Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ଫିଲିପାଇନ୍ସର ମନିଲା ଗସ୍ତ (ନଭେମ୍ବର ୧୬-୧୭, ୨୦୨୬)


 

ଦସ୍ତାବିଜ:

୧.       ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ଉପରେ ଆସିଆନ୍‌-ଭାରତ ମିଳିତ ବିବୃତି

୨.       ଅନ୍‌ଲାଇନ୍ ଠକେଇ ଏବଂ ଏହା ସହ ଜଡିତ ଅପରାଧ ବିରୁଦ୍ଧରେ ସହଯୋଗକୁ ସୁଦୃଢ଼ କରିବା ଉପରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ନେତାମାନଙ୍କର ବିବୃତ୍ତି

୩.       ଏକାଠି ମିଶି ଭବିଷ୍ୟତ ଆଡକୁ ଅଗ୍ରସର ହେବା: ସ୍ଥିରତା ଏବଂ ନବୀକରଣ ଉପରେ ପୂର୍ବ ଏସିଆ ଶିଖର ସମ୍ମିଳନୀର ଘୋଷଣାନାମା

 

ଘୋଷଣା:

 

୧. ୨୩ତମ ଭାରତ-ଆସିଆନ ଶିଖର ସମ୍ମିଳନୀ

କ) ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ବୈଜ୍ଞାନିକ ଗବେଷଣା, ବିପର୍ଯ୍ୟୟ ପରିଚାଳନା, ତଟରକ୍ଷୀ ବାହିନୀ ମଧ୍ୟରେ ସହଯୋଗ, ସାମୁଦ୍ରିକ କ୍ଷେତ୍ରରେ ସମ୍ବନ୍ଧୀୟ ସଚେତନତା ଏବଂ ନାବିକମାନଙ୍କ ସୁରକ୍ଷା ଉପରେ ଆସିଆନ୍‌-ଭାରତ ଦୀର୍ଘକାଳୀନ ସାମୁଦ୍ରିକ ସହଯୋଗ ଯୋଜନା;

ଖ) ଏହି ଅଞ୍ଚଳରେ ଦକ୍ଷତା ବୃଦ୍ଧି ପାଇଁ ମିଳିତ ସାଇବର ଫୋରେନ୍‌ସିକ୍ ପ୍ରିଶିକ୍ଷଣ କାର୍ଯ୍ୟକ୍ରମ;

ଗ) ଆସିଆନ୍‌-ଭାରତ ପରମାଣୁ ଶକ୍ତି ସମ୍ବନ୍ଧୀୟ ବୈଷୟିକ ଆଦାନପ୍ରଦାନ;

ଘ) ଆସିଆନ୍‌-ଭାରତ ମହାକାଶ ହ୍ୟାକାଥନ୍‌;

ଙ) ଖଣି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ଆସିଆନ୍‌-ଭାରତ ସହଯୋଗ;

ଚ) ଯୁବ ସମ୍ମିଳନୀ, ଯୁବ ସାଂସଦମାନଙ୍କ ଆଦାନପ୍ରଦାନ ଏବଂ ଷ୍ଟାର୍ଟ-ଅପ୍ ହ୍ୟାକାଥନ୍ ମାଧ୍ୟମରେ ଆସିଆନ୍‌-ଭାରତ ଯୁବ ସମ୍ପର୍କ;

ଛ) ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଆସିଆନ୍ ଦେଶଗୁଡିକ ପାଇଁ ଛାତ୍ରବୃତ୍ତି ବୃଦ୍ଧି;

ଜ) ୱେଭ୍‌ସ୍ ୨୦୨୭ରେ ଆସିଆନ୍‌-ଭାରତ ସୃଜନଶୀଳ ଭାଗିଦାରି ପାଭିଲିୟନ୍‌; ଏବଂ

ଝ) ଆସିଆନ୍ ଦେଶଗୁଡିକର ପର୍ଯ୍ୟଟକଙ୍କ ପାଇଁ ମାଗଣା ଇ-ଭିସା ।

 

୨.  ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ

କ) ମିଳିତ ତାଲିମ ଏବଂ ଜରୁରୀକାଳୀନ ପ୍ରତିକ୍ରିୟାରେ ସହଯୋଗ ପାଇଁ ନାବିକ ସୁରକ୍ଷା ପଦକ୍ଷେପ ।

ଖ) ଅନ୍‌ଲାଇନ୍ ଠକେଇ ଏବଂ ସାଇବର ଅପରାଧ ଭଳି ସୀମାପାର ଅପରାଧ ସହ ଜଡିତ ନୂତନ ଯୁଗର ବିପଦର ମୁକାବିଲା କରିବା ପାଇଁ ନ୍ୟାଶନାଲ ଫୋରେନ୍‌ସିକ୍ ସାଇନ୍ସ ୟୁନିଭର୍‌ସିଟିରେ ଇଏଏସ୍ ସାଇବର ଅପରାଧ ସମ୍ମିଳନୀ ।

          ଗ) ଲୋଥାଲରେ ଇଏଏସ୍ ସାମୁଦ୍ରିକ ଐତିହ୍ୟ ମହୋତ୍ସବ

ଘ) ଇଏଏସ୍ ଦେଶମାନଙ୍କ ସହିତ ଅଧିକ ଶିକ୍ଷାଗତ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ନାଳନ୍ଦାରେ ଇଏଏସ୍ ବିଶ୍ୱବିଦ୍ୟାଳୟ କନ୍‌କ୍ଲେଭ୍ ।

 

 

SR