Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାତ୍ମା ଆୟାଙ୍କଲିଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତ୍ମା ଆୟାଙ୍କଲିଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ମହାତ୍ମା ଆୟଙ୍କଲିଙ୍କୁ ସାମାଜିକ ନ୍ୟାୟର ଜଣେ ମହାନ ଅଗ୍ରଦୂତ ଭାବେ ସ୍ମରଣ କରିଥିଲେ, ଯିଏକି ଅବହେଳିତଙ୍କ ସଶକ୍ତିକରଣ ଏବଂ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଅବହେଳିତଙ୍କ ପାଇଁ ଶିକ୍ଷା ସୁଯୋଗ ସୁରକ୍ଷିତ କରିବା, କୃଷି ଶ୍ରମିକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ଗରିବଙ୍କ ସେବା କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରୟାସ ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ମହାତ୍ମା ଆୟାଙ୍କଲିଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି!

ସାମାଜିକ ନ୍ୟାୟର ଜଣେ ମହାନ ଅଗ୍ରଦୂତ ଭାବେ ତାଙ୍କୁ ସ୍ମରଣ କରାଯାଏ। ଅବହେଳିତଙ୍କ ପାଇଁ ଶିକ୍ଷା ସୁଯୋଗ ସୁରକ୍ଷିତ କରିବା, କୃଷି ଶ୍ରମିକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ଗରିବଙ୍କ ସେବା କରିବା ପାଇଁ ତାଙ୍କର ପ୍ରୟାସ ଅତ୍ୟନ୍ତ ପ୍ରେରଣାଦାୟୀ। ସାମାଜିକ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ତାଙ୍କ ଜୀବନ ଶକ୍ତି ଦେଇଥାଏ।

HS