ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକତା କ୍ଷେତ୍ରରେ ଶ୍ରୀ ମାରୁଫ ରାଜାଙ୍କ ପରମ୍ପରାକୁ ସମ୍ମାନ ଜଣାଇ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ମାରୁଫ ରାଜା ସାମ୍ବାଦିକତା ଜଗତକୁ ଏକ ସମୃଦ୍ଧ ଅବଦାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଶ୍ରୀ ରାଜା ପ୍ରତିରକ୍ଷା, ଜାତୀୟ ସୁରକ୍ଷା ଏବଂ ରଣନୈତିକ ବ୍ୟାପାର ବିଷୟରେ ତାଙ୍କର ସୂକ୍ଷ୍ମ ବୁଝାମଣା ମାଧ୍ୟମରେ ଜନସାଧାରଣଙ୍କ ଆଲୋଚନାରେ ସମୃଦ୍ଧି ଆଣିଥିଲେ।
ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ସେୟାର କରିଛନ୍ତି:
“ଶ୍ରୀ ମାରୁଫ ରାଜା ସାମ୍ବାଦିକତା ଜଗତକୁ ଏକ ସମୃଦ୍ଧ ଅବଦାନ ଦେଇଛନ୍ତି। ସେ ପ୍ରତିରକ୍ଷା, ଜାତୀୟ ସୁରକ୍ଷା ତଥା ରଣନୈତିକ ବ୍ୟାପାର ବିଷୟରେ ନିଜର ସୂକ୍ଷ୍ମ ବୁଝାମଣା ଦ୍ୱାରା ସାର୍ବଜନୀନ ଆଲୋଚନାକୁ ସମୃଦ୍ଧ କରିଥିଲେ। ତାଙ୍କ ବିୟୋଗରେ ମର୍ମାହତ। ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ସମବେଦନା ଜଣାଉଛି । “
HS
Shri Maroof Raza Ji made a rich contribution to the world of journalism. He enriched public discourse with his nuanced understanding of defence, national security as well as strategic affairs. Pained by his passing. Condolences to his family and friends.
— Narendra Modi (@narendramodi) February 26, 2026