Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶର ଆତ୍ମନିର୍ଭରଶୀଳତାକୁ ସଶକ୍ତ କରୁଥିବା ଯୁବ ନେତୃତ୍ୱାଧିନ ପ୍ରଯୁକ୍ତିବିଦ୍ୟା ନବାଚାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ଏବଂ ଦେଶର ଆତ୍ମନିର୍ଭରଶୀଳତାକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତର ଯୁବ ଉଦ୍ଭାବକମାନଙ୍କୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଯେ, ଗତ ୧୧ ବର୍ଷ ଧରି ଡିଜିଟାଲ ଇଣ୍ଡିଆ ଯୁବପିଢ଼ିଙ୍କୁ ନବସୃଜନ ତଥା ନୂତନ ଉଦ୍ଭାବନର ବ୍ୟବହାର କରିବା ପାଇଁ ସଶକ୍ତ କରିଛି ଏହା ଦ୍ୱାରା ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ମହାଶକ୍ତି ଭାବରେ ଭାରତର ସ୍ଥିତି ସୁଦୃଢ଼ ହୋଇପାରିଛି

ଶ୍ରୀ ମୋଦୀ ମଧ୍ୟ କହିଛନ୍ତି ଯେ, ଗତ ୧୧ ବର୍ଷ ମଧ୍ୟରେ ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ବ୍ୟବହାର କରି ଭାରତର ଜନସାଧାରଣ ବହୁ ଲାଭାନ୍ୱିତ ହୋଇଛନ୍ତି ଏହା ଦ୍ୱାରା ସେବା ପ୍ରଦାନ ଏବଂ ସ୍ୱଚ୍ଛତା ବହୁ ପରିମାଣରେ ବୃଦ୍ଧି ପାଇଛି

ମାଇଗଭ୍ଇଣ୍ଡିଆ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି;

ଭାରତର ଯୁବପିଢ଼ିଙ୍କ ସହାୟତାରେ ଆମ ନବାଚାର ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ ଉଲ୍ଲେଖନୀୟ ଅଗ୍ରଗତି କରୁଛୁ ଏହା ଆତ୍ମନିର୍ଭରଶୀଳ କରିବା ସହ ପ୍ରଯୁକ୍ତିବିଦ୍ୟାରେ ଏକ ବିଶ୍ୱସ୍ତରୀୟ ମହାଶକ୍ତିରେ ପରିଣତ ହେବା ପାଇଁ ଆମର ପ୍ରୟାସକୁ ମଧ୍ୟ ମଜବୁତ କରିଛି

#11YearsOfDigitalIndia”

ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ବ୍ୟବହାର କରି ଲୋକମାନେ ଲାଭାନ୍ୱିତ ହୋଇଛନ୍ତି ସେବା ପ୍ରଦାନ ଏବଂ ସ୍ୱଚ୍ଛତା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି ଏହାଛଡା, ପ୍ରଯୁକ୍ତିବିଦ୍ୟା ଅତି ଗରିବ ଲୋକମାନଙ୍କ ଜୀବନକୁ ସଶକ୍ତ କରିବାର ଏକ ମାଧ୍ୟମ ପାଲଟିଛି

#11YearsOfDigitalIndia

SR