Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କବାଡ଼ି ବିଶ୍ୱକପ୍-୨୦୨୫ର ବିଜେତା ଭାରତୀୟ ମହିଳା ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କବାଡ଼ି ବିଶ୍ୱକପ୍ – ୨୦୨୫ରେ ଅଭୂତପୂର୍ବ ବିଜୟ ପାଇଁ ଭାରତୀୟ ମହିଳା କବାଡ଼ି ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି:

“କବାଡ଼ି ବିଶ୍ୱକପ୍ – ୨୦୨୫ରେ ବିଜୟୀ ହୋଇ ଦେଶକୁ ଗୌରବାନ୍ୱିତ କରିଥିବାରୁ ଭାରତୀୟ ମହିଳା କବାଡ଼ି ଟିମକୁ ହାର୍ଦ୍ଦିକ ଅଭିନନ୍ଦନ! ଖେଳାଳିମାନେ ଅଭୂତପୂର୍ବ ଉତ୍ସାହ, କୌଶଳ ଏବଂ ସମର୍ପଣ ଭାବନାର ପ୍ରଦର୍ଶନ କରିଛନ୍ତି । ସେମାନଙ୍କର ଏହି ବିଜୟ ଅଗଣିତ ଯୁବାଙ୍କୁ କବାଡ଼ିକୁ ଆପଣାଇବାକୁ, ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଉଚ୍ଚ ଲକ୍ଷ୍ୟ ସ୍ଥିର କରିବାକୁ ପ୍ରେରିତ କରିବ ।”

SR