ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୩୧ ମାର୍ଚ୍ଚ, ୨୦୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଯୋଜନାକୁ ଜାରି ରଖିବାକୁ ଅନୁମୋଦନ କରିଛି। ଏହି ଯୋଜନାର ଲକ୍ଷ୍ୟ ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ମଧ୍ୟରେ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହିତ କରିବା। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅତିରିକ୍ତ ୨.୫ ଲକ୍ଷ ଉଦ୍ୟୋଗୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ ୨୦୧୬ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ, ୨.୭୫ ଲକ୍ଷରୁ ଅଧିକ ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ଉଦ୍ୟୋଗୀଙ୍କୁ ଋଣ ସହାୟତା ପ୍ରଦାନ କରାଯାଇଛି ।
ଯୋଜନାର କେତେକ ପ୍ରମୁଖ ବୈଶିଷ୍ଟ୍ୟ:
ପ୍ରଭାବ:
ଏହି ଯୋଜନା ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ଉଦ୍ୟୋଗୀମାନଙ୍କ ପାଇଁ ଋଣ ପାଇବାକୁ ସହଜ କରିବ। ଏହା ନୂତନ ଉଦ୍ୟୋଗ ପ୍ରତିଷ୍ଠାକୁ ଉତ୍ସାହିତ କରିବ ଏବଂ ପଛୁଆ ସମ୍ପ୍ରଦାୟ ମଧ୍ୟରେ ଉଦ୍ୟୋଗ ବିକାଶକୁ ସୁଦୃଢ଼ କରିବ। ଏହା ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ କରିବ ।
A fresh impetus to enterprise creation and economic growth. https://t.co/idfxrzvMAG
— Narendra Modi (@narendramodi) November 11, 2026