ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆନ୍ତଃରାଜ୍ୟ ନଦୀ ଜଳ ଏବଂ ନଦୀ ଘାଟ ସହ ଜଡ଼ିତ ବିବାଦର ନ୍ୟାୟିକ ସମାଧାନ ଲାଗି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ (ଆଇଏସଆରଡବ୍ଲୁଡି) ଆଇନ, 1956କୁ ମଞ୍ଜୁର କରିଛନ୍ତି ।
ଏହା ଆନ୍ତଃରାଜ୍ୟ ନଦୀ ଜଳ ବିବାଦର ନ୍ୟାୟିକ ଫଇସଲାକୁ ଆହୁରି ସରଳ ତଥା ପ୍ରଭାବୀ କରିବ । ଏହି ବିଲ ଅନ୍ତର୍ଜାତୀୟ ନଦୀ ଜଳ ବିବାଦ ଆଇନ, 1956କୁ ସଂଶୋଧନ କରିବା ଲାଗି ଅଣାଯାଇଛି । ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଗୁଡ଼ିକର ନ୍ୟାୟିକ ସମାଧାନକୁ ଆହୁରି ସରଳ ତଥା ପ୍ରଭାବୀ କରିବା ଉଦ୍ଦେଶ୍ୟରେ ତଥା ବର୍ତ୍ତମାନର ସଂସ୍ଥାଗତ ଢାଂଚାକୁ ସୁଦୃଢ଼ କରିବା ଲାଗି ଅଣାଯାଇଛି ।
ପ୍ରଭାବ:
ନ୍ୟାୟିକ ନିର୍ଣ୍ଣୟ ଲାଗି କଠୋର ସମୟ ସୀମା ନିର୍ଦ୍ଧାରଣ ଏବଂ ବିଭିନ୍ନ ବେଂଚ ସହିତ ଏକକ ଟ୍ରିବ୍ୟୁନାଲ ଗଠନ ଦ୍ୱାରା ଆନ୍ତଃରାଜ୍ୟ ନଦୀ ସହ ଜଡ଼ିତ ବିବାଦର ଦ୍ରୁତ ସମାଧାନ ହୋଇପାରିବ । ଏହି ବିଲରେ ସଂଶୋଧନ ଫଳରେ ଟ୍ରିବ୍ୟୁନାଲକୁ ମିଳିଥିବା ଜଳ ବିବାଦର ନ୍ୟାୟିକ ନିଷ୍ପତ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।
ଏହି ଆଇନ ଅନ୍ତର୍ଗତ ଯେତେବେଳେ କୌଣସି ରାଜ୍ୟ ସରକାରଙ୍କ ନିକଟରୁ ଆନ୍ତଃରାଜ୍ୟ ନଦୀ ବିଷୟରେ କୌଣସି ଜଳ ବିବାଦ ସମ୍ପର୍କରେ ଅନୁରୋଧ ମିଳିଥାଏ ଏବଂ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବା ସମ୍ଭବପର ହୋଇନଥାଏ ସେତେବେଳେ କେନ୍ଦ୍ର ସରକାର ଜଳ ବିବାଦର ନ୍ୟାୟିକ ନିର୍ଣ୍ଣୟ ଉଦ୍ଦେଶ୍ୟରେ ଟ୍ରିବ୍ୟୁନାଲ ଗଠନ କରିଥାନ୍ତି ।
*******