ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ଆଜି ହିମାଚଳ ପ୍ରଦେଶର ଚାମ୍ବା ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର (ପିଏମ୍ଜିଏସ୍ୱାଇ) – ୩ୟ ପର୍ଯ୍ୟାୟକୁ ଆରମ୍ଭ କରିଛନ୍ତି ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଦୁଇ ଦିନ ପୂର୍ବେ ସେ ମହାକାଳ ସହର ପରିଦର୍ଶନ କରିଥିଲେ ଏବଂ ଆଜି ସେ ମଣି ମହେଶ୍ୱରଙ୍କ ଆଶ୍ରୟ ସ୍ଥଳକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସେହି ଅଂଚଳର ଜଣେ ଶିକ୍ଷକଙ୍କଠାରୁ ସେ ପାଇଥିବା ଏକ ଚିଠି ସମ୍ପର୍କରେ ସ୍ମରଣ କରିଥିଲେ, ଯିଏକି ପ୍ରଧାନମନ୍ତ୍ରୀଙ୍କ ସହିତ ଚାମ୍ବା ବିଷୟରେ ଅନେକ ତଥ୍ୟ ବାଂଟିଥିଲେ । ଏହି ଚିଠିକୁ ପ୍ରଧାନମନ୍ତ୍ରୀ ମନ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିତ କରିଥିଲେ ।
ଚାମ୍ବା ଏବଂ ଅନ୍ୟାନ୍ୟ ଅପହଂଚ ଇଲାକାରେ ରହିଥିବା ଗ୍ରାମ ଗୁଡିକ ପାଇଁ ସଡ଼କ ସଂଯୋଗୀକରଣ କରିବା ଏବଂ ରୋଜଗାର ସୃଷ୍ଟି କରିବା ନିମନ୍ତେ ଏକାଧିକ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଥିଲେ । ହିମାଚଳ ପ୍ରଦେଶରେ ରହିଥିବା ତାଙ୍କ ପୁରୁଣା ଦିନ ଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପୁର୍ବରୁ ରହିଥିବା ଲୋକକଥା ‘ପାହାଡ କା ପାନି ଅର୍ ପାହାଡ କି ଜାୱାନୀ ପାହାଡ କେ କାମ ନହିଁ ଆତି’ ଅର୍ଥାତ୍ ପାହାଡର ପାଣି ଏବଂ ପାହାଡର ଯୌବନ ପାହାଡର କାମରେ ଆସି ନଥାଏ’ ଏବେ ପରିବର୍ତ୍ତତ ହୋଇ ଯାଇଛି । “ଏବେ ପାହାଡିଆ ଅଂଚଳର ଯୁବକ ମାନେ ଏହି ଅଂଚଳର ବିକାଶ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ” ବୋଲି ସେ କହିଥିଲେ ।
୧୩୦ କୋଟି ଭାରତୀୟଙ୍କ ପାଇଁ ଆସନ୍ତା ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଭାରତର ଆଜାଦିର ଅମୃତ କାଳ ଏବେ ଆରମ୍ଭ ହୋଇଛି ଯେଉଁଥିରେ ଆମକୁ ଭାରତକୁ ଏକ ବିକଶିତ ଦେଶ କରିବା ନିମନ୍ତେ ଲକ୍ଷ୍ୟକୁ ପୂରଣ କରିବାକୁ ପଡିବ । ଆସନ୍ତା କିଛି ମାସ ମଧ୍ୟରେ, ହିମାଚଳ ପ୍ରଦେଶ ପ୍ରତିଷ୍ଠାର ୭୫ ବର୍ଷ ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଛି । ଅର୍ଥାତ୍ ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ, ହିମାଚଳ ମଧ୍ୟ ଏହାର ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂର୍ତ୍ତିକୁ ପାଳନ କରିବ । ସେହି କାରଣରୁ ଆସନ୍ତା ୨୫ ବର୍ଷର ପ୍ରତ୍ୟେକ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ” ବୋଲି ପ୍ରଧାନମନ୍ତ୍ରୀ ବିଷଦ ଭାବେ କହିଥିଲେ ।
ପ୍ରଧାନମନ୍ତ୍ରୀ ସେହି ଦିନ ଗୁଡ଼ିକୁ ମନେ ପକାଇ ଥିଲେ, ଯେତେବେଳେ ହିମାଚଳ ପ୍ରଦେଶର ଦିଲ୍ଲୀ ଉପରେ ବହୁତ କମ୍ ପ୍ରଭାବ ଥିଲା ଏବଂ ଏହି ରାଜ୍ୟର ଦାବି ଗୁଡିକୁ ଏବଂ ଅନୁରୋଧକୁ ଅଣଦେଖା କରା ଯାଉଥିଲା, ଯାହା ଫଳରେ ଚାମ୍ବା ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱାସ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ ବିକାଶର ଦୌଡରେ ପଛରେ ରହି ଯାଇଥିଲା । ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ସେ ଚାମ୍ବାର ଶକ୍ତି ବିଷୟରେ ଅବଗତ ଥିବାରୁ ଏହାକୁ ଆକାଂକ୍ଷୀ ଜିଲ୍ଲା ଭାବରେ ବିଶେଷ ଧ୍ୟାନ ଦିଆ ଯାଇଛି । ଏକ ଭାରତ ଶ୍ରେଷ୍ଠ ଭାରତର ଉତ୍ସାହ ଉଦ୍ଦୀପନା ଯୋଗୁଁ ପିଲାମାନେ ଏବେ କେରଳରୁ ହିମାଚଳକୁ ଆସି ପାରୁଛନ୍ତି, ତାହାକୁ ନେଇ ସେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯେ ହିମାଚଳ ଆଜି ଡବଲ ଇଞ୍ଜିନ ବିଶିଷ୍ଟ ସରକାରଙ୍କ ଶକ୍ତିକୁ ହୃଦୟଙ୍ଗମ କରି ପାରିଛି, ଯାହା ଏହି ରାଜ୍ୟରେ ବିକାଶର ଗତିକୁ ଦ୍ୱିଗୁଣିତ କରିଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ପୂର୍ବରୁ କ୍ଷମତାରେ ରହିଥିବା ସରକାର କେବଳ ସେହି ଅଂଚଳରେ ସେବା ଯୋଗାଇ ଦେଉଥିଲେ, ଯେଉଁ ସ୍ଥାନରେ କାର୍ଯ୍ୟ ଏବଂ ଚାପର ଭାର କମ୍ ରହିଥିଲା ଏବଂ ରାଜନୈତିକ ଲାଭ ଅଧିକ ରହୁଥିଲା । ଏହାର ଫଳସ୍ୱରୂପ, ଦୂରଦୂରାନ୍ତ ଇଲାକାର ତଥା ଆଦିବାସୀ ଅଂଚଳର ବିକାଶ ହାର ଯଥେଷ୍ଟ କମ୍ ରହିଥିଲା । ଏବେ ସଡକ ପଥ ହେଉ, ବିଦ୍ୟୁତ୍ ସଂଯୋଗ ହେଉ କିମ୍ବା ଜଳ ହେଉ, ଏହି ଅଂଚଳର ପ୍ରତ୍ୟେକ ଲୋକ ଲାଭ ପାଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । “ଡବଲ୍ ଇଞ୍ଜିନ ବିଶିଷ୍ଟ ସରକାରଙ୍କର କାର୍ଯ୍ୟ ଶୈଳୀ ଅନ୍ୟ ମାନଙ୍କ ଅପେକ୍ଷା ଭିନ୍ନ ହୋଇଥାଏ । ଆମର ପ୍ରାଥମିକତା ହେଉଛି କିପରି ଭାବେ ଲୋକଙ୍କ ଜୀବନକୁ ସହଜ କରା ଯାଇ ପାରିବ । ସେଥିପାଇଁ ଆମେ ଆଦିବାସୀ ଅଂଚଳ ଏବଂ ପାହାଡିଆ ଅଂଚଳ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛୁ ।”
ଗ୍ୟାସ ସଂଯୋଗ, ପାଇପ୍ ଜଳ, ସ୍ୱାସ୍ଥ୍ୟ ସେବା, ଆୟୁଷ୍ମାନ ଭାରତ ଏବଂ ସଡ଼କ ସଂଯୋଗୀକରଣ ଭଳି ଦୂରଦୂରାନ୍ତ ଏବଂ ପାହାଡ ଅଂଚଳରେ ଜୀବନ ବଦଳାଇବା ଭଳି ପଦକ୍ଷେପ ସମ୍ପର୍କରେ ସେ ତାଲିକା ଦେଇଥିଲେ । ସେ କହିଥିଲେ, “ଯଦି ଆମେ ଗ୍ରାମ ଗୁଡ଼ିକରେ କଲ୍ୟାଣ କେନ୍ଦ୍ର ତିଆରି କରୁଛୁ, ସେହି ସମାନ ସମୟରେ ଆମେ ଜିଲ୍ଲା ମାନଙ୍କରେ ମଧ୍ୟ ମେଡିକାଲ କଲେଜ ମଧ୍ୟ ଖୋଲୁଛୁ । ପର୍ଯ୍ୟଟନର ସୁରକ୍ଷା ପାଇଁ ହିମାଚଳକୁ ଟୀକାକରଣ କ୍ଷେତ୍ରରେ କିପରି ପ୍ରାଥମିକତା ଦିଆ ଯାଇଥିଲା ସେ ମଧ୍ୟ ତାଙ୍କ ସମ୍ବୋଧନରେ ଉଲ୍ଲେଖ କରିଥିଲେ । ସାରା ଦେଶରେ ଦ୍ରୁତତମ ଶତ ପ୍ରତିଶତ ଟୀକାକରଣ ଲକ୍ଷ୍ୟରେ ପହଂଚିଥିବାରୁ ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଥିଲେ ।
ଗ୍ରାମୀଣ ସଡକ ନିର୍ମାଣ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ପର ଠାରୁ ୨୦୧୪ ପର୍ଯ୍ୟନ୍ତ ୧୮୦୦ କୋଟି ଟଙ୍କା ବ୍ୟୟ ସହିତ ୭୦୦୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଗ୍ରାମାଂଚଳ ରାସ୍ତା ନିର୍ମାଣ କରା ଯାଇଥିଲା । କିନ୍ତୁ ଗତ ୮ ବର୍ଷ ମଧ୍ୟରେ ୫୦୦୦ କୋଟି ଟଙ୍କାର ବ୍ୟୟ ବରାଦରେ ୧୨,୦୦୦ କିଲୋମିଟର ରାସ୍ତା ନିର୍ମାଣ କରା ଯାଇଛି । ଆଜି ଆରମ୍ଭ ହୋଇଥିବା ଯୋଜନା ଗୁଡିକ ଯୋଗୁଁ ୩୦୦୦ କିଲୋମିଟର ଗ୍ରାମୀଣ ସଡକ ସୃଷ୍ଟି ହେବ ବୋଲି ସେ ସୂଚନା ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହିମାଚଳ ପ୍ରଦେଶ ଅନୁରୋଧ ଏବଂ ଦାବି ନେଇ ଦିଲ୍ଲୀ ଆସୁଥିବାର ସମୟ ଏବେ ଅତିବାହିତ ହୋଇ ଯାଇଛି । ବର୍ତ୍ତମାନ ହିମାଚଳ ନୂତନ ପ୍ରକଳ୍ପ ଗୁଡିକ ସମେତ ଏବଂ ଏହାର ପ୍ରଗତି ଏବଂ ଏହାର ଅଧିକାର ପାଇଁ ସବିଶେଷ ତଥ୍ୟ ସହିତ ଦାବି କରୁଛି । “ଆପଣ ମାନଙ୍କର (ଲୋକ ମାନଙ୍କର) ଆଦେଶ ମୋ ପାଇଁ ସର୍ବୋପରି ଅଟେ । ଆପଣ ମାନେ ମୋର ହାଇ କମାଣ୍ଡ । ମୁଁ ଏହାକୁ ମୋର ଭାଗ୍ୟ ବୋଲି ବିବେଚନା କରେ, ସେଥିପାଇଁ ଆପଣ ମାନଙ୍କର ସେବା କରିବା ମୋତେ ଭିନ୍ନ ଆନନ୍ଦ ଦେଇଥାଏ ଏବଂ ମୋତେ ଶକ୍ତି ପ୍ରଦାନ କରିଥାଏ ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଗତ ୮ ବର୍ଷ ମଧ୍ୟରେ ହୋଇଥିବା ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ପାହାଡ଼ିଆ ଅଂଚଳରେ, ଅପହଂଚ ଇଲାକାରେ, ସମଗ୍ର ଦେଶରେ ଆଦିବାସୀ ଅଂଚଳରେ ଦ୍ରୁତ ବିକାଶର ଏକ ମହା ଯଜ୍ଞ ଚାଲିଛି ।” ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ , ଏହାର ଲାଭ କେବଳ ହିମାଚଳର ଚାମ୍ବା ମଧ୍ୟରେ ସୀମିତ ନୁହେଁ ବରଂ ପାଙ୍ଗି – ଭରାମର, ଛୋଟ – ବଡ ଭଙ୍ଗାଲ, ଗିରିମ୍ପର, କିନ୍ନୁର ଏବଂ ଲାହଲ – ସ୍ପିଟି ଭଳି ଅଂଚଳ ମଧ୍ୟ ଏହାର ଲାଭ ପାଉଛନ୍ତି । ଆକାଂକ୍ଷୀ ଜିଲ୍ଲା ଗୁଡିକର ବିକାଶ ମାନ୍ୟତାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା କାରଣରୁ ସେ ଚାମ୍ବା ଜିଲ୍ଲାକୁ ଶୁଭେଚ୍ଛା ଜଣେଇ ଥିଲେ ।
ଆଦିବାସୀ ସମ୍ପ୍ରଦାୟର ବିକାଶ ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସିର୍ମାଉରର ଗିରିପର ଅଂଚଳର ହାତୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ କରି ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଆଦିବାସୀ ଲୋକ ମାନଙ୍କର ବିକାଶ ପାଇଁ ଆମ ସରକାର କେତେ ଗୁରୁତ୍ୱ ଦେଉଛନ୍ତି ଏହି ନିଷ୍ପତ୍ତି ତାହାକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିମାଚଳରେ ପୂର୍ବରୁ କ୍ଷମତାରେ ଥିବା ସରକାର ଏବଂ ପୂର୍ବର କେନ୍ଦ୍ର ସରକାର କେବଳ ନିର୍ବାଚନ ସମୟରେ ଦୂରଦୂରାନ୍ତରେ ଥିବା ଗ୍ରାମ ତଥା ଆଦିବାସୀ ଗ୍ରାମ ବିଷୟରେ ଚିନ୍ତା କରୁଥିଲେ, କିନ୍ତୁ ଆଜିର ଡବଲ ଇଞ୍ଜିନ୍ ବିଶିଷ୍ଟ ସରକାର ଚବିଶ ଘଂଟା ଲୋକ ମାନଙ୍କର ସେବା କରିବାକୁ ଚେଷ୍ଟା କରୁଛନ୍ତି । କରୋନା ମହାମାରୀ ସମୟରେ ଗରିବ ପରିବାରକୁ ରିଲିଫ ଯୋଗାଇବା ପାଇଁ ସରକାରଙ୍କ ଉଦ୍ୟମକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମାଗଣା ରାସନ ପ୍ରଦାନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଗତ ଦେଢ଼ ବର୍ଷ ହେଲା ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ଭାରତ ସରକାର କିଭଳି ଖାଦ୍ୟ ଶସ୍ୟ ଯୋଗାଉଛନ୍ତି, ତାହାକୁ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇ ଦେଖୁଛି । ଶ୍ରୀ ମୋଦୀ ଭାରତରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ଏହାର ସଫଳତାର ଶ୍ରେୟ ସେ ସ୍ୱାସ୍ଥ୍ୟ ବିଭାଗ ଏବଂ ଆଶା କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣକୁ ମଧ୍ୟ ଦେଇଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, “ବିକାଶର ଏପରି କାର୍ଯ୍ୟ କେବଳ ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ସେବା ନିମନ୍ତେ ଇଚ୍ଛା ଶକ୍ତି ମଜଭୁତ ଥାଏ ।”
ରୋଜଗାର କ୍ଷେତ୍ରରେ ପାହାଡ଼ିଆ ଏବଂ ଆଦିବାସୀ ଅଂଚଳ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଏହି ଅଂଚଳର ଶକ୍ତିକୁ ଏଠାକାର ଲୋକଙ୍କ ଶକ୍ତିରେ ପରିଣତ କରିବାକୁ ଚେଷ୍ଟା କରୁଛୁ । ସେ କହିଥିଲେ ଯେ ଆଦିବାସୀ ଅଂଚଳରେ ଜଳ ଓ ଜଙ୍ଗଲର ସମ୍ପଦ ଅମୂଲ୍ୟ ଅଟେ । ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ ଚାମ୍ବା ହେଉଛି ସେହି ଅଂଚଳ, ଯେଉଁଠାରେ ଜଳ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ ଯେଉଁ ପ୍ରକଳ୍ପ ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଛି, ତାହା ଶକ୍ତି ଉତ୍ପାଦନ କ୍ଷେତ୍ରରେ ଚାମ୍ବା ଏବଂ ହିମାଚଳର ଅଂଶକୁ ବୃଦ୍ଧି କରିବ । ସେ ଆହୁରି ମଧ୍ୟ କହିଥିଲେ ଯେ, ” ହିମାଚଳର ଚାମ୍ବା ଏଠାରେ ଉତ୍ପାଦିତ ବିଦ୍ୟୁତ୍ରୁ ଶହ ଶହ କୋଟି ଟଙ୍କା ରୋଜଗାର କରିବ ଏବଂ ଏହି ସ୍ଥାନର ଯୁବକମାନେ ନିଯୁକ୍ତି ସୁଯୋଗ ପାଇ ପାରିବେ” । “ଗତ ବର୍ଷ ମଧ୍ୟ ମୁଁ ଏହିପରି ୪ ଟି ବଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ନିମନ୍ତେ ସୁଯୋଗ ଲାଭ କରିଥିଲି । କିଛି ଦିନ ପୂର୍ବରୁ ବିଳାସପୁର ଠାରେ ଆରମ୍ଭ ହୋଇଥିବା ହାଇଡ୍ରୋ ଇଞ୍ଜିନିୟରିଂ କଲେଜ ମଧ୍ୟ ହିମାଚଳର ଯୁବକ ମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ” ବୋଲି ସେ କହିଥିଲେ ।
ଉଦ୍ୟାନ କୃଷି, ପଶୁ ପାଳନ ଏବଂ ହସ୍ତଶିଳ୍ପ ଏବଂ କଳା କ୍ଷେତ୍ରରେ ହିମାଚଳର ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଫୁଲ, ଚାମ୍ବା ଅଂଚଳର ଚୁଖ, ରାଜମା ମାଦ୍ରା, ଚାମ୍ବା ଚାପଲ, ଚାମ୍ବା ଥାଲ ଏବଂ ପାଙ୍ଗି କି ଥାଙ୍ଗୀ ଭଳି ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିଥିବାରୁ ପ୍ରଶଂସା କରିଥିଲେ । ସେ ଏହି ଉତ୍ପାଦ ଗୁଡ଼ିକୁ ଦେଶର ଐତିହ୍ୟ ବୋଲି ସେ କହିଥିଲେ । ଭୋକାଲ ଫର ଲୋକାଲ୍ର ଉଦାହରଣ ଦେଇ, ପ୍ରଧାନମନ୍ତ୍ରୀ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଉଦ୍ୟମ ହେତୁ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ସହିତ ଜଡିତ ମହିଳା ମାନଙ୍କୁ ବହୁତ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଏହି ଉତ୍ପାଦ ଗୁଡିକୁ ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା (ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ ସ୍କିମ୍ ) ଅଧୀନରେ ମଧ୍ୟ ପ୍ରୋତ୍ସାହନ ଦିଆ ଯାଉଛି ଏବଂ ସେ ଏହି ଜିନିଷ ଗୁଡ଼ିକୁ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ନିକଟରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା ହିମାଚଳର ନାମ ସମଗ୍ର ବିଶ୍ୱରେ ପ୍ରଚାରିତ ହେବ ଏବଂ ଅଧିକ ଲୋକ ହିମାଚଳରେ ତିଆରି ଏହି ଉତ୍ପାଦ ଗୁଡିକ ବିଷୟରେ ଅବଗତ ହୋଇ ପାରିବେ ।
ପ୍ରଧାନମନ୍ତ୍ରୀ କହିଥିଲେ “ଡବଲ୍ ଇଞ୍ଜିନ୍ ବିଶିଷ୍ଟ ସରକାର ହେଉଛି ଏମିତି ଏକ ସରକାର, ଯିଏ ଏହାର ସଂସ୍କୃତି, ଐତିହ୍ୟ ଏବଂ ବିଶ୍ୱାସକୁ ସମ୍ମାନ କରେ । ଚାମ୍ବା ସମେତ, ସମଗ୍ର ହିମାଚଳ ବିଶ୍ୱାସ ଏବଂ ଐତିହ୍ୟର ଭୂମି ଅଟେ । ” ହିମାଚଳ ପ୍ରଦେଶର ଐତିହ୍ୟ ଏବଂ ପର୍ଯ୍ୟଟନର ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କୁଲ୍ଲୁ ଠାରେ ଅନୁଷ୍ଠିତ ଦଶହରା ମହୋତ୍ସବରେ ଯୋଗ ଦେବା ପାଇଁ ତାଙ୍କର ଗସ୍ତକୁ ମନେ ପକାଇ କହିଥିଲେ ଯେ, ଗୋଟିଏ ପଟେ ଆମର ଐତିହ୍ୟ ରହିଥିବା ବେଳେ ଅନ୍ୟ ପଟେ ପର୍ଯ୍ୟଟନ ରହିଛି । ଡାଲହାଉସି ଏବଂ ଖଜିଆର୍ ପରି ପର୍ଯ୍ୟଟନ ସ୍ଥଳୀ ହିମାଚଳ ପାଇଁ ଆଧ୍ୟାତ୍ମିକତା ଏବଂ ପର୍ଯ୍ୟଟନ ସମ୍ପଦ ଦୃଷ୍ଟିରୁ ଏକ ପ୍ରେରଣାର ଶକ୍ତି ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ, “କେବଳ ଡବଲ ଇଞ୍ଜିନ୍ ବିଶିଷ୍ଟ ସରକାର ଏହି ଶକ୍ତିକୁ ସ୍ୱୀକୃତି ଦେଇଥାଏ । ହିମାଚଳ ନିଜେ ମନସ୍ଥ କରିଛି ଏବଂ ଏହା ପୁରୁଣା ପ୍ରଥାକୁ ପରିବର୍ତ୍ତନ କରିବ ଏବଂ ଏକ ନୂତନ ପରମ୍ପରା ସୃଷ୍ଟି କରିବ । ”
ଏହି ବିଶାଳ ସମାବେଶକୁ ସମ୍ବୋଧନ କରି ତାଙ୍କ ବକ୍ତବ୍ୟ ଶେଷ କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିଶାଳ ସମାବେଶରେ ସେ ହିମାଚଳର ଅଭିବୃଦ୍ଧି ଏବଂ ସଂକଳ୍ପର ଶକ୍ତିକୁ ଦେଖୁଛନ୍ତି । ହିମାଚଳ ପ୍ରଦେଶର ଲୋକଙ୍କ ସଂକଳ୍ପ ଏବଂ ସ୍ୱପ୍ନକୁ ପୂରଣ କରିବାରେ ତାଙ୍କର ନିରନ୍ତର ସମର୍ଥନ ରହିବ ବୋଲି ସେ ନିଶ୍ଚିତ କରିଥିଲେ ।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, ସଂସଦର ସଦସ୍ୟ ଶ୍ରୀ କିଶନ କପୁର, ଶ୍ରୀମତୀ ଇନ୍ଦୁ ଗୋସ୍ୱାମୀ ଏବଂ ବିଜେପି ରାଜ୍ୟ ସଭାପତି ଶ୍ରୀ ସୁରେଶ କାଶ୍ୟପ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପ – ୪୮ ମେଗାୱାଟ ଚାନଜୁ -୩ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପ ଏବଂ ୩୦ ମେଗାୱାଟ ଦେଓଥାଲ ଚାନଜୁ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଦୁଇଟି ପ୍ରକଳ୍ପରୁ ବାର୍ଷିକ ୨୭୦ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହେବ ଏବଂ ହିମାଚଳ ପ୍ରଦେଶ ଏହି ପ୍ରକଳ୍ପ ଗୁଡିକରୁ ପ୍ରାୟ ୧୧୦ କୋଟି ଟଙ୍କା ବାର୍ଷିକ ପ୍ରାୟ ଆୟ କରିବ ବୋଲି ଆଶା କରା ଯାଉଛି ।
ଏହି ରାଜ୍ୟରେ ପ୍ରାୟ ୩୧୨୫ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମ୍ଜିଏସ୍ୱାଇ) – ୩ୟ ପର୍ଯ୍ୟାୟକୁ ଆରମ୍ଭ କରିଥିଲେ । ରାଜ୍ୟର ୧୫ ଟି ସୀମା ତଥା ଦୂରଦୂରାନ୍ତରେ ରହିଥିବା ୪୪୦ କିଲୋମିଟର ରାସ୍ତାର ନବୀକରଣ ପାଇଁ ଏହି ପର୍ଯ୍ୟାୟରେ କେନ୍ଦ୍ର ସରକାର ୪୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
*****
SSP
Delighted to be in Chamba. Numerous initiatives are being launched here which will further Himachal Pradesh's growth. https://t.co/PLixerpOtU
— Narendra Modi (@narendramodi) October 13, 2022
In Chamba, PM @narendramodi recalls when a teacher from Himachal Pradesh had shared insights for #MannKiBaat. pic.twitter.com/vdxemJZDGi
— PMO India (@PMOIndia) October 13, 2022
The next 25 years are very crucial for 130 crore Indians. pic.twitter.com/EnIgOmhPx9
— PMO India (@PMOIndia) October 13, 2022
Double engine government of Himachal Pradesh is devoted to all-round development of the state. pic.twitter.com/oCvq6zfud3
— PMO India (@PMOIndia) October 13, 2022
A 'mahayagya' of development is going on and Himachal Pradesh is greatly benefitting from it. pic.twitter.com/mRDXvRCmVz
— PMO India (@PMOIndia) October 13, 2022
A decision which will benefit numerous citizens. pic.twitter.com/58Tt1zzvBu
— PMO India (@PMOIndia) October 13, 2022
हिमाचल के सैकड़ों गांव पहली बार सड़कों से जुड़े हैं। आज शुरू हुई योजना से भी 3 हजार किलोमीटर की सड़कें गांवों में बनेंगी, जिसका सबसे अधिक लाभ चंबा और दूसरे जनजातीय क्षेत्रों के गांवों को होगा। pic.twitter.com/2sAwCL8UGx
— Narendra Modi (@narendramodi) October 13, 2022
अब हिमाचल वाले हक नहीं मांगते, दिल्ली में हक जताते हैं और हमें आदेश देते हैं। जनता-जनार्दन के इस आदेश को मैं अपना सौभाग्य समझता हूं। pic.twitter.com/V2Kd8vNnYB
— Narendra Modi (@narendramodi) October 13, 2022