ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2016-17 ଆର୍ଥିକ ବର୍ଷରେ ଚାଷୀଙ୍କ ପାଇଁ ସୁଧ ଛାଡ଼ ଯୋଜନାକୁ ମଞ୍ଜୁରି ମିଳିଛି । ସରକାର ଏଥିପାଇଁ 18,276 କୋଟି ଟଙ୍କା ରଖିଛନ୍ତି । ବର୍ଷକ ମଧ୍ୟରେ 4% ସୁଧରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳମିଆଦୀ ଫସଲ ଋଣ ନେବାରେ ଏହା ଚାଷୀଙ୍କ ପାଇଁ ସହାୟକ ହେବ ।
ଏହି ଯୋଜନାର ମୁଖ୍ୟାଂଶ
(କ) 2016-17 ମସିହାରେ ସ୍ୱଳ୍ପମିଆଦୀ ଫସଲ ଋଣ ଉପରେ ବର୍ଷକ ଭିତରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ସମସ୍ତ ଚାଷୀଙ୍କୁ କେନ୍ଦ୍ର ସରକାର 5 ପ୍ରତିଶତ ସୁଧ ସହାୟତା ଯୋଗାଇ ଦେବେ । ଚାଷୀଙ୍କୁ ମାତ୍ର 4 ପ୍ରତିଶତ ସୁଧ ଦେବାକୁ ପଡ଼ିବ । ଚାଷୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ୱଳ୍ପକାଳୀନ ଋଣକୁ ପୈଠ ନକରିପାରିଲେ, ସେ ସରକାରଙ୍କଠାରୁ 5 ପ୍ରତିଶତ ପରିବର୍ତ୍ତେ 2 ପ୍ରତିଶତ ସୁଧ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବ ।
(ଖ) 2016-17 ପାଇଁ କେନ୍ଦ୍ର ସରକାର ପ୍ରାୟ 18,276 କୋଟି ଟଙ୍କାର ସୁଧ ସହାୟତା ଦେବେ ।
(ଗ) ନିଜର ଫସଲ ଅମଳ ପରେ ଏହାର ସଂରକ୍ଷଣ ପାଇଁ 9 ପ୍ରତିଶତ ସୁଧରେ ଋଣ ନେଉଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆଶ୍ୱସ୍ତି ଦେବା ନିମନ୍ତେ କେନ୍ଦ୍ର ସରକାର 2 ପ୍ରତିଶତ ସୁଧ ସହାୟତା ଯୋଗାଇ ଦେବେ । ମାତ୍ର 6 ମାସ ପର୍ଯ୍ୟନ୍ତ ସେମାନଙ୍କ ପାଇଁ 7 ପ୍ରତିଶତ ସୁଧ ଦେବାର ବ୍ୟବସ୍ଥା ରହିବ ।
(ଘ) ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଚାଷୀମାନଙ୍କୁ ଆଶ୍ୱସ୍ତି ନିମନ୍ତେ ପ୍ରଥମ ବର୍ଷର ପୁର୍ନଗଠିତ ପରିମାଣ ପାଇଁ ବ୍ୟାଙ୍କଗୁଡ଼ିକୁ 2 ପ୍ରତିଶତ ସୁଧ ସହାୟତା ପ୍ରଦାନ କରାଯିବ ।
(ଙ) ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ୱଳ୍ପମିଆଦୀ ଋଣକୁ ଚାଷୀ ପୈଠ ନକଲେ ସେ ପ୍ରଚଳିତ 5 ପ୍ରତିଶତ ସୁଧ ସହାୟତା ବଦଳରେ ମାତ୍ର 2 ପ୍ରତିଶତ ସୁଧ ଛାଡ଼ ପାଇଁ ଯୋଗ୍ୟ ବିବେଚିତ ହେବ ।