ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ସୀମା ଶୁଳ୍କ ସହ ଜଡ଼ିତ ପ୍ରସଙ୍ଗରେ ସହଯୋଗ ଏବଂ ଆପୋସ ପ୍ରଶାସନିକ ସହାୟତା ଲାଗି ଭାରତ ଏବଂ ଜୋର୍ଡାନ ମଧ୍ୟରେ ବୁଝାମଣାକୁ ଅନୁମୋଦନ କରାଯାଇଛି ।
ବୁଝାମଣା ଦ୍ୱାରା ସୀମା ଶୁଳ୍କ ସଂକ୍ରାନ୍ତ ଅପରାଧର ନିରାକରଣ ଏବଂ ସେଗୁଡ଼ିକର ତଦନ୍ତ ଲାଗି ଉପଯୁକ୍ତ ସୂଚନା ଉପଲବ୍ଧ କରାଇବାରେ ସହାୟତା ମିଳିପାରିବ । ବୁଝାମଣା ଦ୍ୱାରା ଉଭୟ ଦେଶ ମଧ୍ୟରେ ବ୍ୟବସାୟ ବୃଦ୍ଧି ପାଇବ । ଏଥିସହିତ ବ୍ୟବସାୟ କରାଯାଉଥିବା ସାମଗ୍ରୀଗୁଡ଼ିକୁ ଶୀଘ୍ର ମଞ୍ଜୁରି ମିଳିପାରିବ ।
****