Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦର ଶୀତ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ସଂସଦର ଶୀତ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି


 

ନମସ୍କାର ବନ୍ଧୁଗଣ,

ଆପଣମାନଙ୍କୁ ସମସ୍ତଙ୍କୁ ଶୀତକାଳୀନ ଅଧିବେଶନକୁ ସ୍ୱାଗତ । ଏହି ଅଧିବେଶନ ବେସ ଗୁରୁତ୍ୱପୂର୍ଣ୍ଣ । ମୋର ଆଶା ଯେ ଜନକଲ୍ୟାଣ ଏବଂ ଦେଶର ଲାଭ ପାଇଁ ସାଧାରଣ ଗୁରୁତ୍ୱବହନ କରୁଥିବା ଏବଂ ଦେଶ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସମ୍ଭବ କାର୍ଯ୍ୟ ହାସଲ କରିବା ଦିଗରେ ଆମେ ସମସ୍ତେ ପ୍ରୟାସ କରିବା । ମୋର ବିଶ୍ୱାସ ଯେ ସଦନର ସମସ୍ତ ସଦସ୍ୟ ଏହି ଭାବନାକୁ ସମ୍ମାନ ଦେଇ ଆଗକୁ ଯିବେ । ବିତର୍କ ହେଉ, ଆଲୋଚନା ହେଉ ଏବଂ ଚର୍ଚ୍ଚା ହେଉ କିନ୍ତୁ ମୋର ଅନୁରୋଧ ରହିବ ଯେ ଏହି ସଦନ ନିର୍ଦ୍ଧାରିତ ସମୟଠାରୁ ମଧ୍ୟ ଅଧିକ କାମ କରିବସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଫଳାଫଳ ପର୍ଯ୍ୟନ୍ତ ପହଁଚାଇବଆଲୋଚନା କରି ଏହାକୁ ଆହୁରି ଅଧିକ ସାର୍ଥକ କରିବା ଲାଗି ଏବଂ ଅଧିକ ସୁଦୃଢ଼ କରିବା ଲାଗି ପ୍ରୟାସ ହେଉ ଏବଂ ମୋର ବିଶ୍ୱାସ ଯେ ସମସ୍ତ ରାଜନୈତିକ ଦଳ ଯେଉଁମାନେ ମେମାସରେ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେମାନେ ଲୋକମାନଙ୍କ କଲ୍ୟାଣ ପ୍ରତି ଧ୍ୟାନ ଦେଇ ଏହି ଅଧିବେଶନର ସର୍ବାଧିକ ଉପଯୋଗ ଜନସ୍ୱାର୍ଥ ଲାଗି କରିବେ, ଦଳର ହିତ ପାଇଁ କରିବେ ନାହିଁ । ଏହି ବିଶ୍ୱାସର ସହିତ ମୁଁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।

ଧନ୍ୟବାଦ!

 

**********