Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଶ୍ରୀ ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଆଜି ଶ୍ରୀ ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ବହୁମୁଖୀ ଭାରତ–ବ୍ରାଜିଲ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର ଏବଂ ସମ୍ପ୍ରସାରିତ କରିବା ଲାଗି ଶ୍ରୀ ମୋଦୀ ତାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଉଭୟ ରାଷ୍ଟ୍ର ମିଳିତ ଭାବେ ବିବିଧ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା, ବିଶ୍ୱ ଦକ୍ଷିଣର ସହଭାଗୀ ପ୍ରାଥମିକତାକୁ ଆଗକୁ ବଢ଼ାଇବା ଏବଂ ଏକ ଅଧିକ ସମାବେଶୀ, ନ୍ୟାୟସଙ୍ଗତ ଏବଂ ସ୍ଥାୟୀ ବିଶ୍ୱ ଦିଗରେ କାର୍ଯ୍ୟ କରିବା ଜାରି ରଖିବେ।

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:

“ମୋର ପ୍ରିୟ ବନ୍ଧୁ, ରାଷ୍ଟ୍ରପତି ଲୁଲାଙ୍କୁ ତାଙ୍କର ଉଲ୍ଲେଖନୀୟ ପୁନଃନିର୍ବାଚନ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ।

ବହୁମୁଖୀ ଭାରତ–ବ୍ରାଜିଲ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର ଏବଂ ସମ୍ପ୍ରସାରିତ କରିବା ପାଇଁ ମୁଁ ତାଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।

ମିଳିତ ଭାବେ, ଆମେ ବିବିଧ କ୍ଷେତ୍ରରେ ଆମର ସହଯୋଗକୁ ସୁଦୃଢ଼ କରିବା, ବିଶ୍ୱ ଦକ୍ଷିଣର ସହଭାଗୀ ପ୍ରାଥମିକତାକୁ ଆଗକୁ ବଢ଼ାଇବା ଏବଂ ଏକ ଅଧିକ ସମାବେଶୀ, ନ୍ୟାୟସଙ୍ଗତ ଏବଂ ସ୍ଥାୟୀ ବିଶ୍ୱ ଦିଗରେ କାର୍ଯ୍ୟ କରିବା ଜାରି ରଖିବୁ।

@LulaOficial”

HS