Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଏଲୟୁର ସର୍ବନିମ୍ନ ବୟସ ଘୋଷଣାନାମା 1973 (ସଂଖ୍ୟା-138) ଏବଂ ବିପଜ୍ଜନକ ବାଳଶ୍ରମିକ ଘୋଷଣାନାମା, 1999 (ସଂଖ୍ୟା-182)କୁ କ୍ୟାବିନେଟର ଅନୁମୋଦ


ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ILO)ର ଦୁଇଟି ମୌଳିକ ଘୋଷଣାନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଏହି ଦୁଇଟି ଘୋଷଣାନାମା ହେଲା – ସର୍ବନିମ୍ନ ବୟସସୀମା ଘୋଷଣାନାମା, 1973 (ସଂଖ୍ୟା-138) ଏବଂ ବିପଜ୍ଜନକ ବାଳ ଶ୍ରମିକ ଘୋଷଣାନାମା, 1999 (ସଂଖ୍ୟା-182) । ପ୍ରଥମ ଘୋଷଣାନାମରେ ଯେକୌଣସି ସଂସ୍ଥାନରେ କର୍ମନିଯୁକ୍ତି ସକାଶେ ସର୍ବନିମ୍ନ ବୟସସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଦ୍ୱିତୀୟ ଘୋଷଣାନାମରେ କୌଣସି ପ୍ରକାର ବିପଜ୍ଜନକ କାର୍ଯ୍ୟରେ ବାଳ ଶ୍ରମିକଙ୍କୁ ନିଯୁକ୍ତି କରାନଯିବା ଘେନି ପ୍ରାବଧାନମାନ ରହିଛି । 1919 ମସିହାରେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ପ୍ରତିଷ୍ଠା ହେବା ଦିନଠାରୁ ଭାରତ ଏହାର ଜନୈକ ପ୍ରତିଷ୍ଠାତା ସଦସ୍ୟ ରୂପେ ପରିଣତ ହୋଇଆସିଛି । ଏବେ ଏହାର ମୋଟ ସଦସ୍ୟ ସଂଖ୍ୟା 187 ରହିଛି । ଭାରତ ଏବେ ସୁଦ୍ଧା ଆଇଏଲଓର 45 ଟି ଘୋଷଣାନାମାକୁ ସ୍ୱୀକୃତି ପ୍ରଦାନ କରି ସେଥିରୁ 42 ଟିକୁ ପ୍ରବର୍ତ୍ତନ କରିଛି । ସେଥି ମଧ୍ୟରୁ 4ଟି ହେଲା ମୂଳ ଓ ମୌଳିକ ଘୋଷଣା ନାମା ।