ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ‘ୱାନ ରାଙ୍କ, ୱାନ୍ ପେନ୍ସନ’ (ଓଆରଓପି) ଅନ୍ତର୍ଗତ ଆର୍ମେଡ୍ ଫୋର୍ସେସ କର୍ମଚାରୀ/ ପାରିବାରିକ ପେନ୍ସନଧାରୀଙ୍କ ପେନ୍ସନରେ ପରିବର୍ତ୍ତନକୁ ମଞ୍ଜୁରି ପ୍ରଦାନ କରିଛି। ଆର୍ମେଡ୍ ଫୋର୍ସେସର ପେନ୍ସନଧାରୀ/ ପାରିବାରିକ ପେନ୍ସନଧାରୀଙ୍କୁ ଓଆରଓପି ପ୍ରସ୍ତାବ ଅନୁରୂପ ଅଧିକ ପେନ୍ସନ ମିଳିବ।
କ୍ୟାବିନେଟର ଏହି ନିଷ୍ପତ୍ତି ତାରିଖ 01 ଜୁଲାଇ 2019 ରୁ ଓଆରଓପି ଅନ୍ତର୍ଗତ ଆର୍ମଡ଼ ଫୋର୍ସେସର କର୍ମଚାରୀ/ ପାରିବାରିକ ପେନ୍ସନଧାରୀଙ୍କ ପେନସନର ପୁନଃନିରୀକ୍ଷଣ ପ୍ରତି ଭାରତ ସରକାରଙ୍କ ପ୍ରତିଶ୍ରୁତିକୁ ପୂରଣ କରିବ। ଗତ ପେନସନଧାରୀଙ୍କ ପେନ୍ସନ କ୍ୟାଲେଣ୍ଡର ବର୍ଷ 2018 ରେ ସମାନ ସେବା ଅବଧି ସହିତ ସମାନ ରାଙ୍କ ଉପରେ ଅବସର ହୋଇଥିବା ଆର୍ମଡ୍ ଫୋର୍ସେସଙ୍କ କମର୍ଚାରୀଙ୍କୁ ସର୍ବନିମ୍ନ ପେନ୍ସନର ହାରାହାରି ଆଧାରରେ ପୁଣି ଥରେ ନିର୍ଦ୍ଧାରିତ କରାଯିବ। ଏହି ହାରାହାରି ଦ୍ବାରା ଅଧିକ ପେନ୍ସନ ପାଇବାକୁ ଥିବା ଲୋକମାନଙ୍କ ପେନ୍ସନକୁ ସଂରକ୍ଷିତ କରାଯିବ।
ଏହି ଲାଭ ଯୁଦ୍ଧରେ ସହୀଦ ସେନ୍ୟ କର୍ମଚାରୀମାନଙ୍କର ବିଧବା ଏବଂ ଦିବ୍ୟାଙ୍ଗ ପେନ୍ସନରଙ୍କ ସହିତ ପାରିବାରିକ ପେନ୍ସନଧାରୀଙ୍କୁ ମଧ୍ୟ ଦିଆଯିବ। ଏହା ଯୁବକମାନଙ୍କୁ ସଶସ୍ତ୍ର ବଳରେ ସାମିଲ୍ ହେବା ପାଇଁ ଆକର୍ଷିତ କରିବ।
ବକେୟାର ଇଠ ଚାରି ଅର୍ଦ୍ଧ ବାର୍ଷିକ କିସ୍ତିରେ କରାଯିବ। ଯଦିଓ ବିଶେଷ/ ଉଦାରୀକୃତ ପାରିବାରିକ ପେନ୍ସନ ପାଉଥିବା ଏବଂ ବୀରତା ପୁରସ୍କାର ବିଜେତାମାନଙ୍କ ସହିତ ସମସ୍ତ ପାରିବାରିକ ପେନ୍ସନରଙ୍କୁ ଏକ କିସ୍ତିରେ ବକେୟାର ପଇଠ କରାଯିବ।
ଆନୁମାନିକ ବାର୍ଷିକ ଆର୍ଥିକ ପ୍ରଭାବର ଗଣନା 8450.04 କୋଟି ଟଙ୍କା @ 31 ପ୍ରତିଶତ ଡିୟରନେସ୍ ରିଲିଫ୍ (ଡିଆର) ଭାବରେ କରାଯାଇଛି। ଡିୟରନେସ୍ ରିଲିଫ୍ ଅନୁସାରେ ତାରିଖ 01 ଜୁଲାଇ 2019 ରୁ 31 ଡିସେମ୍ବର 2021 ସୁଦ୍ଧା ପ୍ରଭାବୀ ବକେୟାର ଗଣନା 19316.79 ଟଙ୍କା ଭାବରେ କରାଯାଇଛି।
|
Sepoy |
17,699 |
19,726 |
87,000 |
|
Naik |
18,427 |
21,101 |
1,14,000 |
|
Havildar |
20,066 |
21,782 |
70,000 |
|
Nb Subedar |
24,232 |
26,800 |
1,08,000 |
|
Sub Major |
33,526 |
37,600 |
1,75,000 |
|
Major |
61,205 |
68,550 |
3,05,000 |
|
Lt. Colonel |
84,330 |
95,400 |
4,55,000 |
|
Colonel |
92,855 |
1,03,700 |
4,42,000 |
|
Brigadier |
96,555 |
1,08,800 |
5,05,000 |
|
Maj. Gen. |
99,621 |
1,09,100 |
3,90,000 |
|
Lt. Gen. |
1,01,515 |
1,12,050 |
4,32,000 |
Rank | Pension as on 01.01.2016 | Revised pension w.e.f. 01.07.2019 | Likely arrears from 01.07.2019 to 30.06.2022 |
|---|
ପୁରୁଣା ଓଆରଓପି ର ହିତାଧିକାରୀମାନଙ୍କ ସହିତ ପ୍ରାୟ 2513002 ଆର୍ମଡ ଫୋର୍ସେସଙ୍କ ପେନ୍ସନଧାରୀ/ ପାରିବାରିକ ପେନ୍ସନଧାରୀ ଏହାଦ୍ବାରା ଲାଭାନ୍ବିତ ହେବେ।
BS
राष्ट्र सेवा में जुटी हमारी सेना देशवासियों के गर्व का प्रतीक है। उनके कल्याण के लिए हमारी सरकार प्रतिबद्ध है। इसी को ध्यान में रखते हुए केंद्रीय मंत्रिमंडल ने पूर्व सैन्यकर्मियों और उनके परिवारों के लिए OROP के तहत पेंशन रिवीजन को मंजूरी दी है। https://t.co/9fnMIRqxKK
— Narendra Modi (@narendramodi) December 23, 2022