ପିଏମଇଣ୍ଡିଆ
ଆଜି, ମୁଁ ୨ ଜୁଲାଇରୁ ୯ ଜୁଲାଇ ପର୍ଯ୍ୟନ୍ତ ପାଞ୍ଚଟି ଦେଶ ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିୟା ଗସ୍ତରେ ଯାଉଛି ।
ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମାଙ୍କ ନିମନ୍ତ୍ରଣରେ, ୨-୩ ଜୁଲାଇରେ ମୁଁ ଘାନା ଗସ୍ତ କରିବି । ଗ୍ଲୋବାଲ୍ ସାଉଥରେ ଘାନା ଏକ ପ୍ରମୁଖ ଅଂଶୀଦାର ଏବଂ ଆଫ୍ରିକୀୟ ସଂଘ ତଥା ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକର ଅର୍ଥନୈତିକ ସମ୍ପ୍ରଦାୟରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଘାନା ସହିତ ଆମର ଐତିହାସିକ ସମ୍ପର୍କକୁ ଆହୁରି ଗଭୀର କରିବା ଏବଂ ନିବେଶ, ଶକ୍ତି, ସ୍ୱାସ୍ଥ୍ୟ, ସୁରକ୍ଷା, କ୍ଷମତା ନିର୍ମାଣ ତଥା ବିକାଶ ସହଭାଗିତା କ୍ଷେତ୍ର ସମେତ ସହଯୋଗର ନୂତନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୋର ମତ ଆଦାନପ୍ରଦାନ ପାଇଁ ମୁଁ ଅପେକ୍ଷା କରିଛି । ସହଯୋଗୀ ଗଣତାନ୍ତ୍ରିକ ଦେଶ ଭାବରେ, ଘାନାର ସଂସଦରେ ଭାଷଣ ଦେବା ଏକ ସମ୍ମାନର ବିଷୟ ହେବ ।
୩-୪ ଜୁଲାଇରେ, ମୁଁ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟରେ ରହିବି । ଏହି ଦେଶମାନଙ୍କ ସହ ଆମର ଗଭୀର ଐତିହାସିକ, ସାଂସ୍କୃତିକ ସମେତ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ମୁଁ ରାଷ୍ଟ୍ରପତି ଶ୍ରୀମତୀ କ୍ରଷ୍ଟିନ୍ କାରଲା କାଙ୍ଗାଲୁଙ୍କୁ ଭେଟିବି । ସିଏ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଥିଲେ । ଏଥିସହ ମୁଁ ପ୍ରଧାନମନ୍ତ୍ରୀ ଶ୍ରୀମତି କମଳା ପ୍ରସାଦ-ବିସେସାରଙ୍କୁ ମଧ୍ୟ ସାକ୍ଷାତ କରିବି, ଯିଏ ସମ୍ପ୍ରତି ଦ୍ୱିତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଭାରତୀୟମାନେ ପ୍ରଥମ ଥର ପାଇଁ ୧୮୦ ବର୍ଷ ପୂର୍ବେ ତ୍ରିନିଦାଦ ଏବଂ ଟୋବାଗୋ ଆସିଥିଲେ । ଏହି ଗସ୍ତ ପୂର୍ବପୁରୁଷ ଏବଂ ଆତ୍ମୀୟତାର ସ୍ୱତନ୍ତ୍ର ବନ୍ଧନକୁ ପୁନର୍ଜୀବିତ କରିବାର ସୁଯୋଗ ପ୍ରଦାନ କରିବ, ଯାହା ଆମକୁ ଏକତ୍ର କରିଥାଏ ।
ପୋର୍ଟ ଅଫ୍ ସ୍ପେନ୍ରୁ, ମୁଁ ବ୍ୟୁନସ୍ ଆୟର୍ସ ଯାତ୍ରା କରିବି । ଗତ ୫୭ ବର୍ଷ ମଧ୍ୟରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଆର୍ଜେଣ୍ଟିନାକୁ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ । ଆର୍ଜେଣ୍ଟିନା ହେଉଛି ଲାଟିନ ଆମେରିକାର ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର ଏବଂ ଜି୨୦ର ଏକ ଘନିଷ୍ଠ ସହଯୋଗୀ । ମୁଁ ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ମୋର ଆଲୋଚନା ପାଇଁ ଅପେକ୍ଷା କରିଛି, ଯାହାଙ୍କୁ ମୁଁ ଗତ ବର୍ଷ ଭେଟିବାର ସୁଯୋଗ ପାଇଥିଲି । ଆମେ କୃଷି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ବାଣିଜ୍ୟ, ପର୍ଯ୍ୟଟନ, ପ୍ରଯୁକ୍ତିବିଦ୍ୟା ଏବଂ ନିବେଶ ସମେତ ଆମର ପାରସ୍ପରିକ ଲାଭଦାୟକ ସହଯୋଗକୁ ଆଗକୁ ବଢ଼ାଇବା ଉପରେ ଧ୍ୟାନ ଦେବୁ ।
୬-୭ ଜୁଲାଇରେ ମୁଁ ରିଓ ଦି ଜେନେଇରୋ ବ୍ରିିକ୍ସ ସମ୍ମିଳନୀରେ ଯୋଗ ଦେବି । ଏକ ପ୍ରତିଷ୍ଠାତା ସଦସ୍ୟ ଭାବରେ, ଭାରତ ଉଦୀୟମାନ ଅର୍ଥନୀତିଗୁଡିକ ମଧ୍ୟରେ ସହଯୋଗ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ ବ୍ରିକ୍ସ ପାଇଁ ପ୍ରତିବଦ୍ଧ । ଆମେ ଏକତ୍ର ଏକ ଅଧିକ ଶାନ୍ତିପୂର୍ଣ୍ଣ, ସମାନ, ନ୍ୟାୟପୂର୍ଣ୍ଣ, ନିପେକ୍ଷ ଗଣତାନ୍ତ୍ରିକ ଏବଂ ସନ୍ତୁଳିତ ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥା ପାଇଁ ଚେଷ୍ଟା କରୁ । ଶିଖର ସମ୍ମିଳନୀ ଅବସରରେ, ମୁଁ ଅନେକ ବିଶ୍ୱ ନେତାଙ୍କୁ ମଧ୍ୟ ଭେଟିବି । ମୁଁ ଏକ ଦ୍ୱିପାକ୍ଷିକ ରାଷ୍ଟ୍ର ଗସ୍ତ ପାଇଁ ବ୍ରାସିଲିଆ ଯାତ୍ରା କରିବି । ପ୍ରାୟ ଗତ ଛଅ ଦଶନ୍ଧି ମଧ୍ୟରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ । ଏହି ଗସ୍ତ ବ୍ରାଜିଲ ସହିତ ଆମର ଘନିଷ୍ଠ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ମୋର ବନ୍ଧୁ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ଭାଙ୍କ ସହ ଗ୍ଲୋବାଲ୍ ସାଉଥର ପ୍ରାଥମିକତାକୁ ଆଗକୁ ବଢ଼ାଇବା ପାଇଁ କାମ କରିବାର ସୁଯୋଗ ପ୍ରଦାନ କରିବ ।
ମୋର ଶେଷ ଗନ୍ତବ୍ୟ ସ୍ଥଳ ହେବ ନାମିବିୟା । ନାମିବିୟା ଏକ ବିଶ୍ୱସ୍ତ ଅଂଶୀଦାର ଦେଶ, ଯାହା ସହିତ ଆମେ ଉପନିବେଶବାଦ ବିରୁଦ୍ଧରେ ସଂଘର୍ଷର ଏକ ସାଧାରଣ ଇତିହାସ ଶେୟାର କରିଥାଉ। ମୁଁ ରାଷ୍ଟ୍ରପତି ଡକ୍ଟର ନେତୁମ୍ବୋ ନନ୍ଦୀ-ନଦାଇତ୍ୱାହଙ୍କୁ ଭେଟିବାକୁ ଅପେକ୍ଷା କରିଛି । ଏଥିସହ ଆମର ଲେକାମାନଙ୍କ, ଆମର ଅଞ୍ଚଳ ଏବଂ ବ୍ୟାପକ ଗ୍ଲୋବାଲ ସାଉଥର ଲାଭ ପାଇଁ ସହଯୋଗ କରିବାକୁ ଏକ ନୂତନ ରୂପରେଖ ପ୍ରସ୍ତୁତ କରିବାକୁ ମଧ୍ୟ ଆଗ୍ରହର ସହ ଅପେକ୍ଷା କରିଛି। ଏହି ଅବସରରେ ନାମିବିୟା ସଂସଦର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବା ଏକ ସୌଭାଗ୍ୟର ବିଷୟ ହେବ । କାରଣ ଆମେ ସ୍ୱାଧୀନତା ଏବଂ ବିକାଶ ପାଇଁ ଆମର ସ୍ଥାୟୀ ଏକତା ଏବଂ ସମାନ ପ୍ରତିବଦ୍ଧତାର ଉତ୍ସବ ପାଳନ କରୁଛୁ ।
ମୁଁ ନିଶ୍ଚିତ ଯେ ପାଞ୍ଚଟି ଦେଶକୁ ମୋର ଗସ୍ତ ଗ୍ଲୋବାଲ ସାଉଥରେ ଆମର ବନ୍ଧୁତ୍ୱ ସମ୍ପର୍କକୁ ସୁଦୃଢ଼ କରିବ । ଆଟଲାଣ୍ଟିକର ଉଭୟ ପାଶ୍ୱର୍ରେ ଆମର ସହଭାଗୀତାକୁ ମଜବୁତ କରିବ ଏବଂ ବ୍ରାଜିଲ, ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଦେଶମାନଙ୍କର ସଂଗଠନ (ବ୍ରିକ୍ସ), ଆଫ୍ରିକୀୟ ସଂଘ, ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକର ଅର୍ଥନୈତିକ ସମ୍ପ୍ରଦାୟ (ଇକୋୱାସ୍) ଏବଂ କାରିକମ୍ ଭଳି ବହୁପାକ୍ଷିକ ପ୍ଲାଟଫର୍ମରେ ସମ୍ପର୍କକୁ ଆହୁରି ନିବିଡ କରିବ ।
SR
Over the next few days, I will be attending various bilateral, multilateral and other programmes in Ghana, Trinidad & Tobago, Argentina, Brazil, and Namibia. Looking forward to interacting with world leaders and discussing ways to make our planet better. https://t.co/tg3FOwtceh
— Narendra Modi (@narendramodi) July 2, 2025
My visit to Brazil include participation in the BRICS Summit in Rio de Janeiro and a bilateral state visit in Brasilia, which would be the first by an Indian Prime Minister in almost six decades. There would be various meetings with world leaders on the sidelines of the Rio BRICS…
— Narendra Modi (@narendramodi) July 2, 2025
The visit to Namibia seeks to strengthen relations with a trusted partner with whom we have a shared history when it comes to resisting colonialism. President Dr.Netumbo Nandi-Ndaitwah and I will talk about ways to boost ties across many sectors. It’ll be an honour to address the…
— Narendra Modi (@narendramodi) July 2, 2025