Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲଘୁ ଉଦ୍ୟୋଗ ପାଇଁ ଋଣ ଗ୍ୟାରେଣ୍ଟି ପାଣ୍ଠି ଜାରି ରଖିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୩୧ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ ଅଧିକ ପାଞ୍ଚ ବର୍ଷ ପାଇଁ ଲଘୁ ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠି (ସିଜିଏଫଏମୟୁ) ଜାରି ରଖିବାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ଅଧୀନରେ ଋଣ ଖିଲାପୀ ବିପଦ କ୍ଷେତ୍ରରେ ଋଣ ଗ୍ୟାରେଣ୍ଟି ଦିଆଯାଇଥାଏ । ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଜାତୀୟ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ (ଏନସିଜିଟିସି) ମାଧ୍ୟମରେ ଏହି ଗ୍ୟାରେଣ୍ଟି ପ୍ରଦାନ କରାଯାଏ।

 

ସେପ୍ଟେମ୍ବର ୨୦୨୬ ସୁଦ୍ଧା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଆରମ୍ଭ ହେବା ପରଠାରୁ ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ଦ୍ୱାରା ୪୩.୩୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ୬୦.୩୬ କୋଟିରୁ ଅଧିକ ଋଣ ମଞ୍ଜୁର କରାଯାଇଛି । ଜାନୁଆରୀ ୨୦୧୬ରେ ଆରମ୍ଭ ହୋଇଥିବା ‘ସିଜିଏଫଏମୟୁ‘ ଦେଶରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଋଣ ପ୍ରଦାନ ବୃଦ୍ଧି କରିବାରେ ଏକ ପ୍ରମୁଖ ସହାୟକ ଭୂମିକା ଗ୍ରହଣ କରିଛି ।

 

ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ:

 

ଏହି ପାଣ୍ଠିର ଉଦ୍ଦେଶ୍ୟ ହେଉଛି ନିମ୍ନଲିଖିତ ଋଣ ସୁବିଧାଗୁଡ଼ିକ ପାଇଁ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଗ୍ୟାରେଣ୍ଟି ଯୋଗାଇବା:

 

  • ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା‘ (ପିଏମଏମୱାଇ) ଅଧୀନରେ ଯୋଗ୍ୟ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଥିବା ଋଣ ।
  • ‘ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା‘ (ପିଏମଜେଡିୱାଇ) ଖାତା ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା; ଏବଂ
  • ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗୁଡ଼ିକୁ ପ୍ରଦାନ କରାଯାଉଥିବା ଋଣ, ଯେଉଁଠାରେ ପୋର୍ଟଫୋଲିଓ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ରହିଥାଏ।
  • ଗ୍ୟାରେଣ୍ଟି ପରିସର: କାର୍ଯ୍ୟଶୀଳ ପୁଞ୍ଜି ସୀମା କ୍ଷେତ୍ରରେ ବିତରିତ ଋଣ ଅର୍ଥରାଶି ଏବଂ ମିଆଦି ଋଣ ଏକାଉଣ୍ଟ ମାମଲାରେ ବକେୟା ରାଶି ସହ ଏହାକୁ ଯୋଡ଼ାଯିବ, ଯାହାଫଳରେ ଋଣ ଦେଉଥିବା ସଂସ୍ଥାଗୁଡ଼ିକର ବାସ୍ତବ ବିପଦକୁ ଦର୍ଶାଯାଇପାରିବ ।
  • ଗ୍ୟାରେଣ୍ଟି ଶୁଳ୍କ: ଗ୍ୟାରେଣ୍ଟି ଶୁଳ୍କକୁ ବାର୍ଷିକ ୧% ରୁ ହ୍ରାସ କରି ବାର୍ଷିକ ୦.୭୫% କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ କୌଣସି ପରିବର୍ତ୍ତନ କରାଯାଇନାହିଁ; ସେମାନଙ୍କୁ ପ୍ରଥମ ବର୍ଷ ପାଇଁ ୦.୨୫% ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ୦.୫୦% ହାରରେ ଗ୍ୟାରେଣ୍ଟି ଶୁଳ୍କ ପ୍ରଦାନ ଜାରି ରଖିବାକୁ ହେବ।
  • ଯୋଜନାର ଅବଧି: ଏହି ଯୋଜନା ଷୋଡ଼ଶ ଅର୍ଥ କମିଶନ ଚକ୍ର (ଅର୍ଥାତ୍ ଆର୍ଥିକ ବର୍ଷ ୨୦୨୬-୨୭ ରୁ ଆର୍ଥିକ ବର୍ଷ ୨୦୩୦-୩୧) ମଧ୍ୟରେ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା‘ ଅଧୀନରେ ପ୍ରଦାନ କରାଯାଉଥିବା ସମସ୍ତ ଋଣ ପାଇଁ ଲାଗୁ ହେବ ।

ପ୍ରଭାବ

 

  • ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ବିନା ବନ୍ଧକରେ ପ୍ରଦାନ କରାଯାଇଥିବା ଋଣ ନୂତନ ପିଢ଼ିର ଉଦ୍ୟୋଗୀ ସୃଷ୍ଟି କରିଛି। ଏହା ପୂର୍ବରୁ ବାଦ ପଡ଼ିଥିବା ଲୋକଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଂ ବ୍ୟବସ୍ଥାରୁ ଋଣ ପାଇବାର ସୁଯୋଗ ଦେଇଛି।
  • ସିଜିଏଫଏମୟୁ ଯୋଜନାର ବିସ୍ତାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୨.୬ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିବାରେ ସାହାଯ୍ୟ କରିବ।
  • ଏହି ଯୋଜନା ଯୁବ ଏବଂ ମହତ୍ୱାକାଂକ୍ଷୀ ଉଦ୍ୟୋଗୀଙ୍କୁ ସେମାନଙ୍କର ବ୍ୟବସାୟ ଆରମ୍ଭ ଏବଂ ବିସ୍ତାର କରିବାକୁ ଉତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

 

**********

PS