Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର-ପୂର୍ବାଞ୍ଚଳରେ ମିଳିବ ପରିବର୍ଦ୍ଧିତ କର୍କଟ ଚିକିତ୍ସା ସୁବିଧା


 ଆଣବିକ ଶକ୍ତି ବିଭାଗ ଦ୍ୱାରା ଗୌହାଟୀସ୍ଥିତ ଡା. ବି.ବରୁଆ କର୍କଟ ସଂସ୍ଥାନ ଅଧିଗ୍ରହଣକୁ କ୍ୟାବିନେଟ ଅନୁମୋଦନ

  • ଟାଟା ମେମୋରିଆଲ୍ କେନ୍ଦ୍ର ପ୍ରଶାସନିକ ବ୍ୟବସ୍ଥା ପରିଚାଳନା କରିବ
  • 166 ମେଡିକାଲ୍, ପାରା ମେଡିକାଲ୍ ଏବଂ ସହଯୋଗୀ ପଦବୀ ସୃଷ୍ଟିକରାଯିବ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ(ଡିଏଇ) ଦ୍ୱାରା ଗୌହାଟୀସ୍ଥିତ ଡା. ବି.ବରୁଆ କର୍କଟ ସଂସ୍ଥାନ ଅଧିଗ୍ରହଣକୁ ମଞ୍ଜୁରି ମିଳିଛି  । ଡିଏଇର ଅନୁଦାନପ୍ରାପ୍ତ ସଂସ୍ଥାନ ଟାଟା ମେମୋରିଆଲ୍ କେନ୍ଦ୍ର ଉପରୋକ୍ତ କର୍କଟ ସଂସ୍ଥାନର ପ୍ରଶାସନିକ ପରିଚାଳନା କରିବ  ।

ଏଠାରେ ଅତିରିକ୍ତ 166ଟି ମେଡିକାଲ୍, ପାରା ମେଡିକାଲ୍ ଏବଂ ସହଯୋଗୀ ପଦବୀ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯିବ  ।

ଉତ୍ତର-ପୂର୍ବାଞ୍ଚଳରେ ଅଧିକ କର୍କଟ ଆକ୍ରାନ୍ତ ମାମଲା ପଦାକୁ ଆସିବା ଏବଂ କର୍କଟ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଚିକିତ୍ସାଳୟର ଆବଶ୍ୟକତା ତଥା କର୍କଟ ଚିକିତ୍ସା କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି  ।

ଡା. ବି.ବରୁଆ କର୍କଟ ସଂସ୍ଥାନର ବିକାଶ କରିବା ଲାଗି ଆନୁମାନିକ ଅନାବଦ୍ଧ ବ୍ୟୟ 150 କୋଟି ଟଙ୍କା ଏବଂ ବାର୍ଷିକ ଆବଦ୍ଧ ବ୍ୟୟ 40 ରୁ 50 କୋଟି ଟଙ୍କା ହେବ  ।

ସୂଚନାଯୋଗ୍ୟ ଯେ ବରୁଆ କର୍କଟ ସଂସ୍ଥାନ 1974 ମସିହାରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । କର୍କଟ ରୋଗ ଚିହ୍ନଟ, ଚିକିତ୍ସା ଏବଂ ନିରାକରଣ କ୍ଷେତ୍ରରେ ଗବେଷଣା କରିବା ଏହି ସଂସ୍ଥାନ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଡିଏଇ ଏବଂ ଉତ୍ତର-ପୂର୍ବାଞ୍ଚଳ ପରିଷଦ ସହିତ ଏକ ଚୁକ୍ତିନାମା ମାଧ୍ୟମରେ 1986 ରେ ଆସାମ ସରକାର ଏହି ସଂସ୍ଥାନର ପରିଚାଳନା ଦାୟିତ୍ୱ ନେଇଥିଲେ  ।

 

**********