ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ନୋଇଡ଼ା ମେଟ୍ରୋ ରେଲ୍ ପ୍ରକଳ୍ପର ନୋଇଡା ସେକ୍ଟର-୫୧ ରୁ ଗ୍ରେଟର ନୋଇଡା ସେକ୍ଟର-୦୪ ପର୍ଯ୍ୟନ୍ତ ସଂପ୍ରସାରଣକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପରେ ୫ଟି ଏଲିଭେଟେଡ୍ ଷ୍ଟେସନ୍ ସହିତ ୮.୪୪୯ କିଲୋମିଟର ଦୀର୍ଘ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ନିର୍ମାଣ ହେବ। ଏହି କରିଡର କାର୍ଯ୍ୟକ୍ଷମ ହେବା ପରେ ନୋଇଡ଼ା ଏବଂ ଗ୍ରେଟର ନୋଇଡ଼ା ସହରରେ ସମୁଦାୟ ୭୧.୮୭୮ କିଲୋମିଟରର ସକ୍ରିୟ ମେଟ୍ରୋ ରେଲ୍ ନେଟୱାର୍କ ସ୍ଥାପନ ହେବ।
ସୁବିଧା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା:
ନୋଇଡ଼ା ମେଟ୍ରୋ ରେଲ୍ ପ୍ରକଳ୍ପର ନୋଇଡା ସେକ୍ଟର-୫୧ ରୁ ଗ୍ରେଟର ନୋଇଡା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ ସହରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଦର୍ଶାଉଛି। ଏହି ପ୍ରକଳ୍ପ ସହରରେ ମେଟ୍ରୋ ରେଲ୍ ନେଟୱାର୍କର ଏକ ପ୍ରମୁଖ ବିସ୍ତାର ଭାବରେ କାର୍ଯ୍ୟ କରେ।
ଉନ୍ନତ ଯୋଗାଯୋଗ (କନେକ୍ଟିଭିଟି):
ନୋଇଡା ମେଟ୍ରୋ ପ୍ରକଳ୍ପର ନୋଇଡ଼ା ସେକ୍ଟର-୫୧ ରୁ ଗ୍ରେଟର ନୋଇଡ଼ା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ ଫଳରେ ପ୍ରାୟ ୮.୪୪୯ କିଲୋମିଟରର ନୂତନ ମେଟ୍ରୋ ଲାଇନ୍ ସାମିଲ ହେବ, ଯାହା ନୋଇଡ଼ା ଏବଂ ଗ୍ରେଟର ନୋଇଡ଼ା ସହରରେ ଜନସାଧାରଣଙ୍କ ପରିବହନ ବ୍ୟବସ୍ଥାରେ ଯଥେଷ୍ଟ ସୁଧାର ଆଣିବ। ବର୍ତ୍ତମାନ ଏହି ଅଞ୍ଚଳଗୁଡ଼ିକରେ କାର୍ଯ୍ୟକ୍ଷମ ଯୋଗାଯୋଗର ଅଭାବ ରହିଛି। ଏହାସହ ନୋଇଡ଼ା ସେକ୍ଟର-୬୧ ବ୍ଲୁ ଲାଇନ୍ରେ ଇଣ୍ଟରଚେଞ୍ଜ୍ ସହିତ ଅଧିକ ଚାହିଦା ଥିବା କରିଡରଗୁଡ଼ିକ ସହିତ ସିଧାସଳଖ ଯୋଗାଯୋଗ ସ୍ଥାପନ ହେବ।
ଏହି ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ନୋଇଡ଼ାର ପ୍ରମୁଖ ଅଞ୍ଚଳଗୁଡ଼ିକୁ ନିରବଚ୍ଛିନ୍ନ ଭାବରେ ଯୋଡ଼ିବା, ଯେଉଁଥିରେ ନିମ୍ନ ଅଞ୍ଚଳଗୁଡ଼ିକ ସାମିଲ ରହିଛି:
ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ମେଟ୍ରୋ ନେଟୱାର୍କ ସହିତ ଯୋଡ଼ିବା ଦ୍ୱାରା, ନୋଇଡ଼ା ସେକ୍ଟର-୫୧ ରୁ ଗ୍ରେଟର ନୋଇଡ଼ା ସେକ୍ଟର-୦୪ ପର୍ଯ୍ୟନ୍ତ ଆକ୍ୱା ଲାଇନ୍ ମେଟ୍ରୋ ରେଲ୍ କରିଡରର ସମ୍ପ୍ରସାରଣ କେବଳ ଯୋଗାଯୋଗକୁ ବୃଦ୍ଧି କରିବ ନାହିଁ, ବରଂ ନିଯୁକ୍ତି, ବ୍ୟବସାୟ, ଶିକ୍ଷା ଏବଂ ସାଧାରଣ ଯାତାୟାତ ସହିତ ଜଡ଼ିତ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତ୍ରୀଙ୍କ ପାଇଁ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ଏବଂ ସହରୀ ଯାତାୟାତକୁ ସହଜ କରିବ।
/HP
As Noida and Greater Noida grow, why should daily commutes become longer? Here is some good news for the people of Noida and Greater Noida! The Cabinet has approved an extension of the Aqua Line Metro. Key advantages: Easier access to offices, schools, hospitals and commercial hubs. Less congestion. Shorter commutes. A major boost to connectivity and Ease of Living indeed. https://t.co/GEarCYPUce
— Narendra Modi (@narendramodi) November 11, 2026