ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଜାତୀୟ କ୍ରୀଡ଼ା ନୀତି (ଏନଏସପି)୨୦୨୫କୁ ଅନୁମୋଦନ କରାଯାଇଛି । ଦେଶର କ୍ରୀଡ଼ା ପରିଦୃଶ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ କ୍ରୀଡ଼ା ମାଧ୍ୟମରେ ନାଗରିକଙ୍କ ସଶକ୍ତୀକରଣ ଉଦ୍ଦେଶ୍ୟରେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି ।
ପୂର୍ବରୁ ଥିବା ଜାତୀୟ କ୍ରୀଡ଼ା ନୀତି, ୨୦୦୧ ସ୍ଥାନରେ ଏହି ନୂଆ କ୍ରୀଡ଼ା ନୀତି କାର୍ଯ୍ୟକାରୀ ହେବ। ଭାରତକୁ ଏକ ବିଶ୍ୱ କ୍ରୀଡ଼ା ମହାଶକ୍ତି ରୂପେ ପ୍ରତିଷ୍ଠିତ କରିବା ଲାଗି ଏଥିରେ ଦୂରଦୃଷ୍ଟିପୂର୍ଣ୍ଣ ଏବଂ ରଣନୀତିକ ରୂପରେଖ ପ୍ରସ୍ତୁତ କରାଯାଇଛି । ଏହା ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ସମେତ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ସଫଳତା ପାଇଁ ଭାରତକୁ ଏକ ଦୃଢ଼ ଦାବିଦାରରେ ପରିଣତ କରିବ ।
୧. ବିଶ୍ୱସ୍ତରରେ ସଫଳତା
ଏହି ସ୍ତମ୍ଭର ଲକ୍ଷ୍ୟ ହେଉଛି:
୨. ଆର୍ଥିକ ବିକାଶ ପାଇଁ କ୍ରୀଡ଼ା
ଏନଏସପି ୨୦୨୫ କ୍ରୀଡ଼ାର ଆର୍ଥିକ ସମ୍ଭାବନାକୁ ଗ୍ରହଣ କରି ନିମ୍ନ ଲକ୍ଷ୍ୟ ଧାର୍ଯ୍ୟ କରିଛି:
୩. ସାମାଜିକ ବିକାଶ ପାଇଁ କ୍ରୀଡ଼ା
ସାମାଜିକ ଅନ୍ତର୍ଭୂକ୍ତୀକରଣ ବଢ଼ାଇବା ଲାଗି ଏହି ନୀତି ନିମ୍ନ ପଦକ୍ଷେପ ମାଧ୍ୟମରେ କ୍ରୀଡ଼ାର ଭୂମିକା ଉପରେ ଆଲୋକପାତ କରିଥାଏ:
୪. ଏକ ଜନ ଆନ୍ଦୋଳନ ରୂପେ କ୍ରୀଡ଼ା
କ୍ରୀଡ଼ାକୁ ଏକ ଆନ୍ଦୋଳନରେ ପରିଣତ କରିବା ଲାଗି ଏହି ନୀତିରେ ନିମ୍ନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି:
୫. ଶିକ୍ଷା ସହିତ କ୍ରୀଡ଼ାର ଏକୀକରଣ (ଏନଇପି ୨୦୨୦)
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁରୂପ ଏନଏସପି ୨୦୨୫ରେ ନିମ୍ନ ପ୍ରସ୍ତାବଗୁଡ଼ିକ ରହିଛି:
୬. ରଣନୀତିକ ଢାଞ୍ଚା
ଏନଏସପି ୨୦୨୫ର ଲକ୍ଷ୍ୟକୁ ସାକାର କରିବା ଲାଗି ଏକ ବିସ୍ତୃତ କାର୍ଯ୍ୟକାରୀ ରଣନୀତି ପ୍ରସ୍ତୁତ କରାଯାଇଛି ଯେଉଁଥିରେ ନିମ୍ନଗୁଡ଼ିକୁ ସାମିଲ କରାଯାଇଛି:
ଏହାର ଢାଞ୍ଚାଗତ ଦୃଷ୍ଟିକୋଣ ଓ ଭବିଷ୍ୟତ ରଣନୀତି ସହିତ, ଜାତୀୟ କ୍ରୀଡା ନୀତି ୨୦୨୫ ଭାରତକୁ ବିଶ୍ୱ ସ୍ତରରେ ଏକ ଅଗ୍ରଣୀ କ୍ରୀଡା ରାଷ୍ଟ୍ର ହେବା ପାଇଁ ଏକ ପରିବର୍ତ୍ତନଶୀଳ ପଥରେ ରଖିବା ସହିତ ସୁସ୍ଥ ଏବଂ ସଶକ୍ତ ନାଗରିକ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।
******
PS/Swadhin/ Manoj