ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସର୍ଦ୍ଦାର ପଟେଲଙ୍କ ଦୂରଦୃଷ୍ଟି ଏବଂ ସଂକଳ୍ପ ସୋମନାଥ ମନ୍ଦିରର ପୁନଃନିର୍ମାଣରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ସଭ୍ୟତାଗତ ଗର୍ବ ଏବଂ ଆଧ୍ୟାତ୍ମିକ ନିରନ୍ତରତାର ପ୍ରତୀକ ଭାବେ ସୋମନାଥ ପୁଣି ଥରେ ନିଜର ସମସ୍ତ ଗୌରବ ସହିତ ଉଦୀୟମାନ ହେବା ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନ ଥିଲା। ସେ ଆହୁରି କହିଥିଲେ ଯେ ଦେଶ ପାଇଁ ସର୍ଦ୍ଦାର ପଟେଲଙ୍କ ସଂକଳ୍ପକୁ ପୂରଣ କରିବା ଲାଗି ଦେଶ ସର୍ବଦା ପ୍ରତିବଦ୍ଧ ରହିବ।
‘ଏକ୍ସ ’ ରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ସୋମନାଥରେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି, ଯାହାଙ୍କ ଦୂରଦୃଷ୍ଟି ଏବଂ ସଂକଳ୍ପ ମନ୍ଦିରର ପୁନଃନିର୍ମାଣରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଭାରତର ସଭ୍ୟତାଗତ ଗର୍ବ ଏବଂ ଆଧ୍ୟାତ୍ମିକ ନିରନ୍ତରତାର ପ୍ରତୀକ ଭାବେ ସୋମନାଥ ପୁଣି ଥରେ ନିଜର ସମସ୍ତ ଗୌରବରେ ଉଦୀୟମାନ ହେବାର ସେ ସ୍ୱପ୍ନ ଦେଖିଥିଲେ।
ଆମ ଦେଶ ପାଇଁ ତାଙ୍କର ପରିକଳ୍ପନାକୁ ପୂରଣ କରିବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ ରହିବୁ ।’’
HS
At Somnath, paid heartfelt tributes to Sardar Vallabhbhai Patel, whose vision and resolve played a defining role in the Temple’s reconstruction. He dreamt of seeing Somnath rise again in all its glory, as a symbol of India’s civilisational pride and spiritual continuity.
— Narendra Modi (@narendramodi) May 11, 2026
We… pic.twitter.com/ZXfvk5enWT
सोमनाथ में सरदार वल्लभभाई पटेल को भावभीनी श्रद्धांजलि अर्पित की। उनकी दूरदृष्टि और दृढ़ संकल्प ने मंदिर के पुनर्निर्माण में निर्णायक भूमिका निभाई थी। सरदार पटेल का सपना था कि भारत की सांस्कृतिक गौरवगाथा और आध्यात्मिक निरंतरता का प्रतीक सोमनाथ अपनी पूरी दिव्यता और भव्यता के साथ… pic.twitter.com/eY437j4gCN
— Narendra Modi (@narendramodi) May 11, 2026