧାନମନ୍ତ୍ରୀ ଜଗନ୍ନାଥଙ୍କ ସହ ବ୍ୟାପକ ଆଲୋଚନା କରିଥିଲୁ ଏବଂ ମୁଁ ଆନନ୍ଦିତ ଯେ ସେ ଜି -୨୦ ଶିଖର ସମ୍ମିଳନୀରେ ଆମର ବିଶେଷ ସମ୍ମାନିତ ଅତିଥି ଥିଲେ । ମୋର ବିଶ୍ୱାସ ଯେ ୟୁପିଆଇ ବ୍ୟବସ୍ଥାରେ ଶ୍ରୀଲଙ୍କା ଏବଂ ମରିସସ୍କୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଉଭୟ ଦେଶ ଉପକୃତ ହେବେ । ଡିଜିଟାଲ ରୂପାନ୍ତରଣର ଗତି ତ୍ୱରାନ୍ୱିତ ହେବ । ସ୍ଥାନୀୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହା ବ୍ୟତୀତ, ଏହା ଆମ ଦେଶ ମଧ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଭାରତୀୟ ପର୍ଯ୍ୟଟକମାନେ ୟୁପିଆଇ ସେବା ଉପଲବ୍ଧ ଥିବା ଗନ୍ତବ୍ୟ ସ୍ଥଳଗୁଡ଼ିକୁ ପ୍ରାଥମିକତା ଦେବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଓ ମରିସସରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ସେଠାରେ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପଦକ୍ଷେପ ଦ୍ୱାରା ବିଶେଷ ଉପକୃତ ହେବେ । ନେପାଳ, ଭୁଟାନ, ସିଙ୍ଗାପୁର ଏବଂ ସାଉଦି ଆରବରେ ରୁପେ କାର୍ଡର ସଫଳ ଆରମ୍ଭ ପରେ ଏବେ ଏହା ମରିସସ ସହିତ ଆଫ୍ରିକାରେ ପ୍ରଚଳିତ ହେବାକୁ ଯାଉଛି ବୋଲି ଘୋଷଣା କରି ମୁଁ ଆନନ୍ଦିତ । ଏହା ମରିସସରୁ ଭାରତକୁ ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ କାରବାରକୁ ସୁଗମ କରିବ ଏବଂ ନୋଟ୍ ଏବଂ ମୁଦ୍ରା କିଣିବାର ଆବଶ୍ୟକତା ହ୍ରାସ କରିବ । ୟୁପିଆଇ ଏବଂ ରୁପେ କାର୍ଡ ସିଷ୍ଟମ ଆମ ସମ୍ପୃକ୍ତ ଦେଶର ମୁଦ୍ରାରେ ବାସ୍ତବ ସମୟ, ଶସ୍ତା ଏବଂ ସୁବିଧାଜନକ ଦେୟକୁ ସୁଗମ କରିବ । ଆଗକୁ ଦେଖିଲେ ଆମେ ନିକଟ ଭବିଷ୍ୟତରେ ବ୍ୟକ୍ତିଙ୍କ ଠାରୁ ବ୍ୟକ୍ତିଙ୍କୁ (ପି୨ପି) ଦେୟ ସୁବିଧା ଜରିଆରେ ସୀମାପାର ଟଙ୍କା ପଠାଇବା ଆଡକୁ ଅଗ୍ରସର ହେବାକୁ ଲକ୍ଷ୍ୟ ରଖିଛୁ ।
ମହାମହିମ,
ଆଜିର ଆରମ୍ଭ ଦକ୍ଷିଣ ବିଶ୍ୱର ସହଯୋଗର ସଫଳତାର ପ୍ରତୀକ । ଆମର ସମ୍ପର୍କ କେବଳ କାରବାରରେ ସୀମିତ ନୁହେଁ, ଏହା ଏକ ଐତିହାସିକ ସମ୍ପର୍କ । ଏହା ଆମର ବ୍ୟକ୍ତି – ବ୍ୟକ୍ତି ମଧ୍ୟରେ ସମ୍ପର୍କକୁ ମଜବୁତ କରିଥାଏ । ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତ ସଙ୍କଟ ସମୟରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତି ନିଜର ଅତୁଟ ସମର୍ଥନ ପ୍ରଦର୍ଶନ କରିଛି । ପ୍ରାକୃତିକ ବିପର୍ଯ୍ୟୟ, ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ଅର୍ଥନୈତିକ ଆହ୍ୱାନର ମୁକାବିଲା ହେଉ କିମ୍ବା ଅନ୍ତର୍ଜାତୀୟ ମଞ୍ଚରେ ସହାୟତା ପ୍ରଦାନ ହେଉ, ଭାରତ କ୍ରମାଗତ ଭାବରେ ସହାୟତା ପ୍ରଦାନ କରିବାରେ ପ୍ରଥମ ଏବଂ ଆଗକୁ ଏହା ଜାରି ରଖିବ । ଏପରିକି ଜି – ୨୦ ଅଧ୍ୟକ୍ଷତା ସମୟରେ ମଧ୍ୟ ଆମେ ଦକ୍ଷିଣ ବିଶ୍ୱର ଚିନ୍ତା ଦୂର କରିବାକୁ ପ୍ରାଥମିକତା ଦେଇଥିଲୁ । ଏହାବ୍ୟତୀତ, ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଲାଭକୁ ଦକ୍ଷିଣ ବିଶ୍ୱର ଦେଶମାନଙ୍କୁ ବ୍ୟାପକ କରିବା ପାଇଁ ଆମେ ଏକ ସାମାଜିକ ପ୍ରଭାବ ପାଣ୍ଠି ପ୍ରତିଷ୍ଠା କରିଛୁ ।
ବନ୍ଧୁଗଣ,
ଏହି ଉନ୍ମୋଚନ ଉତ୍ସବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ମୁଁ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଏବଂ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନାଥଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଏହି ଅବସରରେ ମୁଁ ତିନି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଏଜେନ୍ସି ମାନଙ୍କୁ ଧନ୍ୟବାଦ ଜଣାଉଛି । ଧନ୍ୟବାଦ ।
ସ୍ୱୀକରଣ : ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଭାଷଣର ଆନୁମାନିକ ଅନୁବାଦ । ମୂଳ ଭାଷଣ ହିନ୍ଦୀରେ ଦିଆଯାଇଥିଲା ।
***
SSP
The launch of India's UPI services in Sri Lanka and Mauritius underscores the robust linkages between our countries. https://t.co/u9da79j7L2
— Narendra Modi (@narendramodi) February 12, 2024
A special day for digital connectivity between India, Sri Lanka and Mauritius. pic.twitter.com/Ra0FPTN4qy
— PMO India (@PMOIndia) February 12, 2024
भारत का Unified Payments Interface, यानि UPI, अब नया दायित्व निभा रहा है – Uniting Partners with India: PM @narendramodi pic.twitter.com/Xj9OOJOJIp
— PMO India (@PMOIndia) February 12, 2024
भारत में Digital Public Infrastructure से एक क्रांतिकारी परिवर्तन आया है: PM @narendramodi pic.twitter.com/q5LfOBlvLm
— PMO India (@PMOIndia) February 12, 2024
भारत की नीति है Neighbourhood First: PM @narendramodi pic.twitter.com/vcqS8e0DoC
— PMO India (@PMOIndia) February 12, 2024
मुझे विश्वास है कि श्रीलंका और मॉरीशस का UPI प्रणाली से
— PMO India (@PMOIndia) February 12, 2024
जुड़ने से, दोनों देशों को भी लाभ मिलेगा: PM pic.twitter.com/ZT6A98EAg5
चाहे आपदा प्राकृतिक हो, हेल्थ संबंधी हो, economic हो या अंतर्राष्ट्रीय पटल पर साथ देने की बात हो, भारत first responder रहा है, और आगे भी रहेगा: PM @narendramodi pic.twitter.com/FMr92Zj9zG
— PMO India (@PMOIndia) February 12, 2024