Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୪୮ କେଜି ବର୍ଗରେ ଜୁଡୋରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅସ୍ମିତା ଦେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ମହିଳା ୪୮ କେଜି ବର୍ଗ ଜୁଡୋ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅସ୍ମିତା ଦେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅସ୍ମିତା ଦେ ‘ଙ୍କ ପ୍ରଦର୍ଶନ ସର୍ବଦା ସ୍ମରଣୀୟ ହୋଇ ରହିବ ଏବଂ ଜୁଡୋକୁ ଆହୁରି ଲୋକପ୍ରିୟ କରିବାରେ ଏହା ସହାୟକ ହେବ। 

ଶ୍ରୀ ମୋଦୀ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। 

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି ;

“ବାସ୍ତବରେ ଏକ ସୁବର୍ଣ୍ଣ ପ୍ରଦର୍ଶନ! ଜୁଡୋ ମହିଳା ୪୮କେଜି ଫାଇନାଲରେ ସ୍ୱର୍ଣ୍ଣ ଜିତିଥିବାରୁ ଅସ୍ମିତା ଦେ ‘ଙ୍କ ପାଇଁ ଗର୍ବିତ! ଏହି ପ୍ରଦର୍ଶନ ସର୍ବଦା ସ୍ମରଣୀୟ ହୋଇ ରହିବ ଏବଂ ଜୁଡୋ ଆହୁରି ଲୋକପ୍ରିୟ ହେବାରେ ସହାୟକ ହେବ। ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା।

#CWG2026”

HS