Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ କେଦାରନାଥ ଧାମର ଉଦଘାଟନ ଏବଂ ଚାରିଧାମ ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଆଜି ଦେବଭୂମି ଉତ୍ତରାଖଣ୍ଡରେ ଶ୍ରୀ କେଦାରନାଥ ଧାମର ଦ୍ୱାର ଖୋଲିବା ଏବଂ ଚଳିତ ବର୍ଷର ଚାରଧାମ ଯାତ୍ରା ଆରମ୍ଭ ହେବାର ପବିତ୍ର ଅବସରରେ ଗଭୀର ଶ୍ରଦ୍ଧା ପ୍ରକାଶ କରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ଯାତ୍ରା ପାଇଁ ଉତ୍ତରାଖଣ୍ଡକୁ ଆସୁଥିବା ସମସ୍ତ ଭକ୍ତଙ୍କୁ ଏକ ଚିଠି ମାଧ୍ୟମରେ ତାଙ୍କର ହୃଦୟସ୍ପର୍ଶୀ ଭାବନା ବାଣ୍ଟିଥିଲେ ଏବଂ ସେମାନଙ୍କ ମଙ୍ଗଳ ପାଇଁ ତାଙ୍କର ଶୁଭକାମନା ଏବଂ ପ୍ରାର୍ଥନା ଜଣାଇଥିଲେ।

 

ଏହି ଅବସରର ଆଧ୍ୟାତ୍ମିକ ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, କେଦାରନାଥ ଧାମ ଏବଂ ଚାରଧାମ ଯାତ୍ରା ଭାରତର ସ୍ଥାୟୀ ଆସ୍ଥା, ଏକତା ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଏକ ଦିବ୍ୟ ଉତ୍ସବ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏପରି ତୀର୍ଥଯାତ୍ରା ଦେଶର ଅନନ୍ତ ଐତିହ୍ୟ ଏବଂ ଆଧ୍ୟାତ୍ମିକ ଚେତନାର ଏକ ଝଲକ ପ୍ରଦାନ କରେ।

 

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

 

“ଆଜି, ଦେବଭୂମି ଉତ୍ତରାଖଣ୍ଡର ପବିତ୍ର ଭୂମିରେ, ଶ୍ରୀ କେଦାରନାଥ ଧାମର ଦ୍ୱାର ଆମ ସମସ୍ତ ଭକ୍ତଙ୍କ ପାଇଁ ପୂର୍ଣ୍ଣ ରୀତିନୀତି ସହିତ ଖୋଲାଯାଇଛି।

 

କେଦାରନାଥ ଧାମ ଏବଂ ଚାରଧାମକୁ ଏହି ଯାତ୍ରା ଆମର ଆସ୍ଥା, ଏକତା ଏବଂ ସମୃଦ୍ଧ ପରମ୍ପରାର ଏକ ଦିବ୍ୟ ଉତ୍ସବ। ଏହି ଯାତ୍ରାଗୁଡ଼ିକ ଆମକୁ ଭାରତର ଅନନ୍ତ ସଂସ୍କୃତିର ଏକ ଝଲକ ମଧ୍ୟ ପ୍ରଦାନ କରେ।

 

ଏହି ବର୍ଷ ଚାରଧାମ ଯାତ୍ରା ଆରମ୍ଭ ହେବା ଅବସରରେ, ମୁଁ ଉତ୍ତରାଖଣ୍ଡକୁ ଆସୁଥିବା ସମସ୍ତ ଭକ୍ତଙ୍କୁ ଏକ ଚିଠି ମାଧ୍ୟମରେ ମୋର ଭାବନା ପ୍ରକାଶ କରିଛି।

 

ମୁଁ କାମନା କରୁଛି ଯେ, ବାବା କେଦାରନାଥ ସମସ୍ତଙ୍କ ଉପରେ ତାଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ଆପଣଙ୍କ ଯାତ୍ରାକୁ ଶୁଭ କରନ୍ତୁ।

ହର ହର ମହାଦେବ!”

 

*****

MT