Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

• ଆଜାଦ ହିନ୍ଦ ସରକାର ଗଠନର 75ତମ ବାର୍ଷିକୀ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

•	ଆଜାଦ ହିନ୍ଦ ସରକାର ଗଠନର 75ତମ ବାର୍ଷିକୀ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

•	ଆଜାଦ ହିନ୍ଦ ସରକାର ଗଠନର 75ତମ ବାର୍ଷିକୀ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

•	ଆଜାଦ ହିନ୍ଦ ସରକାର ଗଠନର 75ତମ ବାର୍ଷିକୀ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ


ନେତାଜୀ ସୁବାସ ଚନ୍ଦ୍ର ବୋଷ ଗଠନ କରିଥିବା ଆଜାଦ ହିନ୍ଦ ସରକାରର 75ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି ଲାଲ କିଲ୍ଲାଠାରେ ଜାତୀୟ ପତାକା ଉତୋଳନ କରିଛନ୍ତି ।

ଆଜାଦ ହିନ୍ଦ ସରକାର ଗଠନ ହେବାର 75ତମ ବାର୍ଷିକୀର ଗୌରବମୟ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ବକ୍ତବ୍ୟ ରଖି ସେ କହିଲେ ଯେ ଆଜାଦ ହିନ୍ଦ ଫୌଜକୁ ନେଇ ସୁବାସ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦୃଷ୍ଟି  ଏକ ଶକ୍ତିଶାଳୀ ଅଖଣ୍ଡ ଭାରତ ବର୍ଷକୁ ସୂଚାଇଥାଏ । ପୁନଶ୍ଚ ସେ କହିଲେ ଯେ ଆଜାଦ ହିନ୍ଦ ସରକାର ଦେଶ ଗଠନ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ଲୋକଙ୍କୁ ସାମିଲ କରିଥିଲେ । ଏପରିକି ସେମାନେ ନିଜର ବ୍ୟାଙ୍କ, ମୁଦ୍ରା ଏବଂ ଷ୍ଟାମ୍ପ ମଧ୍ୟ ପ୍ରଚଳ କରିଥିଲେ ।

ନେତାଜୀଙ୍କ ଯୋଗଦାନ ସମ୍ବନ୍ଧରେ ସ୍ମରଣ କରି ମୋଦୀ କହିଲେ ଯେ ସୁବାସ ଚନ୍ଦ୍ର ବୋଷ ଜଣେ ଗଭୀର ଅନ୍ତର୍ଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଯିଏକି ଶକ୍ତିଶାଳୀ ଔପନିବେଶିକ ଇଂରେଜ ସରକାରଙ୍କ ବିରୋଧରେ ଭାରତୀୟମାନଙ୍କୁ ଏକାଠି କରି ଲଢ଼େଇ କରିଥିଲେ । ସେ କହିଲେ ଯେ ପିଲାବେଳରୁ ବୋଷଙ୍କ ମଧ୍ୟରେ ଦେଶପ୍ରେମର ଜାଗରଣ ହୋଇଥିଲା ଏବଂ ଏହା ସେ ତାଙ୍କ ମାଙ୍କ ପାଖକୁ ଲେଖିଥିବା ପତ୍ରରୁ ଜାଣିବାକୁ ମିଳେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ନେତାଜୀ କେବଳ ଭାରତ ପାଇଁ ନୁହେଁ, ବରଂ ବିଶ୍ୱବ୍ୟାପୀ ଦେଶମାନଙ୍କ ପାଇଁ ପ୍ରେରଣା ଥିଲେ ଯେଉଁମାନେ କି ଆତ୍ମସଂକଳ୍ପ ଏବଂ ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିଲେ । ଏ ପ୍ରସଙ୍ଗରେ ସେ ଦକ୍ଷିଣ ଆଫ୍ରିକୀୟ ନେତା ନେଲସନ ମାଣ୍ଡେଲା କିପରି ନେତାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ତାହା ପ୍ରକାଶ କରିଥିଲେ ।

ସୁବାସ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦୃଷ୍ଟି ଅନୁସାରେ ଏକ ନୂତନ ଭାରତର ଗଠନ ପାଇଁ ଅନେକ ପଥ ଅତିକ୍ରମ କରିବାର ଅଛି ବୋଲି ଦେଶବାସୀଙ୍କୁ ସ୍ମରଣ କରାଇ, ନାଗରିକମାନେ ନେତାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରେରିତ କରାଇଥିଲେ । ସେ କହିଲେ ଯେ ଅନେକ ତ୍ୟାଗ ସ୍ୱୀକାର କରିବା ପରେ ଭାରତ ସ୍ୱାଧୀନତା ହାସଲ କରିଛି ଏବଂ ଏହି ସ୍ୱାଧୀନତାକୁ ସଂରକ୍ଷିତ କରି ରଖିବା ପ୍ରତ୍ୟେକ ନାଗରିକମାନଙ୍କ କର୍ତ୍ତବ୍ୟ ।

ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ରାଣୀ ଝାନ୍ସୀ ରେଜିମେଂଟ ପ୍ରତିଷ୍ଠା କରିବା ଦ୍ୱାରା ନେତାଜୀ ସୁବାସ ଚନ୍ଦ୍ର ବୋଷ ସୈନ୍ୟ ବାହିନୀରେ ମହିଳାମାନଙ୍କ ପାଇଁ ସମାନ ସୁଯୋଗର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଏହି ପରମ୍ପରାକୁ ନିଷ୍ଠାର ସହ ପାଳନ କରୁଛନ୍ତି । ସେ ମଧ୍ୟ ସଶସ୍ତ୍ର ବାହିନୀରେ ମହିଳାମାନେ ସ୍ଥାୟୀ କମିଶନ ହେବା ନେଇ ସମାନ ସୁବିଧା ପ୍ରଦାନ କରାଯିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ ।

 

**********