Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

2018-19 ଆର୍ଥିକ ବର୍ଷ ଲାଗି ରେଳ କର୍ମଚାରୀମାନଙ୍କୁ ଉତ୍ପାଦନ ଭିତ୍ତିକ ବୋନସ ପ୍ରଦାନକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ 2018-19ବର୍ଷ ଲାଗି ଯୋଗ୍ୟ 11,52,308 ଅଣ-ଗେଜେଟେଡ ରେଳ କର୍ମଚାରୀ (ଆରପିଏଫ/ ଆରପିଏସଏଫଙ୍କୁ ବାଦ ଦେଇ)ଙ୍କୁ 78 ଦିନର ବେତନ ସମତୁଲ୍ୟ ଉତ୍ପାଦନ ଭିତ୍ତିକ ବୋନସ (ପିଏଲବି) ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଥିଯୋଗୁ ସରକାରୀ ରାଜକୋଷ ଉପରେ 2024.40 କୋଟି ଟଙ୍କାର ବୋଝ ପଡ଼ିବ । ତେବେ ଏହା ରେଳ କର୍ମଚାରୀଙ୍କ ମଧ୍ୟରେ ଉଦ୍ୟୋଗିକ ଶାନ୍ତି ବଜାୟ ରଖିବା ସହିତ ସେମାନଙ୍କୁ କାର୍ଯ୍ୟ କରିବା ଲାଗି ଅଧିକ ଉତ୍ସାହିତ କରିବ ।

ଲାଭ :

ଯୋଗ୍ୟ ରେଳ କର୍ମଚାରୀ (ଆରପିଏଫ/ଆରପିଏସଏଫ କାର୍ମିକମାନଙ୍କୁ ବାଦ ଦେଇ)ଙ୍କୁ 2018-19 ଆର୍ଥିକ ବର୍ଷ ଲାଗି 78 ଦିନର ବେତନ ସମତୁଲ୍ୟ ଉତ୍ପାଦନ ଭିତିକ ବୋନସ (ପିଏଲବି) ପ୍ରଦାନ କରାଯିବା ଫଳରେ ରେଳବାଇର କାର୍ଯ୍ୟ ସମ୍ପାଦନରେ ସୁଧାର ଆସିବ । ଅଧିକ ସଂଖ୍ୟାରେ ରେଳ କର୍ମଚାରୀ କାମ କରିବା ଲାଗି ଉତ୍ସାହିତ ହେବେ । ଏହାଦ୍ୱାରା ଔଦ୍ୟୋଗିକ ଶାନ୍ତି ବଜାୟ ରଖିବା ସହିତ ଉତ୍ପାଦକତା ସ୍ତର ମଧ୍ୟ ବୃଦ୍ଧି ପାଇବ ।

ରେଳବାଇର ପ୍ରଭାବଶାଳୀ ପରିଚାଳନା ପ୍ରତି ସେମାନଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସମସ୍ତ ଅଣଗେଜେଟେଡ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରାଯାଉଛି ।
ଅଧିକ ସଂଖ୍ୟାରେ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିଜନଙ୍କ ପାଇଁ ଏହି ମାନ୍ୟତା ଫଳରେ ସେମାନଙ୍କ ମଧ୍ୟରେ ସମାବେଶୀ ଓ ଏକଜୁଟ ମନୋଭାବ ବୃଦ୍ଧି ପାଇବ ।

*****************