ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଏସୀୟ କ୍ରୀଡ଼ାରେ ମହିଳା ଦଳଗତ ଗଲ୍ଫ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ଅଦିତି ଅଶୋକ, ପ୍ରଣବୀ ଶରତ ଉର୍ସ ଏବଂ ଦୀକ୍ଷା ଡାଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ସଫଳତା କ୍ରୀଡ଼ା ପ୍ରତି ସେମାନଙ୍କ ସଂକଳ୍ପ ଏବଂ ଉତ୍ସାହକୁ ଦର୍ଶାଉଛି।
ଶ୍ରୀ ମୋଦୀ ଅଦିତି ଅଶୋକ, ପ୍ରଣବୀ ଶରତ ଉର୍ସ ଏବଂ ଦୀକ୍ଷା ଡାଗରଙ୍କୁ ନିରନ୍ତର ସଫଳତା କାମନା କରିଥିଲେ ଏବଂ ଆଗାମୀ ସମୟରେ ସେମାନେ ସଫଳତାର ନୂତନ ଶିଖର ହାସଲ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ।
‘ଏକ୍ସ ’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି;
“ଗତକାଲି ଏସୀୟ କ୍ରୀଡା ୨୦୨୬ ରେ ମହିଳା ଦଳ ଗଲ୍ଫ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଅଦିତି ଅଶୋକ, ପ୍ରଣବୀ ଶରତ ଉର୍ସ ଏବଂ ଦୀକ୍ଷା ଡାଗରଙ୍କୁ ଅଭିନନ୍ଦନ। ଏହି ସଫଳତା ଖେଳ ପ୍ରତି ସେମାନଙ୍କର ଦୃଢ ସଂକଳ୍ପ ଏବଂ ଉତ୍ସାହକୁ ଦର୍ଶାଉଛି। ଆଗାମୀ ସମୟରେ ସେମାନେ ସଫଳତାର ନୂତନ ଶିଖର ହାସଲ କରିବା ଜାରି ରଖନ୍ତୁ: ପ୍ରଧାନମନ୍ତ୍ରୀ @narendramodi “
HS
Kudos to Aditi Ashok, Pranavi Sharath Urs and Diksha Dagar on winning the Silver Medal in the Women’s Team Golf event at the Asian Games 2026 yesterday. This success highlights their determination and passion for the sport. May they continue to attain new heights of success in the times to come: PM @narendramodi
— PMO India (@PMOIndia) October 4, 2026