Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବା ପାଇଁ ୨୫୦୦୦ ଜନ ଔଷଧି କେନ୍ଦ୍ର ଖୋଲିବେ ସରକାର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ଠାରେ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ କହିଥିଲେ ଯେ :ଜନ ଔଷଧି କେନ୍ଦ୍ର’ ର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି ।

ସେ କହିଥିଲେ ଯେ ଜନ ଔଷଧି କେନ୍ଦ୍ର ମଧ୍ୟବିତ୍ତ ବର୍ଗର ଲୋକ ମାନଙ୍କୁ ଏକ ନୂତନ ଶକ୍ତି ପ୍ରଦାନ କରିଛି । ଯଦି କେହି ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି ତେବେ ତାଙ୍କର ମାସିକ ୩୦୦୦ ଟଙ୍କାର ବିଲ୍ ସଂଚିତ ହୋଇଥାଏ ।

ଜନ ଔଷଧି କେନ୍ଦ୍ର ଜରିଆରେ ଯେଉଁ ଔଷଧର ମୂଲ୍ୟ ୧୦୦ ଟଙ୍କା, ଆମେ ତାହାକୁ ୧୦ରୁ ୧୫ ଟଙ୍କାରେ ଯୋଗାଇ ଦେଉଛୁ ।

ପାରମ୍ପରିକ କାରିଗରୀ ଦକ୍ଷତା ଥିବା ଲୋକ ମାନଙ୍କ ପାଇଁ ଆସନ୍ତା ମାସରେ ୧୩,୦୦୦ ରୁ ୧୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହ କେନ୍ଦ୍ର ସରକାର ବିଶ୍ୱକର୍ମା ଯୋଜନା ଆରମ୍ଭ କରିବେ । ‘ଜନ ଔଷଧି କେନ୍ଦ୍ର’ ର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦କୁ ବୃଦ୍ଧି କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ।

SSP