ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର ଭୋପାଳର ରାନୀ କମଲାପତି ରେଲୱେ ଷ୍ଟେସନ ଠାରେ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଭୋପାଳ (ରାନୀ କମଲାପତି) – ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାନୀ କମଳାପତି) –ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚୀ-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧାରବାଡ଼-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମଡ଼ଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଅଟେ।
ପ୍ରଧାନମନ୍ତ୍ରୀ ରାନୀ କମଲାପତି ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ କୋଚର ନିରୀକ୍ଷଣ କରିଛନ୍ତି। ସେ ଟ୍ରେନରେ ଯାତ୍ରା କରୁଥିବା ପିଲା ଓ ଚାଳକ ଦଳର ସଦସ୍ୟଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି – ଆଜି ଭୋପାଳରେ ପାଞ୍ଚଟି ବନ୍ଦେ ଭାରତ ଟ୍ରେନର ଏକ ସହିତ ଆରମ୍ଭ କରିବାର ସୌଭାଗ୍ୟ ମିଳିଛି। ଏହା ଦର୍ଶାଉଛି ଯେ ସାରା ଦେଶରେ ଭିତ୍ତିଭୂମି ଓ କନେକ୍ଟିଭିଟିର ଦ୍ରୁତ ବିକାଶକୁ ନେଇ ଆମର ସରକାର କେତେ ପ୍ରତିଶ୍ରୁତିବଦ୍ଧ ରହିଛି।
ଭୋପାଳ (ରାନୀ କମଳାପତି) – ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଇନ୍ଦୋରର ସାଂସଦ ଶ୍ରୀ ଶଙ୍କର ଲାଲବାନୀଙ୍କର ଟ୍ବିଟର ଉତ୍ତର ପ୍ରଦାନ କରି ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହାଦ୍ବାରା ଉଜ୍ଜୈନ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରା ସହଜ ହେବ।
ସେ ଟ୍ବିଟ୍ କରିଛନ୍ତି – ‘‘ମଧ୍ୟ ପ୍ରଦେଶର ଲୋକମାନଙ୍କୁ ଇନ୍ଦୋର-ଭୋପାଳ ମଧ୍ୟରେ ଆରମ୍ଭ କରାଯାଇଥିବା ବନ୍ଦେ ଭାରତ ଟ୍ରେନର ବହୁତ ବହୁତ ଅଭିନନ୍ଦନ। ଏହଦ୍ବାରା ତାଙ୍କୁ ସୁରକ୍ଷିତ ଓ ସୁବିଧାଜନକ ଯାତ୍ରାର ଲାଭ ମିଳିବ, ସେହିପରି ଧାର୍ମିକ ନଗରୀ ଉଜ୍ଜୈନର ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ମଧ୍ୟ ସୁଗମ ହେବ।
ଜବଲପୁରର ସାଂସଦ ଶ୍ରୀ ରାକେଶ ସିଂ ଙ୍କର ଏକ ଟ୍ବିଟର ଉତ୍ତର ଦେଇ, ଯିଏ ଜବଲପୁରରେ ଭୋପାଳ (ରାନୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସର ସ୍ବାଗତ କରିଛନ୍ତି, ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି – ‘‘ଦେଶର ଗର୍ବ ବନ୍ଦେ ଭାରତ ଟ୍ରେନ ଗୋଟିଏ ପଟେ ମଧ୍ୟପ୍ରଦେଶର ସାଂସ୍କୃତିକ ରାଜଧାନୀ ଜବଲପୁର ଏବଂ ରାଜ୍ୟର ରାଜଧାନୀ ଭୋପାଳ ମଧ୍ୟରେ କନେକ୍ଟିଭିଟି ବୃଦ୍ଧି ହେବ, ସେହିପରି ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳର ମଧ୍ୟ ଦ୍ରୁତ ଗତିରେ ବିକାଶ ହେବ।’’
ରାଞ୍ଚୀର ସାଂସଦ ଶ୍ରୀ ସଞ୍ଜୟ ସେଠର ଏକ ଟ୍ବିଟର ଉତ୍ତର ପ୍ରଦାନ କରି, ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରାଞ୍ଚୀ ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଖଣିଜ ସମୃଦ୍ଧ ଝାଡ଼ଖଣ୍ଡ ଏବଂ ବିହାରର ସମୃଦ୍ଧିରେ ସହାୟତା କରିବ।
‘‘ରାଞ୍ଚୀ-ପାଟଣା ମଧ୍ୟରେ ନୂତନ ବନ୍ଦେ ଭାରତ ଟ୍ରେନ କେବଳ ଲୋକଙ୍କ ଯାତ୍ରାକୁ ସୁଗମ କରିବ ନାହିଁ ବରଂ ଏହା ଖଣିଜ ସମ୍ପଦ ସମ୍ପଦରେ ଭରପୂର ଝାଡ଼ଖର୍ଡ ଏବଂ ବିହାରର ଆର୍ଥିକ ପ୍ରଗତିରେ ମଧ୍ୟ ସହାୟତା କରିବ।’’
ଗୋଆ (ମଡ଼ଗାଓଁ) – ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ସମ୍ବନ୍ଧରେ ଗୋଆର ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତଙ୍କର ଟ୍ବିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି –
‘ବନ୍ଦେ ଭାରତ ଟ୍ରେନ ଅଧିକ ପର୍ଯ୍ୟଟକଙ୍କୁ ଗୋଆର ପ୍ରାକୃତିକ ସୁନ୍ଦରତାକୁ ଦେଖିବାରେ ସକ୍ଷମ କରିବ। ଏହା କୋଙ୍କଣ ତଟରେ କନେକ୍ଟିଭିଟିରେ ମଧ୍ୟ ଉନ୍ନତି କରିବ।’’
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାବରଚନ୍ଦ ଗେହଲତ ଧାରୱାଡ଼-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି। ଶ୍ରୀ ଯୋଶୀଙ୍କର ଏକ ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି –
‘‘ଧାରୱାଡ଼ ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ସମ୍ପୂର୍ଣ୍ଣ କର୍ଣ୍ଣାଟକରେ କନେକ୍ଟିଭିଟିରେ ଉନ୍ନତି ଆଣିବ। ଏହା ରାଜ୍ୟରେ ବାଣିଜ୍ୟ ଏବଂ ପର୍ଯ୍ୟଟନରେ ମଧ୍ୟ ଉନ୍ନତି ଆଣିବ।’’
BS
आज भोपाल में पांच वंदे भारत ट्रेनों को एक साथ शुरू करने का सौभाग्य मिला। यह दिखाता है कि देशभर में इंफ्रास्ट्रक्चर और कनेक्टिविटी के तेज विकास को लेकर हमारी सरकार कितनी प्रतिबद्ध है। pic.twitter.com/uZBc99p1GT
— Narendra Modi (@narendramodi) June 27, 2023
मध्य प्रदेश के लोगों को इंदौर-भोपाल के बीच शुरू हुई वंदे भारत ट्रेन की बहुत-बहुत बधाई। इससे जहां उन्हें सुरक्षित और सुविधाजनक यात्रा का लाभ मिलेगा, वहीं धार्मिक नगरी उज्जैन की यात्रा पर जाने वाले भक्तों को भी आसानी होगी। https://t.co/MoFAe2aRVC
— Narendra Modi (@narendramodi) June 27, 2023
देश की शान वंदे भारत ट्रेन से एक ओर जहां मध्य प्रदेश की सांस्कृतिक राजधानी जबलपुर और राज्य की राजधानी भोपाल के बीच कनेक्टिविटी बढ़ेगी, वहीं धार्मिक और पर्यटन स्थलों का भी तेजी से विकास होगा। https://t.co/GSYMXH6GHe
— Narendra Modi (@narendramodi) June 27, 2023
The Vande Bharat train will enable more tourists to discover Goa’s scenic beauty. It will also improve connectivity across the Konkan coast. https://t.co/dSq4Y0vR9F
— Narendra Modi (@narendramodi) June 27, 2023