Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଷ୍ଟାର୍ଟଅପ୍ ପାଣ୍ଠି ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଷ୍ଟାର୍ଟ ଅପ୍ ପାଣ୍ଠି ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଗତବର୍ଷ ଜୁନ୍ ମାସରେ 1 ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ସହ ଷ୍ଟାର୍ଟଅପ୍ ଫଣ୍ଡ ପ୍ରତିଷ୍ଠା କରାଯାଇଥିଲା । ସରକାରୀ ବିଜ୍ଞପ୍ତି ଜିଏସଆର 180(ଇ) ତା 17.02.2016 ଅନୁଯାୟୀ ଅନୁମତିପ୍ରାପ୍ତ ଷ୍ଟାର୍ଟଅପ୍ ପାଇଁ ଷ୍ଟାର୍ଟ ଅପ୍ ପାଣ୍ଠିର ଦୁଇଗୁଣା ସହାୟତା ଅତିରିକ୍ତ ନିବେଶ ପାଣ୍ଠି ଜରିଆରେ ଯୋଗାଇ ଦିଆଯିବ । ଯଦି ଷ୍ଟାର୍ଟ ଅପ୍ ପାଇଁ ପ୍ରଦାନ କରାଯିବାକୁ ଥିବା ଅର୍ଥ ଷ୍ଟାର୍ଟଅପ୍ ବନ୍ଦ ହେବା ପୂର୍ବରୁ ଜାରି କରାଯାଇନାହିଁ, ତା’ହେଲେ ପାଣ୍ଠି ଯୋଗାଣ ଜାରି ରହିବ ।

**********