Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚନ୍ଦ୍ରଯାନ-2 ଅବତରଣ ଦୃଶ୍ୟ ଦେଖିବେ ପ୍ରଧାନମନ୍ତ୍ରୀ


7 ସେପ୍ଟେମ୍ବର 2019ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟଠାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-2ର ଅନ୍ତିମ ଅବତରଣ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଖିବେ ।

ଏହି ଅବସରରେ ସେ ମହାକାଶ ବିଜ୍ଞାନ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ ।

ବିଜ୍ଞାନ ଓ ଏହାର ସଫଳତା ପ୍ରତି ଅତ୍ୟନ୍ତ ରୁଚି ରଖୁଥିବା ଜଣେ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ଇସ୍ରୋ ଗସ୍ତ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କ ମନୋବଳ ବୃଦ୍ଧି କରିବ ଏବଂ ଯୁବ ବୈଜ୍ଞାନିକମାନଙ୍କୁ ନୂତନ ଉଦ୍ଭାବନ ଦିଗରେ ଚେଷ୍ଟା କରିବା ପାଇଁ ପ୍ରେରିତ କରିବ ।

ଚନ୍ଦ୍ରଯାନ-2 ମିସନ ପ୍ରତି ବ୍ୟକ୍ତିଗତ ରୁଚି ରଖୁଥିବା ଶ୍ରୀ ମୋଦୀ ଏହି ମିସନକୁ Indian at heart, Indian in spirit! ବୋଲି ଅଭିହିତ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।

 “ଲାଣ୍ଡର ବିକ୍ରମ ସେପ୍ଟେମ୍ବର 7, 2019ରେ ଦିନ 1 ରୁ 2ଟା ମଧ୍ୟରେ ଅବତରଣ ମୁଖୀ ହେବ ଏବଂ ପରେ 1.30ରୁ 2.30 ମଧ୍ୟରେ ଅବତରଣ କରିବ” ବୋଲି ଇସ୍ରୋ ସୂଚନା ପ୍ରଦାନ କରିଛି ।

ଚନ୍ଦ୍ରଯାନ-2ର ଅନ୍ତିମ ଅବତରଣର ସିଧା ପ୍ରସାରଣ ଦୃଶ୍ୟକୁ https://www.facebook.com/pibindia  ଏବଂ  https://twitter.com/PIB_India    ଦେଖିହେବ ।