Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁଶ୍ରୀ ଜେ.ଜୟଲଳିତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ସୁଶ୍ରୀ ଜେ.ଜୟଲଳିତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁଶ୍ରୀ ଜେ.ଜୟଲଳିତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

“ସୁଶ୍ରୀ ଜୟଲଳିତାଙ୍କ ବିୟୋଗରେ ଗଭୀର ଭାବେ ମର୍ମାହତ । ତାଙ୍କ ମୃତ୍ୟୁ ଭାରତୀୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ଜୟଲଳିତାଙ୍କ ଲୋକସମ୍ପର୍କ, ଗରିବଙ୍କ କଲ୍ୟାଣ ପାଇଁ ଚିନ୍ତା, ମହିଳା ଓ ନିଷ୍ପେସିତଙ୍କ ଲାଗି ସମ୍ବେଦନା – ତାଙ୍କୁ ସଦାବେଳେ ପ୍ରେରଣାର ଉତ୍ସ କରି ରଖିବ ।

ଏଭଳି ଦୁଃଖଦ ମୁହୂର୍ତ୍ତରେ ତାମିଲନାଡୁ ରାଜ୍ୟବାସୀଙ୍କ ପାଇଁ ମୋର ସମବେଦନା ଓ ପ୍ରାର୍ଥନା ।

ଏହି ଅପୂରଣୀୟ କ୍ଷତିକୁ ସାହସ ଓ ଧୈର୍ଯ୍ୟର ସହ ସମ୍ଭାଳିବା ଦିଗରେ ଭଗବାନ ସେମାନଙ୍କୁ ଶକ୍ତି ଦିଅନ୍ତୁ ।

ଜୟଲଳିତା ଜୀଙ୍କ ସହିତ ମିଶିବା ଏବଂ ଭାବ ବିନିମୟ କରିବାର ଅନେକ ସୁଯୋଗ ଅତୀତରେ ମିଳିଛି ଯାହାକି ସର୍ବଦା ମୋ ସ୍ମୃତିରେ ରହିବ । ତାଙ୍କ ଆତ୍ମାର ଶାନ୍ତି ଓ ସଦ୍ଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

**********