ପିଏମଇଣ୍ଡିଆ
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ପ୍ରାୟୋଜିତ ଯୋଜନା – “ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମକୁ” (ଭିଭିପି)କୁ ମଞ୍ଜୁରି ମିଳିଛି । ଏହି ଯୋଜନା ପାଇଁ ୪୮୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏବଂ ଏହାକୁ ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ।
ଦେଶର ଉତ୍ତର ପୂର୍ବାଞ୍ଚଳ ସୀମାରେ ଥିବା ବିଭିନ୍ନ ବ୍ଲକର ଗ୍ରାମଗୁଡ଼ିକୁ ଏହି ଯୋଜନା ମାଧ୍ୟମରେ ବିକଶିତ କରାଯିବା ସହିତ ଏସବୁ ଗ୍ରାମରେ ରହୁଥିବା ଲୋକମାନଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯିବ। ଏଥିପାଇଁ ନିର୍ଦ୍ଦିଷ୍ଟ ସୀମାବର୍ତ୍ତୀ ଗ୍ରାମ ଚୟନ କରାଯିବ । ଏହାଫଳରେ ସୀମାବର୍ତ୍ତୀ କ୍ଷେତ୍ରରେ ଥିବା ଲୋକମାନଙ୍କୁ ସେମାନଙ୍କର ମୂଳ ଗ୍ରାମରେ ରହିବା ଲାଗି ପ୍ରୋତ୍ସାହିତ କରାଯାଇପାରିବ । ଏସବୁ ଗାଁର ଲୋକମାନେ ପ୍ରବାସ ନକରି ନିଜ ବାସସ୍ଥାନରେ ରହିବେ ଏବଂ ଦେଶର ସୀମାବର୍ତ୍ତୀ କ୍ଷେତ୍ରରେ ସୁରକ୍ଷା ସ୍ଥିତି ଅଧିକ ସୁଦୃଢ଼ ହେବ।
ଏହି ଯୋଜନା ମାଧ୍ୟମରେ ଦେଶର ଉତ୍ତର ଭୂଭାଗ ସୀମାରେ ରହିଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶର ୧୯ଟି ଜିଲ୍ଲା ଓ ୪୬ଟି ସୀମାବର୍ତ୍ତୀ ବ୍ଲକର ବିଭିନ୍ନ ଗ୍ରାମରେ ଜରୁରି ମୌଳିକ ଭିତ୍ତିଭୂମି ବିକାଶ ଓ ଜୀବିକା ସୁଯୋଗ ସୃଷ୍ଟି କରିବା ନିମନ୍ତେ ପାଣ୍ଠି ଯୋଗାଇ ଦିଆଯିବ। ଏହାଫଳରେ ସୀମାବର୍ତ୍ତୀ କ୍ଷେତ୍ରରେ ସମାବେଶୀ ବିକାଶ ଏବଂ ଜନସଂଖ୍ୟା ବୃଦ୍ଧି ଲକ୍ଷ୍ୟ ହାସଲ କରାଯାଇ ପାରିବ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଅଧୀନରେ ୬୬୩ଟି ଗ୍ରାମର ବିକାଶ ଲାଗି ନିଷ୍ପତ୍ତି ନିଆଯାଇଛି ।
ଉତ୍ତର ସୀମାରେ ଥିବା ସୀମାବର୍ତ୍ତୀ ଗ୍ରାମରେ ସ୍ଥାନୀୟ ପ୍ରାକୃତିକ ଅଧିବାସୀ ଓ ଅନ୍ୟାନ୍ୟ ସମ୍ବଳ ଉପରେ ଆଧାରିତ ଆର୍ଥିକ ପରିଚାଳକଗୁଡ଼ିକୁ ଏହି ଯୋଜନା ମାଧ୍ୟମରେ ଚିହ୍ନଟ ଓ ବିକଶିତ କରାଯିବ । ଏଥିସହିତ ସାମାଜିକ ଉଦ୍ୟମିତା, ଦକ୍ଷତା ବିକାଶ ଓ ଉଦ୍ୟମିତା ମାଧ୍ୟମରେ ଯୁବପିଢ଼ି ଓ ମହିଳାଙ୍କ ସଶକ୍ତିକରଣ, ସ୍ଥାନୀୟ ସଂସ୍କୃତି, ପାରମ୍ପରିକ ଜ୍ଞାନ ଓ ଐତିହ୍ୟର ପ୍ରୋତ୍ସାହନ ଜରିଆରେ ପର୍ଯ୍ୟଟନ ସମ୍ଭାବନାକୁ ଉଜାଗର କରିବା ଆଦି ପଦକ୍ଷେପ ଗ୍ରହଣ କରାଯାଇ “ହବ୍ ଏଣ୍ଡ ସ୍ପୋକ୍ ମଡେଲ” ମାଧ୍ୟମରେ ଅଭିବୃଦ୍ଧି କେନ୍ଦ୍ରଗୁଡ଼ିକୁ ବିକଶିତ କରାଯିବ । ଏହାଛଡ଼ା ଗୋଷ୍ଠୀ ଆଧାରିତ ସଂଗଠନ, ସମବାୟ ସମିତି, ଏସଏଚଜି, ଏନଜିଓ ଆଦି ଜରିଆରେ “ଏକ ଗ୍ରାମ-ଏକ ଉତ୍ପାଦ” ବିଚାର ଉପରେ ଆଧାରିତ ଦୀର୍ଘସ୍ଥାୟୀ ପରିବେଶ ଅନୁକୂଳ ବ୍ୟବସାୟର ବିକାଶ କରାଯିବ।
ଗ୍ରାମ ପଞ୍ଚାୟତ ସହାୟତାରେ ଜିଲ୍ଲା ପ୍ରଶାସନ ଦ୍ବାରା ଭାଇବ୍ରେଣ୍ଟ ଭିଲେଜ୍ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଏସବୁ ଗ୍ରାମରେ କେନ୍ଦ୍ର ଓ ରାଜ୍ୟ ଯୋଜନାର ଶତପ୍ରତିଶତ ସାଚୁରେସନ ବା ସମ୍ପୂର୍ଣ୍ଣକରଣ ସୁନିଶ୍ଚିତ କରାଯିବ ।
ଏସବୁ ଗାଁକୁ ସବୁଦିନିଆ ରାସ୍ତା, ପାନୀୟ ଜଳ, ୨୪ ଘଣ୍ଟିଆ ବିଦ୍ୟୁତ ସେବା- ସୌର ଓ ପବନ ଶକ୍ତି ଉପରେ ବିଶେଷ ଧ୍ୟାନ ଦିଆଯିବ, ମୋବାଇଲ ଓ ଇଣ୍ଟରନେଟ ଯୋଗାଯୋଗ ଭଳି ସୁବିଧା ଯୋଗାଇ ଦେଇ ବିକଶିତ କରାଯିବ । ପର୍ଯ୍ୟଟନ କେନ୍ଦ୍ର, ବହୁମୁଖୀ କେନ୍ଦ୍ର ଓ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଆଦି ନିର୍ମାଣ କରାଯିବ।
ସୀମାବର୍ତ୍ତୀ କ୍ଷେତ୍ର ବିକାଶ କାର୍ଯ୍ୟକ୍ରମକୁ ଏହି ଯୋଜନା ସହିତ ମିଶାଯିବ ନାହିଁ ବରଂ ଏହାକୁ ପୃଥକ ଭାବେ କାର୍ଯ୍ୟକାରୀ କରାଯିବ ।
୪୮୦୦ କୋଟି ଟଙ୍କା ଆର୍ଥିକ ଆବଣ୍ଟନ ମଧ୍ୟରୁ ୨୫୦୦ କୋଟି ଟଙ୍କା କେବଳ ସଡ଼କ ନିର୍ମାଣ ଦିଗରେ ଖର୍ଚ୍ଚ କରାଯିବ ।
Today’s Cabinet decision on Vibrant Villages Programme will be beneficial for several people living in remote areas and border areas. Sectors such as tourism, skill development, entrepreneurship will be among the many key focus areas. https://t.co/JlWy02wywe
— Narendra Modi (@narendramodi) February 15, 2023