Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦଣ୍ଡକ୍ରମ ପାରାୟଣମ୍ ସମ୍ପୂର୍ଣ୍ଣ କରିଥିବାରୁ ପ୍ରଧାନମନ୍ତ୍ରୀ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେଙ୍କୁ ଅଭିନନ୍ଦନ ଜଣାଇଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେଙ୍କୁ ଶୁକ୍ଳ ଯଜୁର୍ବେଦ ମଧ୍ୟନ୍ଦିନୀ ଶାଖାର ୨୦୦୦ ମନ୍ତ୍ରକୁ ନେଇ ଗଠିତ ଦଣ୍ଡକ୍ରମ ପରାୟଣମକୁ ୫୦ ଦିନ ମଧ୍ୟରେ ବିନା ବାଧାରେ ସମ୍ପୂର୍ଣ୍ଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଯାହା କରିଛନ୍ତି, ତାହା ଆଗାମୀ ପିଢ଼ି ଦ୍ୱାରା ସ୍ମରଣୀୟ ହୋଇ ରହିବ। କାଶୀର ସାଂସଦ ଭାବେ ମୁଁ ଆନନ୍ଦିତ ଯେ ଏହି ପବିତ୍ର ସହରରେ ଏହି ଅସାଧାରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପରିବାରକୁ, ତାଙ୍କୁ ସମର୍ଥନ କରିଥିବା ସାରା ଭାରତର ଅନେକ ସନ୍ଥ, ଋଷି, ବିଦ୍ୱାନ ଏବଂ ସଙ୍ଗଠନକୁ ମୋର ପ୍ରଣାମ “, ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି:

“୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଯାହା କରିଛନ୍ତି ତାହା ଆଗାମୀ ପିଢ଼ି ଦ୍ୱାରା ସ୍ମରଣୀୟ ହୋଇ ରହିବ!

ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହୀ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପାଇଁ ଗର୍ବିତ ଯେ ସେ ଶୁକ୍ଳ ଯଜୁର୍ବେଦ ମାଧ୍ୟନ୍ଦିନୀ ଶାଖାର ୨୦୦୦ ମନ୍ତ୍ରକୁ ନେଇ ଗଠିତ ଦଣ୍ଡକ୍ରମ ପରାୟଣମକୁ ୫୦ ଦିନରେ ବିନା କୌଣସି ବାଧାରେ ସମ୍ପୂର୍ଣ୍ଣ କରିଛନ୍ତି। ଏଥିରେ ତ୍ରୁଟିଶୂନ୍ୟ ଭାବେ ଆବୃତ୍ତି କରାଯାଉଥିବା ଅନେକ ବୈଦିକ ପଦ ଏବଂ ପବିତ୍ର ଶବ୍ଦ ଅନ୍ତର୍ଭୁକ୍ତ। ସେ ଆମ ଗୁରୁ ପରମ୍ପରାର ସର୍ବୋତ୍ତମ ରୂପ ଧାରଣ କରିଛନ୍ତି।

କାଶୀର ସାଂସଦ ଭାବେ ମୁଁ ଆନନ୍ଦିତ ଯେ ଏହି ପବିତ୍ର ସହରରେ ଏହି ଅସାଧାରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପରିବାରକୁ, ତାଙ୍କୁ ସମର୍ଥନ କରିଥିବା ସାରା ଭାରତର ଅନେକ ସନ୍ଥ, ଋଷି, ବିଦ୍ୱାନ ଏବଂ ସଂଗଠନକୁ ମୋର ପ୍ରଣାମ “

HS