Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସାମର କାମରୁପରେ ନୂଆ ଏମ୍ସ ସ୍ଥାପନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆସାମର କମରୁପ୍ (ଉତ୍ତର ଗୌହାଟି ରାଜସ୍ୱ ସର୍କଲ)ରେ ନୂଆ ଏମ୍ସ ସ୍ଥାପନ ପାଇଁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପ ପାଇଁ 1123 କୋଟି ଖର୍ଚ୍ଚ ହେବ ଓ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମ୍ଏସ୍ଏସ୍ୱାଇ) ଅଧୀନରେ ଏହା ସ୍ଥାପନ ହେବ । ଏହି ନୂଆ ଏମ୍ସକୁ ଭାରତ ସରକାରଙ୍କ ଅନୁମୋଦନ ମିଳିବାର 48 ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ଅତିବେଶୀରେ ନିର୍ମାଣ ପୂର୍ବ କାର୍ଯ୍ୟ ପାଇଁ 15 ମାସ, ନିର୍ମାଣ କାର୍ଯ୍ୟ ନିମନ୍ତେ 30 ମାସ ଓ କାର୍ଯ୍ୟକ୍ଷମ ପ୍ରକ୍ରିୟା 3 ମାସରେ ହେବ । ଏହି ପ୍ରତିଷ୍ଠାନରେ 750 ବେଡ୍ ବିଶିଷ୍ଟ ହସ୍ପିଟାଲ, ଟ୍ରମା ସେଂଟର ସୁବିଧା, ପ୍ରତିବର୍ଷ 100 ଏମବିବିଏସ୍ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାର ସୁବିଧା ଥିବା ମେଡିକାଲ କଲେଜ, ପ୍ରତିବର୍ଷ 60 ଜଣ ବିଏସସି ଛାତ୍ରଛାତ୍ରୀ (ନର୍ସିଂ)କୁ ନେବା ପାଇଁ ନର୍ସିଂ କଲେଜ, ଆବାସିକ ପରିସର ଓ ଅନ୍ୟାନ୍ୟ ସୁବିଧା/ସେବା, ନୂଆଦିଲ୍ଲୀର ଏମ୍ସ ଶୈଳୀରେ ରହିବ । ଏହି ହସ୍ପିଟାଲରେ 22 ଟି ସ୍ପେଶାଲିଷ୍ଟ/ସୁପର ସ୍ପେଶାଲିଷ୍ଟ ବିଭାଗ ସମେତ 16 ଟି ଅପରେସନ୍ ଥିଏଟର ରହିବ । ପାରମ୍ପରିକ ମେଡିସିନ୍ ବ୍ୟବସ୍ଥାରେ ଚିକିତ୍ସା ସୁବିଧା ଦେବା ପାଇଁ 30 ଟି ବେଡର ଆୟୁଷ ବିଭାଗ ମଧ୍ୟ ରହିବ । ଏହି ନୂଆ ଏମ୍ସ ସ୍ଥାପନ ମାଧ୍ୟମରେ ଦୁଇଟି ଉଦ୍ଦେଶ୍ୟ ସାଧିତ ହେବ । ଲୋକଙ୍କୁ ସୁପର ସ୍ପେଶାଲିଷ୍ଟ ସ୍ୱାସ୍ଥ୍ୟ ସେବା, ଏହି ଅଂଚଳରେ ବହୁ ସଂଖ୍ୟାରେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ସୃଷ୍ଟି ହେବେ । ଯେଉଁମାନେ କି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରର ପ୍ରତିଷ୍ଠାନ ପାଇଁ ଉପଲବ୍ଧ ହେବେ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଭୁବନେଶ୍ୱର, ଭୋପାଳ, ରାୟପୁର, ଯୋଧପୁର, ଋଷିକେଶ ଓ ପାଟନାରେ ଏମ୍ସ ନିର୍ମିତ ହୋଇଥିବାବେଳେ ରାଏବରେଲି ଏମ୍ସ କାର୍ଯ୍ୟ ଜାରି ରହିଛି । ସେହିପରି 2015 ରେ ନାଗପୁର, କଲ୍ୟାଣୀ (ପଶ୍ଚିମବଙ୍ଗ) ଓ ମଙ୍ଗଳାଗିରି (ଆନ୍ଧ୍ରପ୍ରଦେଶ)ରେ ଗୋଟିଏ ଲେଖାଏ ଏମ୍ସ ଏବଂ 2016 ରେ ଭଟିଣ୍ଡା ଓ ଗୋରଖପୁରେ ଏମ୍ସ ସ୍ଥାପନକୁ ମଞ୍ଜୁରି ମିଳିଛି ।

****