Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କ୍ୟାବିନେଟ୍ ସିଟି ବସ୍ ସଞ୍ଚାଳନର ବିସ୍ତାର ପାଇଁ ‘‘ପିଏମ୍-ଇ ବସ୍ ସେବା’’ କୁ ମଞ୍ଜୁରୀ ପ୍ରଦାନ କରିଛି; ସେହିସବୁ ସହରକୁ ପ୍ରାଥମିକତା ଯେଉଁଠାରେ କୌଣସି ସୁବ୍ୟବସ୍ଥିତ ବସ୍ ସେବା ଉପଲବ୍ଧ ନାହିଁ।


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ପିପିପି ମଡେଲରେ 10,000 ଇ–ବସ୍ ଦ୍ୱାରା ସିଟି ବସ୍ ଚଳାଚଳ ବୃଦ୍ଧି ପାଇଁ ଏକ ବସ୍ ଯୋଜନା “ପିଏମ–ଇବସ ସେବା” କୁ ଅନୁମୋଦନ କରିଛି। ଏହି ଯୋଜନାରେ ଆନୁମାନିକ ମୂଲ୍ୟ 57,613 କୋଟି ହେବ, ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ଦ୍ବାରା 20,000 କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ଏହି ଯୋଜନା 10 ବର୍ଷ ପାଇଁ ବସ୍ ସଞ୍ଚାଳନକୁ ସମର୍ଥନ କରିବ |

ଅପହଞ୍ଚଙ୍କ ନିକଟରେ ପହଞ୍ଚିବା:

ଏହି ଯୋଜନା 2011 ର ଜନଗଣନା ଅସୁାରେ ତିନି ଲକ୍ଷ ଏବଂ ଏହାଠାରୁ ଅଧିକ ଜନସଂଖ୍ୟା ଥିବା ସହରକୁ କଭର କରିବ, ଯେଉଁଥିରେ କେନ୍ଦ୍ରଶାସି ଅଞ୍ଚଳ, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ପାର୍ବତ୍ୟାଞ୍ଚଳ ରାଜ୍ୟର ସମସ୍ତ ରାଜଧାନୀ ସାମିଲ୍ ରହିଛି। ଏହି ଯୋଜନା ଅନ୍ତର୍ଗତ ସେହି ସବୁ ସହରକୁ ପ୍ରାଥମିକତା ଦିଆଯିବ, ଯେଉଁଠାରେ କୌଣସି ସୁବ୍ୟବସ୍ଥିତ ବସ୍ ସେବା ଉପଲବ୍ଧ ନାହିଁ।

ସିଧାସଳଖ ନିଯୁକ୍ତି ଉତ୍ପାଦନ:

ଏହି ଯୋଜନା ସିଟି ବସ୍ କାର୍ଯ୍ୟରେ ପ୍ରାୟ 10,000 ବସ୍ ନିୟୋଜନ ମାଧ୍ୟମରେ 45,000 ରୁ 55,000 ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ।

ଏହି ଯୋଜନାରେ ଦୁଇଟି ବିଭାଗ ଅଛି:

ସେଗମେଣ୍ଟ ଏ – ସିଟି ବସ୍ ସେବାକୁ ବୃଦ୍ଧି କରିବା: (169 ସହର)

ଅନୁମୋଦିତ ବସ୍ ଯୋଜନା ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲରେ 10,000 ଇ–ବସ୍ ସହିତ ସିଟି ବସ୍ କାର୍ଯ୍ୟକୁ ବୃଦ୍ଧି କରିବ |

ଏଥି ସମ୍ପର୍କିତ ଭିତ୍ତିଭୂମି ସଂରଚନା ଦ୍ବାରା ଡିପୋ ଭିତ୍ତିଭୂମି ବିକାଶ / ଅପ୍–ଗ୍ରେଡେସନ୍ ପାଇଁ ସହାୟତା ପ୍ରଦାନ କରିବ; ଏବଂ ଇ–ବସ୍ ପାଇଁ ବିହାଇଣ୍ଡ ଦି ମିଟର ବିଦ୍ୟୁତ ଭିତ୍ତିଭୂମି (ସବଷ୍ଟେସନ, ଆଦି) ର ନିର୍ମାଣ ସମ୍ଭବ ହେବ।

ସେଗମେଣ୍ଟ ବି– ଗ୍ରୀନ୍ ଅର୍ବାନ୍ ମୋବିଲିଟି ଇନିସିଏଟିଭ୍ (ଜିୟୁଏମଆଇ): (181 ସହର)

ଏହି ଯୋଜନାରେ ବସ୍ ର ପ୍ରାଥମିକତା, ଭିତ୍ତିଭୂମି ସୁବିଧା, ମଲ୍ଟିମୋଡାଲ୍ ଇଣ୍ଟରଚେଞ୍ଜ୍ ସୁବିଧା, ଏନସିଏମସି ଆଧାରିତ ସ୍ୱୟଂଚାଳିତ ଭଡା ସଂଗ୍ରହ ବ୍ୟବସ୍ଥା, ଚାର୍ଜିଂ ଭିତ୍ତିଭୂମି ଇତ୍ୟାଦି ଭଳି ସବୁଜ ପଦକ୍ଷେପ ଯୋଜନା କରାଯାଇଛି।

ସଞ୍ଚାଳନ ପାଇଁ ସହାୟତା : ଏହି ଯୋଜନା ଅନୁଯାୟୀ, ବସ୍ ସେବା ଚଳାଇବା ଏବଂ ବସ୍ ଅପରେଟରମାନଙ୍କୁ ଦେୟ ଦେବା ପାଇଁ ରାଜ୍ୟ କିମ୍ବା ସହର ଦାୟୀ ରହିବ। ପ୍ରସ୍ତାବିତ ଯୋଜନାରେ ନିର୍ଦ୍ଦିଷ୍ଟ ପରିମାଣରେ ସବସିଡି ଯୋଗାଇ କେନ୍ଦ୍ର ସରକାର ଏହି ବସ୍ କାର୍ଯ୍ୟକୁ ସମର୍ଥନ କରିବେ।

ଇ–ମୋବିଲିଟି କୁ ପ୍ରୋତ୍ସାହିତ କରିବା:

  • ଏହି ଯୋଜନା ଇ–ଗତିଶୀଳତାକୁ ପ୍ରୋତ୍ସାହନ ଦେବ ଏବଂ ବିହାଇଣ୍ଡ ଦି ମିଟର ଭିତ୍ତିଭୂମି ପାଇଁ ପୂର୍ଣ୍ଣ ସମର୍ଥନ ଯୋଗାଇବ |
  • ଗ୍ରୀନ୍ ସହରୀ ମୋବିଲିଟି ଇନିସିଏଟିଭ୍ ଅଧୀନରେ ଚାର୍ଜିଂ ଭିତ୍ତିଭୂମି ବିକାଶ ପାଇଁ ସହରଗୁଡିକ ମଧ୍ୟ ସହାୟତା କରାଯିବ |
  • ବସ୍ ପ୍ରାଥମିକ ଭିତ୍ତିଭୂମିକୁ ସମର୍ଥନ କେବଳ ଅତ୍ୟାଧୁନିକ, ଶକ୍ତି ଦକ୍ଷ ବୈଦ୍ୟୁତିକ ବସ୍ ବିସ୍ତାରକୁ ତ୍ୱରାନ୍ୱିତ କରିବ ନାହିଁ ବରଂ ଇ–ମୋବିଲିଟି କ୍ଷେତ୍ରରେ ନୂତନତ୍ୱ ବୃଦ୍ଧି କରିବା ସହିତ ବୈଦ୍ୟୁତିକ ଯାନ ପାଇଁ ସ୍ଥିର ଯୋଗାଣ ଶୃଙ୍ଖଳାର ବିକାଶ ମଧ୍ୟ କରିବ।
  • ଏହି ଯୋଜନାରେ ଇ-ବସ୍ ଗ୍ରୁପ୍ ପ୍ରସ୍ତୁତ କରିବାକୁ ନେଇ ଇଲେକ୍‌ଟ୍ରିକ୍ ବସର କ୍ରୟ ପାଇଁ ବ୍ୟାପକ ଭାବରେ ଅର୍ଥବ୍ୟବସ୍ଥାକୁ ମଧ୍ୟ ଅନୁକୂଳ କରିବାର ଆବଶ୍ୟକତା ହେବ।
  • ବୈଦ୍ୟୁତିକ ମୋବିଲିଟି ଗ୍ରହଣ କରିବା ଦ୍ବାରା ଶବ୍ଦ ଏବଂ ବାୟୁ ପ୍ରଦୂଷଣ ହ୍ରାସ ପାଇବ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ବନ୍ଦ କରାଯିବ |
  • ବସ୍ ଭିତ୍ତିକ ସାର୍ବଜନିକ ପରିବହନର ଅଂଶ ବଢ଼ାଇବା ଦ୍ବାରା ଯେଉଁ ପରିବର୍ତ୍ତନ ଆସିବ, ଏହାଦ୍ବାରା ଗ୍ରୀନ୍ ହାଉସ୍ ଗ୍ୟାସ (ଜିଏଚଜି) ନିର୍ଗମନ ହ୍ରାସ ହେବ।

BS