Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକାଙ୍କ ସହ କଲମ୍ବୋର ରାଷ୍ଟ୍ରପତି ସଚିବାଳୟରେ ଏକ ଫଳପ୍ରଦ ବୈଠକରେ ଯୋଗ ଦେଇଥିଲେ । ଏହି ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡିପେଣ୍ଡେନ୍ସ ସ୍କୋୟାରରେ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତି ଦିସାନାୟକା ସେପ୍ଟେମ୍ବର ୨୦୨୪ରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାକୁ ସରକାରୀ ଗସ୍ତରେ ଯାଇଥିବା ପ୍ରଥମ ବିଦେଶୀ ନେତା ।

୨. ଦୁଇ ନେତା ସମାନ ଇତିହାସରେ ଆଧାରିତ ଏବଂ ଦୃଢ଼ ଲୋକ ସମ୍ପର୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଏବଂ ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ସୀମିତ ତଥା ପ୍ରତିନିଧିମଣ୍ଡଳ ସ୍ତରୀୟ ଫର୍ମାଟରେ ବିସ୍ତୃତ ଆଲୋଚନା କରିଥିଲେ । ସେମାନେ ସଂଯୋଗୀକରଣ, ବିକାଶ ସହଯୋଗ, ଆର୍ଥିକ ସମ୍ପର୍କ, ପ୍ରତିରକ୍ଷା ସମ୍ପର୍କ, ସମାଧାନ ଏବଂ ମତ୍ସ୍ୟଜୀବୀ ପ୍ରସଙ୍ଗରେ ସହଯୋଗର ସମୀକ୍ଷା କରିଥିଲେ । ପ୍ର୍ରଧାନମନ୍ତ୍ରୀ ଭାରତର ପଡୋଶୀ ପ୍ରଥମ ନୀତି ଏବଂ ଭିଜନ ମହାସାଗର ଆଧାରରେ ଶ୍ରୀଲଙ୍କାର ଗୁରୁତ୍ୱକୁ ପୁନର୍ବାର ଦୋହରାଇଥିଲେ । ସେ ଶ୍ରୀଲଙ୍କାର ଆର୍ଥିକ ପୁନରୁଦ୍ଧାର ଏବଂ ସ୍ଥିରତାରେ ସହାୟତା ପାଇଁ ଭାରତର ନିରନ୍ତର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇଥିଲେ ।

୩. ଆଲୋଚନା ପରେ ଦୁଇ ନେତା ଭର୍ଚୁଆଲ ଭାବରେ ଅନେକ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ଏଥିରେ ଶ୍ରୀଲଙ୍କାର ବିଭିନ୍ନ ଧାର୍ମିକ ସ୍ଥାନରେ ସ୍ଥାପିତ ୫୦୦୦ ସୌର ଛାତ ୟୁନିଟ ଏବଂ ଦାମ୍ବୁଲାରେ ଏକ ତାପମାତ୍ରା-ନିୟନ୍ତ୍ରିତ ଗୋଦାମ ସୁବିଧା ଅନ୍ତର୍ଭୁକ୍ତ । ସେମାନେ ୧୨୦ ମେଗାୱାଟର ସାମପୁର ସୌରଶକ୍ତି ପ୍ରକଳ୍ପର ଶୁଭାରମ୍ଭ ପାଇଁ ଭୂମିପୂଜନ ଉତ୍ସବରେ ମଧ୍ୟ ଭର୍ଚୁଆଲ ଭାବରେ ଅଂଶଗ୍ରହଣ କରିଥିଲେ ।

୪. ଦୁଇ ନେତାଙ୍କ ଉପସ୍ଥିତିରେ ପୂର୍ବାଞ୍ଚଳରେ ଶକ୍ତି, ଡିଜିଟାଇଜେସନ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ବହୁ କ୍ଷେତ୍ରୀୟ ସହାୟତା କ୍ଷେତ୍ରରେ ସାତଟି ବୁଝାମଣାପତ୍ରର ଆଦାନପ୍ରଦାନ ହୋଇଥିଲା । ପ୍ରଧାନମନ୍ତ୍ରୀ ତ୍ରିଙ୍କୋମାଲିର ଥିରୁକୋନେଶ୍ୱରମ୍ ମନ୍ଦିର, ଅନୁରାଧାପୁରାର ପବିତ୍ର ନଗରୀ ପ୍ରକଳ୍ପ ଏବଂ ନୂଆରା ଏଲିଆର ସୀତା ଏଲିଆ ମନ୍ଦିରର ବିକାଶ ପାଇଁ ସହାୟତା କରିବାକୁ ଘୋଷଣା କରିଥିଲେ । ଦକ୍ଷତା ନିର୍ମାଣ ଏବଂ ଆର୍ଥିକ ସହାୟତା କ୍ଷେତ୍ରରେ ବାର୍ଷିକ ୭୦୦ ଅତିରିକ୍ତ ଶ୍ରୀଲଙ୍କା ନାଗରିକଙ୍କୁ ତାଲିମ ଦେବା ପାଇଁ ଏକ ବ୍ୟାପକ ପ୍ୟାପେଜ ଏବଂ ଋଣ ପୁନର୍ଗଠନ ଉପରେ ଦ୍ୱିପାକ୍ଷିକ ସଂଶୋଧନ ଚୁକ୍ତିନାମା ମଧ୍ୟ ଘୋଷଣା କରାଯାଇଥିଲା । ଦୁଇ ଦେଶର ସହଭାଗୀ ବୌଦ୍ଧ ଐତିହ୍ୟକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଗୁଜରାଟରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବେଶଷ ଅନ୍ତର୍ଜାତୀୟ ବେସାକ ଦିବସ ପାଳନ ପାଇଁ ଶ୍ରୀଲଙ୍କା ଯାତ୍ରା କରିବ । ଏମ୍‌ଓୟୁ ଏବଂ ଘୋଷଣାଗୁଡିକର ତାଲିକା ଏଠାରେ ଦେଖାଯାଇପାରିବ ।

SR