ପିଏମଇଣ୍ଡିଆ

ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ-ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଏକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ । ଛତିଶଗଡ଼ର ଅଭିଳାଷୀ (ପଛୁଆ) ଜିଲ୍ଲା ବିଜାପୁରର ଜଙ୍ଗଲା ବିକାଶ ହବ ଠାରେ ଏହି କେନ୍ଦ୍ର ଉଦଘାଟନ କରାଯାଇଥିଲା ।
ପାଖାପାଖି ଏକ ଘଂଟା ଧରି ପ୍ରଧାନମନ୍ତ୍ରୀ ସଂଖ୍ୟାଧିକ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହି ବିକାଶ ହବ ଠାରେ ତାଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା ।
ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ ଅବସରରେ ସେ ଆଶା କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ସେ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ପୁଷ୍ଟିସାଧନ ଅଭିଯାନର ହିତାଧିକାରୀ ଶିଶୁ ଓ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ସେ ହାଟ ବଜାର ସ୍ୱାସ୍ଥ୍ୟ କିଓସ୍କ ପରିଦର୍ଶନ କରି ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ମତବିନିମୟ କରିଥିଲେ । ସେ ଜଙ୍ଗଲାଠାରେ ଏକ ବ୍ୟାଙ୍କ ଶାଖାର ଉଦଘାଟନ କରିଥିଲେ ଏବଂ ମୁଦ୍ରା ଯୋଜନା ଅଧୀନରେ ଚୟନ କରାଯାଇଥିବା ହିତାଧିକାରୀମାନଙ୍କୁ ଋଣ ମଞ୍ଜୁରିପତ୍ର ବାଂଟିଥିଲେ । ସେ ମଧ୍ୟ ଗ୍ରାମୀଣ ବିପିଓ କର୍ମଚାରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।
ପ୍ରଧାନମନ୍ତ୍ରୀ ଜନସଭା ସ୍ଥଳରେ ଆଦିବାସୀଙ୍କ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ବନ ଧନ ଯୋଜନାର ଶୁଭାରମ୍ଭ କରିଥିଲେ । ଲଘୁ ବନଜାତ ଦ୍ରବ୍ୟ (Minor Forest Product) ପାଇଁ ମୂଲ୍ୟ ଶୃଙ୍ଖଳା ବିକଶିତ କରିବା ଏବଂ ଏଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରି ଏହାର ବଜାରୀକରଣ ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ।
ଭିଡିଓ କନଫେରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଭାନୁପ୍ରତାପପୁର-ଗୁଡୁମ ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସେ ଦାଲ୍ଲୀ ରାଝାରା ଏବଂ ଭାନୁପ୍ରତାପପୁର ମଧ୍ୟରେ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ବିଜାପୁର ଡାକ୍ତରଖାନାରେ ଏକ ଡାଏଲିସିସ କେନ୍ଦ୍ରର ଉଦଘାଟନ କରିଥିଲେ ।
ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ 1988 କିମି ଲମ୍ବ ପ୍ରଧାନମନ୍ତ୍ରୀ ଗ୍ରମୀଣ ସଡ଼କ ଯୋଜନା ରାସ୍ତା କାମ, ଅନ୍ୟ ସଡ଼କ ଯୋଗାଯୋଗ ପ୍ରକଳ୍ପ ଏବଂ ବିଜାପୁରରେ ଜଳଯୋଗାଣ ପ୍ରକଳ୍ପ ଓ ଦୁଇଟି ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ।
ଉତ୍ସାହୀ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଅଂଚଳରେ ବ୍ରିଟିଶ ଉପନିବେଶବାଦ ବିରୋଧରେ ଲଢ଼ି ପ୍ରାଣବଳୀ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅଂଚଳରେ ମାଓବାଦୀଙ୍କ ଆକ୍ରମଣରେ ପ୍ରାଣବଳି ଦେଇଥିବା ସୁରକ୍ଷାକର୍ମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ସରକାର ପୂର୍ବରୁ ଦୁଇଟି ଯୋଜନା ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଛତିଶଗଡ଼ରୁ ହିଁ ଆରମ୍ଭ କରିଛନ୍ତି । ଆଜି ସେ ଉଲ୍ଲେଖ କରିଥିଲେ, ଆୟୁଷ୍ମାନ ଭାରତ ଏବଂ ଗ୍ରାମ ସ୍ୱରାଜ ଅଭିଯାନ ଏହି ରାଜ୍ୟରୁ ଆରମ୍ଭ ହେଉଛି । ସେ କହିଥିଲେ ଯେ ଗ୍ରାମ ସ୍ୱରାଜ ଅଭିଯାନ ଜରିଆରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ 4 ବର୍ଷ ମଧ୍ୟରେ ଆରମ୍ଭ କରାଯାଇଥିବା ସମସ୍ତ କଲ୍ୟାଣମୂଳକ ଯୋଜନା ସମାଜର ଗରିବ ଏବଂ ବଂଚିତ ବର୍ଗଙ୍କ ନିକଟରେ ପହଁଚିବା ସୁନିଶ୍ଚିତ ହୋଇପାରିବ । ସେ କହିଥିଲେ ଯେ ଗ୍ରାମ ସ୍ୱରାଜ ଅଭିଯାନ ଆଜି ଠାରୁ 5 ମେ ପର୍ଯ୍ୟନ୍ତ ଜାରି ରହିବ ।
ପ୍ରଧାନମନ୍ତ୍ରୀ କହିଥିଲେ, କୋଟି କୋଟି ଲୋକଙ୍କ ମନ ଏବଂ ମସ୍ତିଷ୍କରେ “ଅଭିଳାଷା” ସୃଷ୍ଟିରେ କରିବାରେ ବାବାସାହେବ ଆମ୍ବେଦକର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ବିଜାପୁରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସମ୍ପର୍କରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜାପୁର ହେଉଛି ଦେଶର 100ରୁ ଅଧିକ ଅଭିଳଷିତ (ପଛୁଆ) ଜିଲ୍ଲା ମଧ୍ୟରୁ ଅନ୍ୟତମ ଯାହା ବିକାଶ ଯାତ୍ରାରେ ପଛରେ ପଡ଼ିଯାଇଛନ୍ତି । ସେ କହିଥିଲେ ଯେ ଏହି ଅଂଚଳଗୁଡ଼ିକର ମାନ୍ୟତା ସେ “ପଛୁଆ”ରୁ ଅଭିଳଷିତ ଜିଲ୍ଲାରେ ପରିଣତ କରିବାକୁ ଚାହୁଁଛନ୍ତି । ଏହି ଜିଲ୍ଲାଗୁଡ଼ିକ ଆଉ ଅଧିକ ଦିନ ପର୍ଯ୍ୟନ୍ତ ନିର୍ଭରଶୀଳ ଏବଂ ପଛୁଆ ରହିବେ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଯଦି ଜିଲ୍ଲା ପ୍ରଶାସନ, ଜନପ୍ରତିନିଧି ଏବଂ ଲୋକମାନେ ହାତ ମିଶାଇ ଏକ ଜନଆନ୍ଦୋଳନ ଆରମ୍ଭ କରନ୍ତି, ତା’ହେଲେ ଅପ୍ରତ୍ୟାଶିତ ଫଳାଫଳ ପ୍ରାପ୍ତ ହେବା ସମ୍ଭବ । ସେ କହିଥିଲେ ଯେ ସରକାର ଭିନ୍ନ ଆଭିମୁଖ୍ୟ ନେଇ ଏହି 115ଟି ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ ପ୍ରତ୍ୟେକ ଜିଲ୍ଲାର ସ୍ୱତନ୍ତ୍ର ଆହ୍ୱାନ ରହିଛି । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଏକ ଭିନ୍ନ ରଣନୀତିର ଆବଶ୍ୟକତା ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତ ଦେଶରୁ ସାମାଜିକ ବିଷମତା ଦୂର କରିବା ଏବଂ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାରେ ଦୀର୍ଘଦିନ ପର୍ଯ୍ୟନ୍ତ ସହାୟକ ହୋଇପାରିବ । ସେ କହିଥିଲେ ଯେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି ପ୍ରୟାସ କରାଯିବ । ସେ କହିଥିଲେ ଯେ ଦେଶର 1.5 ଲକ୍ଷ ସ୍ଥାନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଭାବେ ବିକଶିତ କରାଯିବ । ସେ କହିଥିଲେ ଯେ 2022 ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯୋଜନା କରାଯାଇଛି । ସେ କହିଥିଲେ, ଏହି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଗରିବଙ୍କ ପାଇଁ ପାରିବାରିକ ଡାକ୍ତର ଭାବେ କାର୍ଯ୍ୟ କରିବ ।
ସେ କହିଥିଲେ ଯେ ଆୟୁଷ୍ମାନ ଭାରତର ଦ୍ୱିତୀୟ ପର୍ଯ୍ୟାୟରେ ଗରିବ ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ।
ଗତ 14 ବର୍ଷ ଧରି ରାଜ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡ.ରମଣ ସିଂଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଶେଷ କରି ସୁକମା, ଦାନ୍ତେୱାଡ଼ା ଏବଂ ବିଜାପୁର ଆଦି ଦକ୍ଷିଣ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ବସ୍ତର ଜିଲ୍ଲା ଖୁବଶୀଘ୍ର ଏକ ଅର୍ଥନୈତିକ କେନ୍ଦ୍ରରେ ପରିଣତ ହେବ । ଆଂଚଳିକ ବୈଷମ୍ୟ ଦୂର କରିବା ଲାଗି ସେ ଯୋଗାଯୋଗର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ ଆଜି ଶୁଭାରମ୍ଭ କରାଯାଇଥିବା ଯୋଗାଯୋଗ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ନିଷ୍ପତ୍ତିରେ ସମାଜର ଗରିବ ଏବଂ ଦୁର୍ବଳ ବର୍ଗଙ୍କ କଲ୍ୟାଣ ଲାଗି ପ୍ରତିବଦ୍ଧତା ରହିଛି । ଏହି ପରିପ୍ରେକ୍ଷୀରେ ସେ ବନଧନ ଯୋଜନା ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ଅନ୍ୟ ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ବେଟୀ ବଚାଓ-ବେଟୀ ପଢ଼ାଓ, ସ୍ୱଚ୍ଛ ଭାରତ ଏବଂ ଉଜ୍ଜ୍ୱଳା ଭଳି ଯୋଜନା ମହିଳାଙ୍କୁ ଲାଭାନ୍ୱିତ କରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନ ଭାଗିଦାରୀ ସରକାରଙ୍କ ବଳ, ଯାହା 2022 ସୁଦ୍ଧା ନୂତନ ଭାରତ ନିର୍ମାଣରେ ସହାୟକ ହେବ ।
**********
Today, on the auspicious occasion of Ambedkar Jayanti, I was in Bijapur, Chhattisgarh to inaugurate a Health and Wellness Centre. This marks the start of the First Phase of Ayushman Bharat. Sharing my speech on the occasion. https://t.co/SEi55s07DQ pic.twitter.com/kpsADJNSaP
— Narendra Modi (@narendramodi) April 14, 2018
There is a special reason why I chose Bijapur in Chhattisgarh to mark Ambedkar Jayanti. pic.twitter.com/87sb5djEQk
— Narendra Modi (@narendramodi) April 14, 2018
The Central Government and the Chhattisgarh Government attach topmost priority to the development of Bastar.
— Narendra Modi (@narendramodi) April 14, 2018
I am glad that the fruits of development are reaching the poorest of the poor. pic.twitter.com/lynwDBcSE9
The setting up of Vikas Kendras by the Chhattisgarh Government are great ways to strengthen development and ensure all services are easily available to people at one place. pic.twitter.com/pbq52nGlBG
— Narendra Modi (@narendramodi) April 14, 2018
Yet another example of our strong commitment to ensure the poor have access to banking facilities. pic.twitter.com/qmmxq9Li63
— Narendra Modi (@narendramodi) April 14, 2018
My valued colleague @drramansingh Ji and his entire team have been working tirelessly for the transformation of Chhattisgarh. Raman Ji’s experience, wisdom and focus on inclusive growth is taking Chhattisgarh to new heights of progress.
— Narendra Modi (@narendramodi) April 14, 2018
At the public meeting in Bijapur, I also laid the foundation stone for various projects that will improve connectivity and facilitate access to water for the citizens. pic.twitter.com/g6kNo4qneD
— Narendra Modi (@narendramodi) April 14, 2018