Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱ-ଗଣନା ସଂପୂର୍ଣ୍ଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ; ନାଗରିକମାନଙ୍କୁ ନିଜ ପରିବାର ବିବରଣୀ ନିଜେ ପୂରଣ କରିବାକୁ ଏବଂ ଜନଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ନିବେଦନ କଲେ

ସ୍ୱ-ଗଣନା ସଂପୂର୍ଣ୍ଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ; ନାଗରିକମାନଙ୍କୁ ନିଜ ପରିବାର ବିବରଣୀ ନିଜେ ପୂରଣ କରିବାକୁ ଏବଂ ଜନଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ନିବେଦନ କଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରି ନିଜର ସ୍ୱ-ଗଣନା ସଂପୂର୍ଣ୍ଣ କରିଛନ୍ତି। ଏହି ପର୍ଯ୍ୟାୟରେ ଘର ଘର ଗଣନା ଏବଂ ଗୃହ-ସମ୍ବନ୍ଧୀୟ କାର୍ଯ୍ୟର ସୂଚନା ଦିଆଯାଇଥାଏ। ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ, ଏହି ଜନଗଣନାରେ ତଥ୍ୟ ସଂଗ୍ରହ ପାଇଁ ଡିଜିଟାଲ୍ ମାଧ୍ୟମ ବ୍ୟବହାର କରି କରାଯାଉଛି। ଏହା ଭାରତର ଲୋକମାନଙ୍କୁ ସେମାନଙ୍କ ପରିବାର ବିବରଣୀ ନିଜେ ପୂରଣ କରିବାକୁ ସକ୍ଷମ କରିଥାଏ।

ଶ୍ରୀ ମୋଦୀ ଦେଶର ଲୋକମାନଙ୍କୁ ସେମାନଙ୍କ ପରିବାର ବିବରଣୀ ନିଜେ ପୂରଣ କରିବାକୁ ଏବଂ ଜନଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ମୁଁ ମୋର ସ୍ୱ-ଗଣନା ସମାପ୍ତ କରିଛି।

ଆଜିଠାରୁ, ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେଉଛି, ଯେଉଁଥିରେ ଘର ଘର ଗଣନା ଏବଂ ଗୃହ-ସମ୍ବନ୍ଧୀୟ କାର୍ଯ୍ୟର ସୂଚନା ଦାଖଲ କରାଯାଏ। ପ୍ରଥମ ଥର ପାଇଁ, ଏହି ଜନଗଣନାରେ ତଥ୍ୟ ସଂଗ୍ରହ ପାଇଁ ଡିଜିଟାଲ୍ ମାଧ୍ୟମ ବ୍ୟବହାର କରି କରାଯାଉଛି। ଏହା ଭାରତର ଲୋକମାନଙ୍କୁ ସେମାନଙ୍କର ପରିବାର ବିବରଣୀ ନିଜେ ପୂରଣ କରିବାକୁ ସକ୍ଷମ କରିଥାଏ।

ମୁଁ ଦେଶର ଲୋକମାନଙ୍କୁ ସେମାନଙ୍କର ପରିବାର ବିବରଣୀ ନିଜେ ପୂରଣ କରିବାକୁ ଏବଂ ଜନଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ନିବେଦନ କରୁଛି।”

 

TKM