ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନଦୀ ସଂଯୋଗୀକରଣ ପାଇଁ ସ୍ୱତନ୍ତ୍ର କମିଟି ଗଠନ ଏବଂ ସ୍ଥିତି ତଥା ଅଗ୍ରଗତି ରିପୋର୍ଟକୁ ଅନୁମୋଦନ ମିଳିଛି । ନଦୀ ସଂଯୋଗୀକରଣକୁ ନେଇ ସୁପ୍ରିମ କୋର୍ଟରେ ଆଗତ ଏକ ରିଟ୍ ପିଟିସନ୍ (ନଂ-୬୬୮/୨୦୦୨) ଏବଂ ରିଟ୍ ପିଟସନ(ସିଭିଲ୍) (ନଂ-୫୧୨/୨୦୦୨)ର ଶୁଣାଣୀ କରି ୨୭.୨୨୦୧୨ରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛନ୍ତି ।
କ୍ୟାବିନେଟର ଏହି ନିଷ୍ପତ୍ତି ଜାତୀୟ ଆପେକ୍ଷିକ ଯୋଜନା-୧୯୮୦ ଅନୁଯାୟୀ କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ନଦୀ ଆନ୍ତଃ-ସଂଯୋଗ ପ୍ରକଳ୍ପ ପାଇଁ କ୍ୟାବିନେଟର ଏହି ନିଷ୍ପତ୍ତି ସହାୟକ ହେବ । ନଦୀ ଆନ୍ତଃ-ସଂଯୋଗୀକରଣ ନିମନ୍ତେ ଗଠିତ ସ୍ୱତନ୍ତ୍ର କମିଟିର ସ୍ଥିତି ଓ ଅଗ୍ରଗତି ରିପୋର୍ଟ ବର୍ଷକୁ ଦୁଇ ଥର କ୍ୟାବିନେଟରେ ଉପସ୍ଥାପିତ ହେବ । ଯାହାଦ୍ୱାରା କି ଦେଶର ସ୍ୱାର୍ଥ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।