ପିଏମଇଣ୍ଡିଆ
ଶ୍ରୀ ରାମ କଲେଜ ଅଫ୍ କମର୍ସର ପରିଚାଳନା ପରିଷଦର ସଦସ୍ୟମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଚଳିତ ବର୍ଷ ଏହି ଅନୁଷ୍ଠାନର ଶତବାର୍ଷିକୀ ପାଳନ କରାଯାଉଛି, ଯାହା ଏକାଡେମିକ୍ ଉତ୍କର୍ଷତା ଏବଂ ରାଷ୍ଟ୍ର ନିର୍ମାଣର ଉଲ୍ଲେଖନୀୟ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଉଚ୍ଚ ଶିକ୍ଷା କ୍ଷେତ୍ରରେ କଲେଜର ଦୀର୍ଘକାଳୀନ ଅବଦାନ ଏବଂ ବିଭିନ୍ନ କ୍ଷେତ୍ରରେ ପିଢ଼ି ପରେ ପିଢ଼ି ନେତୃତ୍ୱ ନେବାରେ ଏହାର ଭୂମିକାକୁ ସେ ପ୍ରଶଂସା କରିଥିଲେ।
ଏହି ଅବସରରେ ଶ୍ରୀ ରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
“ଭାରତର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଶ୍ରୀ ରାମ କଲେଜ ଅଫ୍ କମର୍ସର ପରିଚାଳନା ପରିଷଦକୁ ନେଇ ଗଠିତ ଏକ ପ୍ରତିନିଧି ଦଳଙ୍କୁ ଭେଟିଥିଲେ। ଚଳିତ ବର୍ଷ ଆମେ ଏହି ଅନୁଷ୍ଠାନର ଶତବାର୍ଷିକୀ ପାଳନ କରୁଛୁ। ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ଅନୁଷ୍ଠାନକୁ ମୋର ଶୁଭେଚ୍ଛା । “
HS
Met a delegation consisting of the Governing Body of the Shri Ram College of Commerce, one of India’s most reputed educational institutions. This year, we are marking the centenary of this institution. A commemorative stamp was released too. My best wishes to this institution. pic.twitter.com/uxwQjW2ipz
— Narendra Modi (@narendramodi) April 25, 2026