ପିଏମଇଣ୍ଡିଆ
ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (AAI)ଙ୍କ 3 ବିମାନ ବନ୍ଦର-ଅହମ୍ମଦାବାଦ, ଲକ୍ଷ୍ନୌ ଓ ମାଙ୍ଗାଲୁରୁକୁ ସରକାରୀ-ଘରୋଇ ଭାଗିଦାରିତାରେ (PPP) ସର୍ବାଧିକ ବିଡ ପ୍ରଦାନକାରୀ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡକୁ ଲିଜ ପ୍ରଦାନ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ବିଡ ଦସ୍ତାବିଜର ସର୍ତ୍ତାବଳୀ ଅନୁଯାୟୀ ଅଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡକୁ ଏହି ବିମାନ ବନ୍ଦର ଗୁଡିକର ପରିଚାଳନା, କାର୍ଯ୍ୟକାରିତା ଓ ବିକାଶ ଲାଗି 50 ବର୍ଷ ପାଇଁ ଲିଜ ପ୍ରଦାନ କରାଯିବ ।
ପ୍ରଭାବ
ଏହା ଫଳରେ ଏଏଆଇର ଆୟ ବୃଦ୍ଧି ପାଇବ ଏବଂ ଏହାଦ୍ୱାରା ଟାୟାର 2 ଏବଂ ଟାୟାର 3 ସହରମାନଙ୍କରେ ନିଯୁକ୍ତି ସୃଷ୍ଟି, ଭିତ୍ତିଭୂମିର ବିକାଶ ଓ ନିବେଶ ବୃଦ୍ଧି ପାଇବ ।