Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୁଆଲାଲମ୍ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଲେସିଆ ପ୍ରଧାନମନ୍ତ୍ରୀ ମହାମହିମ ଦାତୋ ‘ସେରି ଅନୱର ଇବ୍ରାହିମଙ୍କ ନିମନ୍ତ୍ରଣ କ୍ରମେ ୨୦୨୬ ମସିହା ଫେବୃଆରୀ ୭ରୁ ୮ ତାରିଖ ପର୍ଯ୍ୟନ୍ତ ମାଲେସିଆ ଗସ୍ତରେ ଯାଇଛନ୍ତି। ୨୦୧୫ ମସିହା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ତୃତୀୟ ମାଲେସିଆ ଗସ୍ତ।

କୁଆଲାଲମ୍ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମାଲେସିଆ ପ୍ରଧାନମନ୍ତ୍ରୀ ଦାତୋ ‘ସେରି ଅନୱର ଇବ୍ରାହିମ୍, ମାଲେସିଆର ମାନବ ସମ୍ବଳ ମନ୍ତ୍ରୀ ଦାତୋ’ ଶ୍ରୀ ରାମାନନ ରାମକୃଷ୍ଣନ ଏବଂ ମାଲେସିଆର ଉପ ବୈଦେଶିକ ମନ୍ତ୍ରୀ ଦାତୋ ‘ଲୁକାନିସମାନ ବିନ୍ ଆୱାଙ୍ଗ ସୌନି ଭବ୍ୟ ସ୍ୱାଗତ କରିଥିଲେ। ଏହା ପରେ ଉଭୟ ଦେଶର ସହଭାଗୀ ଐତିହ୍ୟ ଉପରେ ଆଲୋକପାତ କରି ଏକ ରଙ୍ଗାରଙ୍ଗ ସାଂସ୍କୃତିକ ସ୍ୱାଗତ କରାଯାଇଥିଲା।

ଏହି ଗସ୍ତ ୨୦୨୪ ରେ ସ୍ଥାପିତ ଭାରତ-ମାଲେସିଆ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ଏହା ଭାରତ-ମାଲେସିଆ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, ଯାହା ଆମର ‘ଆକ୍ଟ ଇଷ୍ଟ’ ନୀତି, ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ ‘ଭିଜନ ମହାସାଗର’ ର ଏକ ପ୍ରମୁଖ ସ୍ତମ୍ଭ।

HS