ପିଏମଇଣ୍ଡିଆ
ଆମ ଦେଶର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଆଦରଣୀୟ ଲାଲ କୃଷ୍ଣ ଆଡୱାଣୀ ମହାଶୟ, ଦେଶର ସ୍ୱରାଷ୍ଟ୍ରମନ୍ତ୍ରୀ ମାନନୀୟ ଶ୍ରୀ ରାଜନାଥ ସିଂହ ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସହଯୋଗୀଗଣ, ସଂସଦରେ ଥିବା ମୋର ସାଥୀ ପୁଲିସ ବାହିନୀରେ ମୋର ସମ୍ମାନିତ ଅଧିକାରୀଗଣ, ହଟ୍ ସ୍ପ୍ରିଂଗ ଘଟଣାର ସାକ୍ଷୀ ରହିଥିବା ବୀର ସନ୍ତାନ, ଏଠାରେ ଉପସ୍ଥିତ ଶହୀଦଙ୍କ ପରିବାରବର୍ଗ, ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ… ଆମ ସମସ୍ତଙ୍କ ଜୀବନରେ ଏମିତି କିଛି କ୍ଷଣ ଆସିଥାଏ, ଯେତେବେଳେ ଆପଣଙ୍କୁ ଶୌର୍ଯ୍ୟକୁ ପ୍ରଣାମ କରିବାକୁ ପଡ଼ିଥାଏ । ଆମେ ଗର୍ବର ସହିତ ଭରି ରହିଥାଉ । କିନ୍ତୁ ଏଥି ସହିତ ମଧ୍ୟ ନିଜ ଭିତରେ ସମ୍ବେଦନାର ଏକ ଜୁଆର ମଧ୍ୟ ଅନୁଭବ କରିଥାଉ । ମୋ ପାଇଁ ଏହି କ୍ଷଣ ହେଉଛି ସେହିଭଳି ।
ଦେଶର ସୁରକ୍ଷାରେ ସମର୍ପିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ, ଏଠାରେ ଉପସ୍ଥିତ ଶହୀଦଙ୍କ ପରିବାରଙ୍କୁ ମୁଁ ପୁଲିସ ଶହୀଦ ଦିବସରେ ଆଦର ପୂର୍ବକ ପ୍ରଣାମ ଜଣାଉଛି । ଆଜିର ଏହି ଦିନଟି ହେଉଛି ଆପଣ ସମସ୍ତଙ୍କର ସେବା ସହିତ ହିଁ ଆପଣଙ୍କର ଶୌର୍ଯ୍ୟ ଏବଂ ଉଚ୍ଚ, ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିବା ପାଇଁ ଯାହା ଆମର ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ପରିପାଟି ହୋଇ ରହିଛି ।
ପୁଲିସ ଶହୀଦ ଦିବସ ହେଉଛି ସେହି ସାହସୀ ପୁଲିସ ବୀରମାନଙ୍କର ଗାଥାକୁ ସ୍ମରଣ କରିବା ପାଇଁ ଯେଉଁମାନେ ଲଦାଖର ବରଫ ଶିଖରରେ ପ୍ରଥମ ରକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କଲେ, ନିଜର ଜୀବନକୁ ଦେଶ ପାଇଁ ସମର୍ପିତ କଲେ । ଆଜି ହେଉଛି ପୁଲିସ ଦିବସ ସହିତ ଜଡ଼ିତ ସେହି ହଜାର ହଜାର ଶହୀଦମାନଙ୍କୁ ମନେ ପକାଇବାର ମଧ୍ୟ ସମୟ ଯେଉଁମାନେ ସ୍ୱାଧୀନତାଠାରୁ ନେଇ ଏ ପର୍ଯ୍ୟନ୍ତ କର୍ତ୍ତବ୍ୟ ପଥରେ ଚାଲି ନିଜର ସର୍ବସ୍ୱ, ନିଜର ଯୁବକ ଅବସ୍ଥା, ନିଜର ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି । ଏଭଳି ପ୍ରତ୍ୟେକ ବୀର ବୀରାଙ୍ଗନାଙ୍କୁ ମୁଁ ଶତ ଶତ ପ୍ରଣାମ କରୁଛି । ପ୍ରତ୍ୟେକ ଶହୀଦଙ୍କ ପରିବାର ଯେଉଁମାନଙ୍କ ମଧ୍ୟରୁ ଅନେକ ଲୋକ ଏଠାରେ ଉପସ୍ଥିତ ଅଛନ୍ତି । ମୁଁ ଆପଣମାନଙ୍କ ସମସ୍ତଙ୍କ ସମ୍ମୁଖରେ ମଧ୍ୟ ନତମସ୍ତକ ହେଉଛି । ଯେଉଁମାନେ ନିଜ ଦେଶ ପାଇଁ ଏତେ ବଡ଼ ତ୍ୟାଗ କରିଛନ୍ତି ।
ସାଥୀଗଣ, ଏହା ହେଉଛି ମୋର ସୌଭାଗ୍ୟ କି ମୋତେ ରାଷ୍ଟ୍ର ସେବା ଏବଂ ସମର୍ପଣର ଅମର ଗାଥା ପ୍ରତୀକ ରାଷ୍ଟ୍ରୀୟ ପୁଲିସ ସ୍ମାରକୀ ପୀଠକୁ, ଦେଶକୁ ସମର୍ପିତ କରିବାର ସୁଯୋଗ ମିଳିଛି । ଏହି ସ୍ମାରକୀ ପୀଠରେ ନିର୍ମାଣ କରାଯାଇଥିବା କେନ୍ଦ୍ରୀୟ ଢାଞ୍ଚାରେ ପ୍ରତ୍ୟେକ ପୁଲିସଙ୍କ ସାମର୍ଥ୍ୟ, ସୌର୍ଯ୍ୟ ଏବଂ ସେବାର, ଭାବନାର ହେଉଛି ପ୍ରତୀକ ।
ପଥର ତଳେ ହେଉଥିବା ଜଳ ପ୍ରବାହ ଆମର ସମାଜରେ ନିରନ୍ତର ପ୍ରବାହିତ ହେଉଥିବା ସଦ୍ଭାବନାର ପ୍ରତୀକ । ବୀରତ୍ୱର ପ୍ରାଚୀର ଉପରେ ସେହି 34 ହଜାର 844 ପୁଲିସ କର୍ମୀମାନଙ୍କର ନାମ ରହିଛି । ଯେଉଁମାନେ ଦେଶର ଭିନ୍ନ – ଭିନ୍ନ ରାଜ୍ୟରେ, ଭିନ୍ନ- ଭିନ୍ନ ଆହ୍ୱାନ ସହିତ ଲଢ଼ି ନିଜର ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ମୋର ବିଶ୍ୱାସ ରହିଛି କି ଏହି ସ୍ମାରକୀ ପୀଠର ନବ ନିର୍ମିତ ମ୍ୟୁଜିୟମରେ ରଖା ଯାଇଥିବା ପ୍ରତ୍ୟେକଟି ବସ୍ତୁ, ପ୍ରତ୍ୟେକଟି ସ୍ମୃତି ଏଠାକୁ ଆସୁଥିବା ପ୍ରତ୍ୟେକ ଦେଶବାସୀଙ୍କୁ, ଆମର ଯୁବ ସାଥୀଙ୍କୁ, ଆମ ଦେଶର ଭବିଷ୍ୟତ, ଆମର ପିଲାମାନଙ୍କୁ, ନିଜର ପୁଲିସ ଏବଂ ସଂସଦୀୟ ବ୍ୟବସ୍ଥା ତଥା ଗୌରବଶାଳୀ ଇତିହାସ ବିଷୟରେ ପ୍ରେରଣା ପ୍ରଦାନ କରିବ । ଯେଉଁ ଭଳି ଭାବେ ଆପଣ ସମସ୍ତେ ନିଜର କର୍ତ୍ତବ୍ୟ ପଥରେ ଦିନ-ରାତି, ଅଟକି ନ ଯାଇ, ଥକି ନ ପଡ଼ି ଅଟଳ ରହୁଛନ୍ତି । ପ୍ରତ୍ୟେକ ଋତୁରେ, ଗ୍ରୀଷ୍ମରେ, ଶୀତରେ, ବର୍ଷାରେ, ବରଫରେ ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ପାର୍ବଣରେ ସେବା ପାଇଁ ପ୍ରସ୍ତୁତ ରହୁଛନ୍ତି । କିଛି ଏହିଭଳି ଭାବନା ଏହି ସ୍ମାରକୀ ପୀଠକୁ ଦେଖିବା କ୍ଷଣି ହିଁ ନିଜ ଭିତରେ ଝଲସି ଉଠୁଛି ।
ସାଥୀଗଣ, ଏହା ହେଉଛି ଆପଣମାନଙ୍କର ସମସ୍ତଙ୍କର ସଦସ୍ୟତାର ହିଁ ପ୍ରମାଣ କି ଦେଶକୁ ଅଶାନ୍ତ କରୁଥିବା ତତ୍ତ୍ଵମାନଙ୍କୁ ନିରାଶ ହେବାକୁ ପଡ଼ୁଛି । ଦେଶରେ ଭୟ ଏବଂ ଅସୁରକ୍ଷାର ପରିବେଶ ସୃଷ୍ଟି କରିବାରେ ସେମାନଙ୍କର ଘୃଣ୍ୟ ଷଡଯନ୍ତ୍ରକୁ ଆପଣମାନେ ପଣ୍ଡ କରି ଦେଇଛନ୍ତି । ଏଭଳି ଷଡଯନ୍ତ୍ର ଯାହାର ସୂଚନା ବାହାରକୁ ମଧ୍ୟ ଆସି ପାରେ ନାହିଁ । ଏଭଳି ସାହସିକତା ଯାହା ଉପରେ ସାର୍ବଜନିକ ସ୍ତରରେ କେବେହେଲେ ଆପଣମାନଙ୍କୁ ପ୍ରଶଂସା ମିଳେ ନାହିଁ । ଶାନ୍ତିର ସହିତ କଟୁଥିବା ଦେଶର ପ୍ରତ୍ୟେକଟି କ୍ଷଣ, ଦେଶବାସୀଙ୍କର ପ୍ରତ୍ୟେକ ମୁହୂର୍ତ୍ତ ଆପଣମାନଙ୍କର ଏହି କର୍ତ୍ତବ୍ୟ ଭାବନା, ସେବା ଭାବନା ଦ୍ୱାରା ହିଁ ସମ୍ଭବପର ହେଉଛି ।
ସାଥୀଗଣ, ଆଜିର ଦିନରେ ଜାମ୍ମୁ-କାଶ୍ମୀରରେ ଶାନ୍ତି ଏବଂ ବ୍ୟବସ୍ଥା ସ୍ଥାପନ କରିବା ପାଇଁ ଆତଙ୍କ ସହିତ ମୁକାବିଲା କରିବାବାଲା ପ୍ରତ୍ୟେକ ଯବାନଙ୍କୁ ମଧ୍ୟ ସ୍ମରଣ କରିବା ପାଇଁ ମଧ୍ୟ ହେଉଛି ଗୋଟିଏ ଦିନ । ଦେଶର ନକ୍ସଲ ପ୍ରଭାବିତ ଜିଲ୍ଲାମାନଙ୍କରେ ମଧ୍ୟ ଯେଉଁ ଯବାନମାନେ ଏବେ କର୍ତ୍ତବ୍ୟରତ ଅଛନ୍ତି, ସେମାନଙ୍କୁ ମଧ୍ୟ ଏବେ ମୁଁ କହିବି କି ଆପଣମାନେ ଉନ୍ନତ ଧରଣର କାର୍ଯ୍ୟ କରୁଛନ୍ତି । ଆଉ ଶାନ୍ତି ସ୍ଥାପନା ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛେ ।
ଯଦି ଆଜି ନକ୍ସଲ ପ୍ରଭାବିତ ଜିଲ୍ଲାମାନଙ୍କର ସଂଖ୍ୟା କମିଛି, ସେହି ଅଂଚଳମାନଙ୍କରେ ଅଧିକ ଯୁବକ ମୁଖ୍ୟଧାରା ସହିତ ଯୋଡ଼ି ହେଉଛନ୍ତି, ତ ଏଥିରେ ଆପଣମାନଙ୍କ ଚେଷ୍ଟାର ଏକ ବଡ଼ ଭୂମିକା ରହିଛି । ଉତ୍ତର ପୂର୍ବାଂଚଳରେ ଦୃଢ଼ ଭାବେ ଠିଆ ହୋଇ ରହିଥିବା ଆମର ସାଥୀମାନଙ୍କର ଶୌର୍ଯ୍ୟ ଏବଂ ବଳିଦାନ ମଧ୍ୟ ଏବେ ଶାନ୍ତିର ରୂପରେ ଆମେ ଅନୁଭବ କରୁଛେ । ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ହେବାକୁ ଯାଉଥିବା ଆମର ଉତ୍ତର ପୂର୍ବାଂଚଳର ବିକାଶରେ ଆପଣମାନଙ୍କର ଯୋଗଦାନ ମଧ୍ୟ ରହିଛି ।
ସାଥୀଗଣ, ଆଜିର ଏହି ଦିନ ଦେଶରେ ବିପର୍ଯ୍ୟୟ ପରିଚାଳନା ସହିତ ଜଡ଼ିତ କୌଣସି ପ୍ରାକୃତିକ ସଂକଟ ସମୟରେ କିମ୍ବା ଦୁର୍ଘଟଣା ସମୟରେ ଆଶ୍ୱସ୍ତି ଆଣିବା କାର୍ଯ୍ୟରେ ନିୟୋଜିତ ହେଉଥିବା ସେହି ଯବାନମାନଙ୍କୁ ମଧ୍ୟ ସ୍ମରଣ କରିବାର ଅଛି, ଯେଉଁମାନଙ୍କ ସେବା ପାଇଁ ବହୁତ ଚର୍ଚ୍ଚା କରାଯାଏ ନାହିଁ ।
ମୁଁ ଆଜି ଦେଶବାସୀମାନଙ୍କୁ ଏହା କହିବାକୁ ଚାହୁଁଛି କି..ବିଗତ କିଛି ବର୍ଷ ମଧ୍ୟରେ ଯେଉଁଠାରେ ମଧ୍ୟ ପ୍ରାକୃତିକ ବିପଦ ହୋଇଥାଏ, ତ ଆପଣମାନେ ଦେଖିଥିବେ ଏନଡିଆରଏଫ ଲେଖା ହୋଇଥିବା କିମ୍ବା ଏସଡିଆରଏଫ ଲେଖା ହୋଇଥିବା ଯବାନମାନଙ୍କୁ ୟୁନିଫର୍ମରେ ରାତି-ଦିନ କଠିନ ପରିଶ୍ରମ କରି ଲୋକମାନଙ୍କ ଜୀବନ ବଂଚାଉଥିବାର ଦୃଶ୍ୟ ଆପଣମାନେ ଦେଖିଥିବେ । କିନ୍ତୁ ଦେଶକୁ ଏହା ଜଣା ନାହିଁ କି ଏମାନେ ହେଉଛନ୍ତି ସେହି ଖାକି ପୋଷାକ ଧାରୀ ମୋର ପୁଲିସର ଯବାନ । ଦେଶ…ତାଙ୍କର ସାହସକୁ, ତାଙ୍କର ସମର୍ପଣକୁ, ତାଙ୍କର ସେବାକୁ କେବେ ହେଲେ ମଧ୍ୟ ଭୁଲେ ନାହିଁ । ବହୁତ ଲୋକଙ୍କୁ ଏହି କଥା ଜଣା ମଧ୍ୟ ନ ଥିବ କି କୌଣସି ଅଟ୍ଟାଳିକା ଭୁଷୁଡ଼ି ଯିବା ଯୋଗୁଁ, ଡଙ୍ଗା ବୁଡ଼ି ଜନିତ ଦୁର୍ଘଟଣା ହେବା ଯୋଗୁଁ, ନିଆଁ ଲାଗିବା ଯୋଗୁଁ, ରେଳ ଭିତରେ ଦୁର୍ଘଟଣା ହେବା ଯୋଗୁଁ, ଉଦ୍ଧାର କାର୍ଯ୍ୟର ଦାୟିତ୍ୱ ସମ୍ଭାଳୁଥିବା ଲୋକ ହେଉଛନ୍ତି କେଉଁମାନେ ।
ଦେଶର ପ୍ରତ୍ୟେକ ରାଜ୍ୟରେ, ପ୍ରତ୍ୟେକ ପୁଲିସ ଷ୍ଟେସନରେ, ପ୍ରତ୍ୟେକ ପୁଲିସ ଥାନାରେ ନିଯୁକ୍ତ, ରାଷ୍ଟ୍ରର ପ୍ରତ୍ୟେକ ସମ୍ପଦର ସୁରକ୍ଷାରେ ନିୟୋଜିତ ସାଥୀମାନଙ୍କୁ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସାଥୀମାନଙ୍କୁ, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଆଜି ଏହି ମହତ୍ୱପୂର୍ଣ୍ଣ ଅବସରରେ ଶହୀଦ ଦିବସରେ ହୃଦୟର ଗଭୀରତମ ପ୍ରଦେଶରୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।
ସାଥୀଗଣ, ଏହି ସ୍ମାରକ ତ ହେଉଛି ସେବା ଏବଂ ଶୌର୍ଯ୍ୟର ଏହା ସହିତ ଏହା ସରକାରଙ୍କର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଇଥାଏ । ଯାହାର ଆଧାର ରାଷ୍ଟ୍ରର ପ୍ରତୀକ ସୁରକ୍ଷା ଏବଂ ରାଷ୍ଟ୍ର ନିର୍ମାଣ ସହିତ ଜଡ଼ିତ ପ୍ରତ୍ୟେକ ଭାରତୀୟଙ୍କର ହେଉଛି ସମ୍ମାନ । ଆଜି ମୋତେ ରାଷ୍ଟ୍ରୀୟ ପୁଲିସ ସ୍ମାରକୀକୁ ନେଇ ଗର୍ବ ଅନୁଭବ ହେଉଛି କିନ୍ତୁ କିଛି ପ୍ରଶ୍ନ ମଧ୍ୟ ରହିଛି ଯେମିତିକି ଏହି ସ୍ମାରକୀର ଅସ୍ତିତ୍ୱ ମାନିବା ପାଇଁ ସ୍ୱାଧୀନତାର 70 ବର୍ଷ ଲାଗିଗଲା । ଯେଉଁ ହଟ ସ୍ପ୍ରିଙ୍ଗ ଘଟଣା ପରେ ପୁଲିସ ଶହୀଦ ଦିବସ ପାଳନ କରାଯାଏ ତାହା ମଧ୍ୟ ତ ହେଉଛି 60 ବର୍ଷ ତଳର ଘଟଣା । ପୁଣି ଏତେ ବର୍ଷର ପ୍ରତୀକ୍ଷା କାହିଁକି ।
ସାଥୀଗଣ, ଦେଶର ପୁଲିସ ବଳକୁ ସମର୍ପିତ ଏଭଳି ସ୍ମରକୀର ବିଚାର 25-26 ବର୍ଷ ପୂର୍ବେ ଚିନ୍ତା କରାଯାଇଥିଲା । ସେତେବେଳେ ମଧ୍ୟ ସରକାର ଏହାର ମଞ୍ଜୁରି ଦେଇ ଦେଇଥିଲେ । କିନ୍ତୁ ଏହାକୁ ମାଟି ଉପରେ ସ୍ଥାପନ କରିବା ପାଇଁ ପ୍ରଥମ ପଦକ୍ଷେପ ଅଟଳ ବିହାରୀ ବାଜପେୟୀ ମହାଶୟଙ୍କର ସରକାର ଉଠାଇଥିଲେ ଏବଂ 2002ରେ ତତ୍କାଳୀନ ସ୍ଵରାଷ୍ଟ୍ରମନ୍ତ୍ରୀ ଆଦରଣୀୟ ଆଡୱାଣୀ ମହାଶୟ ଏହାର ଶିଳାନ୍ୟାସ ମଧ୍ୟ କରିଥିଲେ । ଆଜି ସ୍ୱୟଂ ଆଡ଼ୱାଣୀ ମହାଶୟ ଏଠାରେ ଉପସ୍ଥିତ ଅଛନ୍ତି ନିଜର ସେହି ସ୍ୱପ୍ନକୁ ସାକାର ହେଉଥିବାର ଦେଖିବା ପାଇଁ ସେ ଗୌରବାନ୍ୱିତ ଅନୁଭବ କରୁଛନ୍ତି । ସେ ଭଲ ଭାବେ ଜାଣିଛନ୍ତି କି ତାଙ୍କ ଦ୍ୱାରା ଶିଳାନ୍ୟାସ ହେବା ପରେ କେଉଁ ଭଳି ଭାବେ ଏହି ସ୍ମାରକୀର କାର୍ଯ୍ୟ ଆଗକୁ ବଢ଼ି ପାରିଲା ନାହିଁ ।
ମୁଁ ମାନୁଛି କି ଆଇନ କାନୁନ କାରଣରୁ କିଛି ବର୍ଷ ଧରି କାର୍ଯ୍ୟ ଅଟକି ରହିଲା କିନ୍ତୁ ଯଦି ପୂର୍ବ ସରକାରଙ୍କର ଇଚ୍ଛାଶକ୍ତି ରହି ଥାଆନ୍ତା, ସେ ଯଦି ହୃଦୟର ସହିତ ପ୍ରୟାସ କରିଥାଆନ୍ତେ ତ ଏହି ସ୍ମରକୀ କେତେ ବର୍ଷ ପୂର୍ବରୁ ନିର୍ମାଣ ହୋଇ ସାରି ଥାଆନ୍ତା । କିନ୍ତୁ ପୂର୍ବର ସରକାର ଆଡୱାଣୀ ମହାଶୟଙ୍କ ଦ୍ୱାରା ସ୍ଥାପିତ ପ୍ରସ୍ତର ଉପରେ ଧୂଳି ଜମିବାକୁ ଦେଲେ ।
2014ରେ ଯେତେବେଳେ ପୁଣି ଏନଡିଏ ସରକାର ଗଠନ ହେଲା ତ ଆମେ ବଜେଟ ଆବଂଟନ କଲୁ ଏବଂ ଆଜି ଏହି ଭବ୍ୟ ସ୍ମାରକ ଦେଶକୁ ସମର୍ପିତ କରାଯାଉଛି । ବୋଧହୁଏ ଭଲ କାମ କରିବା ପାଇଁ ଈଶ୍ୱର ମୋତେ ହିଁ ବାଛିଛନ୍ତି, ମୋତେ ହଁ ପସନ୍ଦ କରିଛନ୍ତି । ଏହା ହେଉଛି ଆମ ସରକାରଙ୍କର କାର୍ଯ୍ୟ କରିବାର ଶୈଳୀ, ଆଜି ସମୟ ମଧ୍ୟରେ ଲକ୍ଷ୍ୟଗୁଡ଼ିକୁ ପ୍ରାପ୍ତ କରିବା ପାଇଁ କାର୍ଯ୍ୟ ସଂସ୍କୃତି ବିକଶିତ କରାଯାଇଛି ।
ଆପଣମାନଙ୍କର ମନେ ଥିବ ଏଠାରେ ଦିଲ୍ଲୀରେ ଗତ ବର୍ଷ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରର ଲୋକାର୍ପଣ କରାଯାଇଛି । ଏହି କେନ୍ଦ୍ର ଉପରେ ଚର୍ଚ୍ଚା ମଧ୍ୟ 1992 ପାଖାପାଖି ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ଦଶକ ପର୍ଯ୍ୟନ୍ତ ଏହାର ମଧ୍ୟ ଫାଇଲ ଚାପି ହୋଇ ରହିଥିଲା । ଏହି ସରକାର ଆସିବା ପରେ ଫାଇଲ ଖୋଜା ଗଲା । କେନ୍ଦ୍ରର ଶିଳାନ୍ୟାସ ହେଲା ଏବଂ ଲୋକାର୍ପଣ ମଧ୍ୟ ହୋଇଗଲା । ଏଭଳି ମଧ୍ୟ ବାବା ସାହେବ ଆମ୍ବେଦକରଙ୍କ ବାସଗୃହ 26, ଅଲିପୁର ରୋଡ଼ରେ ଜାତୀୟ ସ୍ମରକୀ ନିର୍ମାଣ କରିବାର କାର୍ଯ୍ୟ ଅଟଳ ମହାଶୟଙ୍କ ସମୟରୁ ଆରମ୍ଭ ହୋଇଥିଲା । ତାଙ୍କ ସରକାର ଯିବା ପରେ ଏହି ପ୍ରକଳ୍ପକୁ ନେଇ କାମ ମଧ୍ୟ ଅଟକି ଗଲା । ଆମ ସରକାର ଆସିବା ପରେ ଶିଳାନ୍ୟାସ ହେଲା ଏବଂ ଚଳିତ ବର୍ଷ ଅପ୍ରେଲ ମାସରେ ଏହାର ମଧ୍ୟ ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଲା । ମୁଁ ଖୁସି ଯେ କି ଆଜି ଏହି ଭବ୍ୟ ସ୍ମାରକ ଦୁନିଆକୁ ପ୍ରେରଣା ଯୋଗାଉଛି ।
ସାଥୀଗଣ, କେବେ କେବେ ତ ବଡ଼ ଗମ୍ଭୀର ପ୍ରଶ୍ନ ମୋ ମନକୁ ଆନ୍ଦୋଳିତ କରୁଛି । ଯେ ଦେଶ ପାଇଁ ନିଜର ସର୍ବସ୍ୱ ସମର୍ପିତ କରିବାବାଲା, ବୀରତା ଏବଂ ବଳିଦାନ ଦେବାବାଲାଙ୍କ ପ୍ରତି ଆଗର ସରକାରଙ୍କର ଏତେ ଅବହେଳା କରିବାର କାରଣ କ’ଣ? ଏହା ତ ହେଉଛି ଆମର ପରମ୍ପରା, ଆମର ସଂସ୍କୃତିର ଅଂଶ ହୋଇ କେବେ ରହି ନାହିଁ । ଆମେ ତ ହେଉଛୁ ସେହି ଲୋକ ଯେଉଁମାନେ ଭୋକରେ ରହି ମଧ୍ୟ ରାଷ୍ଟ୍ରର ମାନ ସମ୍ମାନ ପାଇଁ ସବୁକିଛି ସମର୍ପଣ କରିଦେଲୁ ।
ମୁଁ ଗର୍ବ ଅନୁଭବ କରୁଛି କି ବିଗତ ଚାରି ବର୍ଷରେ ଆମେ ପୁଣି ସେହି ପରମ୍ପରାକୁ ସ୍ଥାପିତ କରିବାରେ ସଫଳ ହୋଉଛୁ । ଯେଉଁଠାରେ ସେହି ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନ ସୁନିଶ୍ଚିତ ହୋଇଛି, ଯେଉଁମାନେ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ଦେଇଛନ୍ତି ଆଉ ରାଷ୍ଟ୍ର ନିର୍ମାଣର ପ୍ରହରୀ ହୋଇଛନ୍ତି ।
ଆଜି ରାଷ୍ଟ୍ରୀୟ ପୁଲିସ ସ୍ମାରକର ଲୋକାର୍ପଣ ଏହି ପରମ୍ପରାକୁ ସେହି ପରମ୍ପରାର ଏକ ଶୃଙ୍ଖଳ ଭଳି ହୋଇଛି । ଆଜିଠାରୁ ଠିକ 10 ଦିନ 31 ଅକ୍ଟୋବରକୁ ମୋତେ ଗୁଜରାଟର କେୱଡ଼ିୟାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମହୋଦୟଙ୍କର ଏକ ଗଗନଚୁମ୍ବୀ ପ୍ରତିମାର ଉନ୍ମୋଚନ କରିବାର ସୌଭାଗ୍ୟ ମିଳିବ । ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ସର୍ଦ୍ଦାର ସାହେବଙ୍କର ଦେଶ ପ୍ରତି ଥିବା ଯୋଗଦାନର ଏହା ପ୍ରତିବିମ୍ବ ହେବ ।
ସାଥୀଗଣ, ମୋ ଚିନ୍ତାଧାରାରେ ଏହି ସ୍ମାରକ କେବଳ ବୁଲାବୁଲି କରିବାର ଏକ ସ୍ଥାନ ହୋଇ ନ ରହୁ, ବରଂ ଏଭଳି ଏକ ବ୍ୟବସ୍ଥା ଭାବେ ବିକଶିତ ହେଉ, ଯେଉଁଠାରୁ ନୂତନ ପିଢିକୁ, ଆମ ପରମ୍ପରା, ଦେଶର ଗୌରବର ଜ୍ଞାନ ମିଳୁ । ପୁଲିସଙ୍କ ପରାକ୍ରମ ବିଷୟରେ ତଥ୍ୟ ମିଳୁ । ମୋର ପ୍ରସ୍ତାବ ରହିବ କି ଦେଶ ପାଇଁ ତ୍ୟାଗ ଏବଂ ତପସ୍ୟା କରିଥିବା ପ୍ରତ୍ୟେକ ଶହୀଦଙ୍କ ପ୍ରତିମାଗୁଡ଼ିକ ସେହି ସ୍କୁଲରେ ମଧ୍ୟ ସ୍ଥାପିତ ହେଉ, ଯେଉଁଠାରେ ସେମାନେ ପାଠ ପଢ଼ିଥିଲେ । ସେହି ଗାଁରେ ମଧ୍ୟ ସ୍ଥାପିତ ହେଉ, ଯେଉଁଠାରେ ସେମାନେ ରହୁଥିଲେ । ଯେତେବେଳେ ଆମର ବିଦ୍ୟାର୍ଥୀମାନେ ଆମର ମହାବୀର ମାନଙ୍କର ପ୍ରତିମାଗୁଡ଼ିକୁ ଦେଖିବେ ତ ସେମାନଙ୍କୁ ଏକ ନୂତନ ପ୍ରେରଣା ପ୍ରାପ୍ତ ହେବ ।
ସାଥୀଗଣ, ଆମକୁ ତ ଏଭଳି ବାତାବରଣ ପ୍ରସ୍ତୁତ କରିବା ଦରକାର କି ଯେତେବେଳେ ମଧ୍ୟ ପୁଲିସ ଏବଂ ଅର୍ଦ୍ଧସାମରିକ ବଳର ସେନା ଅଥବା ଯବାନ କେଉଁ ରାସ୍ତା ଦେଇ ଯାଉଛନ୍ତି ତ ସ୍ୱାଭାବିକ ଭାବେ ସେମାନଙ୍କ ପ୍ରତି ସମ୍ମାନ ଭାବ ଜାଗ୍ରତ ହେଉ । ଏହି ପୁଲିସ ସ୍ମାରକୀ ଶହୀଦ ମାନଙ୍କର ପ୍ରତିମାଗୁଡ଼ିକ, ସେମାନଙ୍କର ଗାଥା ଆମକୁ ଏହି ଦିଗରେ ଆଗକୁ ନେଇ ଚାଲିଛି । ଆଜି ଏହି ଅବସରରେ ମୁଁ ଆପଣମାନଙ୍କ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ଏବଂ ଐତିହାସିକ ଘୋଷଣା କରିବାକୁ ଚାହୁଁଛି ।
ସାଥୀଗଣ, ଦେଶରେ ଦୁର୍ବିପାକର ସ୍ଥିତିରେ, କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ସ୍ଥିତିରେ ସର୍ବ ପ୍ରଥମେ ଆମ ପୁଲିସ ଏବଂ ଆମର ଅର୍ଦ୍ଧସାମରିକ ଯବାନ ହିଁ ପହଂଚି ଥାଆନ୍ତି । ଏମାନଙ୍କ ବିନା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ୍)ର କଳ୍ପନା ମଧ୍ୟ ହୋଇ ନ ପାରେ । ସଂକଟ ସମୟରେ ଏମାନେ ଅନ୍ୟର ଜୀବନ ବଂଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ସେହି ଜଟିଳ ପରିସ୍ଥିତିରେ ପ୍ରାୟତଃ ଏହି କଥା ପ୍ରତି ଧ୍ୟାନ ଯାଇ ନ ଥାଏ । ପରିସ୍ଥିତି ସାମାନ୍ୟ ହେବା ପରେ ନିଜ ନିଜ ସ୍ଥାନ, ନିଜ ନିଜ ବାଟାଲିୟନକୁ ସେମାନେ ଫେରି ଯାଇ ଥାଆନ୍ତି । ବିପର୍ଯ୍ୟୟ ପରିଚାଳନାରେ ଅନ୍ୟର ଜୀବନ ବଂଚାଇବାବାଲା ଏଭଳି ପରାକ୍ରମୀ, ସେବା ମନୋଭାବଧାରୀ ବୀରମାନଙ୍କ ପାଇଁ ଆଜି ମୁଁ ଏକ ସମ୍ମାନ ଘୋଷଣା କରୁଛି । ଏହି ସମ୍ମାନ ଭାରତ ମାତାର ବୀର ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହୋଦୟଙ୍କ ନାମରେ ପ୍ରତିବର୍ଷ 23 ଜାନୁୟାରୀ ତାଙ୍କ ଜନ୍ମ ତିଥିରେ ଘୋଷଣା କରାଯିବ । ଅସମ୍ଭବକୁ ସମ୍ଭବ କରି ଦେଲାବାଲା ଇଂରେଜମାନଙ୍କୁ ଭାରତ ଛାଡ଼ିବା ପାଇଁ ବାଧ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଆମର ସୁଭାଷ ବାବୁଙ୍କ ନାମ ଏହି ସମ୍ମାନର ଗୌରବକୁ ଆହୁରି ବହୁତ ବଢ଼ାଇବ । ଆମ ସମସ୍ତଙ୍କ ପାଇଁ ଏହା ମଧ୍ୟ ଗୌରବର କଥା କି ଆଜି ହିଁ ତାଙ୍କ ଦ୍ୱାରା ସ୍ଥାପିତ ଆଜାଦ ହିନ୍ଦ୍ ସରକାରର 75 ବର୍ଷ ପୂରଣ ହେଉଛି ।
ଭାଇ ଓ ଭଉଣୀମାନେ, ଶୌର୍ଯ୍ୟ, ପରାକ୍ରମ ଏବଂ ବଳିଦାନର ବୈଭବଶାଳୀ ପରମ୍ପରା, ସମୃଦ୍ଧ ଅତୀତ ସହିତ ହିଁ ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ୱାନ ଉପରେ ମଧ୍ୟ ଆପଣମାନଙ୍କ ଧ୍ୟାନ ଆକର୍ଷିତ କରିବାକୁ ଚାହୁଁଛି । ଆଜି ବୈଷୟିକ ଜ୍ଞାନ କୌଶଳ ଜୀବନକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛି । ଗୁଜବ ଏବଂ ସାଇବର ଅପରାଧ ଏକ ବଡ଼ ଆହ୍ୱାନ ଭାବେ ଜନ୍ମ ନେଉଛି । ଏଭଳି ପରିସ୍ଥିତିରେ ଅନ୍ୟାନ୍ୟ ସଂସ୍ଥା ସହିତ ଉନ୍ନତ ସମନ୍ୱୟ ବ୍ୟତୀତ ପୁଲିସ ନେଟୱାର୍କକୁ ଟେକ୍ନୋଲଜି ଏବଂ ନବସୃଜନର ସମାବେଶ ନିଜ କାର୍ଯ୍ୟରେ ଅଧିକ କରିବାକୁ ପଡ଼ୁଛି ।
ସାଥୀଗଣ, ଏହି ଦିଗରେ ସାରା ଦେଶରେ ଅନେକ ସାର୍ଥକ ପ୍ରୟାସ ମଧ୍ୟ ହେଉଛି । ଦେଶର ଅନେକ ରାଜ୍ୟରେ ସାମାଜିକ ଗଣମାଧ୍ୟମରେ ଅଥବା ଅନ ଲାଇନ ଏଫଆଇଆର ଭଳି ସୁବିଧା ପୁଲିସ ଦେଉଛି । ଟ୍ରାଫିକ ସମ୍ବନ୍ଧିତ ଅଭିଯୋଗ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ସଂଚାଳନ କରାଯାଉଛି । ଏହା ହେଉଛି ପ୍ରଶଂସନୀୟ ପଦକ୍ଷେପ । ଆମକୁ ଏହାକୁ ସେହି ସ୍ତର ପର୍ଯ୍ୟନ୍ତ ନେଇ ଯିବାର ଅଛି କି ସାଧାରଣ ଅଭିଯୋଗ ପାଇଁ ଛୋଟ ଛୋଟ ଯାଂଚ ପାଇଁ କାହାକୁ ଥାନା ପର୍ଯ୍ୟନ୍ତ ଆସିବାର ଆବଶ୍ୟକତା ନ ପଡ଼ୁ ।
ସାଥୀଗଣ, ଆଜି ଆପଣ ସମସ୍ତଙ୍କୁ ଏହା ମଧ୍ୟ ଜଣା ଅଛି କି ବିଗତ ବର୍ଷ ହିଁ ପୁଲିସ ସଂସ୍କାର ଦିଗରେ ସରକାର ବଡ଼ ପଦକ୍ଷେପ ନେଇ ଥିଲେ । ଏମପିଏଫ୍ ଅର୍ଥାତ ପୁଲିସ ବାହିନୀର ଆଧୁନିକୀକରଣ ଯୋଜନା ଅଧୀନରେ ପ୍ରାୟ 45 ହଜାର କୋଟି ଟଙ୍କା 2019-20 ପର୍ଯ୍ୟନ୍ତ ପୁଲିସ ଭିତ୍ତିଭୂମି ଟେକ୍ନୋଲଜି ଏବଂ ପ୍ରଶିକ୍ଷଣ ବାବଦରେ ଖର୍ଚ୍ଚ କରାଯାଉଛି । ଏହି ଯୋଜନା ଦ୍ୱାରା ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ପୁଲିସର ଗତିବିଧି ଦ୍ରୁତତର ହେଉଛି । ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଯୋଗାଯୋଗ ଟେକ୍ନୋଲଜି, ବ୍ୟବସ୍ଥାର ଆଧୁନିକୀକରଣ ଏଭଳି ଅନେକ କାର୍ଯ୍ୟ କରାଯାଉଛି । ଏହା ବ୍ୟତୀତ ପୁଲିସ ଥାନାକୁ ସମନ୍ୱିତ କରି ଅପରାଧ ଏବଂ ଅପରାଧୀ ରେକର୍ଡର ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିବାର ଯୋଜନା ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି । ଏହି ଡାଟାବେସକୁ ଆଇନ ବ୍ୟବସ୍ଥାର ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକ ଯେଭଳି ଫରେନସିକ ଲ୍ୟାବ ହେଉ, ଅଥବା ନ୍ୟାୟାଳୟ ହେଉ, ଏହା ସହିତ ଯୋଡ଼ିବାର ପ୍ରୟାସ ମଧ୍ୟ କରାଯାଉଛି ।
ସରକାରଙ୍କର ପ୍ରୟାସ ହେଉଛି କି ଆମର ଆଇନ ବ୍ୟବସ୍ଥା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତତର କରିବା ପାଇଁ ସ୍ମାର୍ଟ ଟେକ୍ନୋଲଜି ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ସହର ପର୍ଯ୍ୟନ୍ତ ପହଂଚୁ । କିନ୍ତୁ ଟେକ୍ନୋଲଜି ମାନବିକ ସମ୍ବେଦନା ଗୁଡ଼ିକୁ କେବେ ପୂରଣ କରି ପାରିବ ନାହିଁ । ଏହା ହେଉଛି କାରଣ କି ପୁଲିସ ବାହିନୀର ପ୍ରତ୍ୟେକ ସଦସ୍ୟଙ୍କର ଭୂମିକା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଆପଣ ସମାଜର ସବୁଠାରୁ ଦୁର୍ବଳ, ପିଡ଼ୀତ, ଅବହେଳିତ, ଶୋଷିତଙ୍କ ସର୍ବପ୍ରଥମ ସୁରକ୍ଷାକାରୀ । ହେଉଛନ୍ତି ପ୍ରଥମ ବନ୍ଧୁ, ଯାହାଙ୍କୁ କଷ୍ଟକର ପରିସ୍ଥିତିରେ ସର୍ବପ୍ରଥମେ ମନେ ପକାଯାଏ । ଯଦିଓ ଆପଣଙ୍କ ଭୂମିକା ଆଇନ ଶୃଙ୍ଖଳା ସ୍ଥାପନ କରିବାର ହୋଇଥାଏ, ସମ୍ବେଦନାର ସହିତ ଲୋକଙ୍କ ଦୁଃଖ ବୁଝିବା, ସେମାନଙ୍କର ଲୁହ ପୋଛିବା ପାଇଁ ମଧ୍ୟ ହୋଇଥାଏ । ଥାନାରେ ପହଂଚୁଥିବା ପ୍ରତ୍ୟେକ ଶୋଷିତ, ପିଡ଼ୀତଙ୍କୁ ଏକ ଗ୍ଲାସ ଥଣ୍ଡା ପାଣି ପିଆଇବା ଦ୍ୱାରା ଦୁଇ ପଦ ମିଠା କଥା କହିବା ଦ୍ୱାରା ପୁଲିସ ଏବଂ ସମାଜର ଏହି ବନ୍ଧନ ଆହୁରି ଅଧିକ ମଜବୁତ ହୋଇଯିବ । ଯେତେବେଳେ ଏହି ବନ୍ଧନ ମଜବୁତ ହେବ, ତ ସହଯୋଗ ଏବଂ ଜନ ଭାଗିଦାରୀ ବ୍ୟବସ୍ଥା ମଧ୍ୟ ଆହୁରି ସୁଦୃଢ଼ ହେବ । ଏହାଦ୍ୱାରା ଅପରାଧ ହ୍ରାସ କରିବାରେ ଆପଣ ସମସ୍ତଙ୍କୁ ସମାଜ ତରଫରୁ ବହୁତ ବଡ଼ ସହାୟତା ମିଳିବ । ଆଉ ଏହା ହେଉଛି ମୋର ଦୃଢ଼ ବିଶ୍ୱାସ । ଶେଷରେ ପୁଣିଥରେ ପୁଲିସ ଶହୀଦ ଦିବସରେ ଏହି ଆଧୁନିକ ରାଷ୍ଟ୍ରୀୟ ପୁଲିସ ସ୍ମାରକ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ମୁଁ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କୁ ଅନୁରୋଧ କରିବି କି ସେମାନେ ମଧ୍ୟ ଏକ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଏଠାକୁ ଆସନ୍ତୁ । ଏହି ପୁଲିସ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତୁ ଆଉ ନିଜ ରାଜ୍ୟର ଯେଉଁ ଲୋକଙ୍କର ତାଲିକା ଅଛି, ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରନ୍ତୁ । ନିଶ୍ଚିତ ଏଠାକୁ ଆସନ୍ତୁ, ଅଧିକାରୀ ମାନଙ୍କ ସହିତ ମିଶି ସେମାନେ ନିଜର ଯୋଜନା ପ୍ରସ୍ତୁତ କରନ୍ତୁ । ଆପଣମାନଙ୍କର ସେବା ଆଉ ସମର୍ପଣକୁ ପ୍ରଣାମ କରି ମୁଁ ଏହି ପୁଲିସ ପରିବାରଙ୍କୁ ଆଗାମୀ ପାର୍ବଣ ପାଇଁ ବହୁତ ବହୁତ ଶୁଭକାମନା ସହିତ ନିଜର କଥା ସମାପ୍ତ କରୁଛି ଆଉ ଆପଣ ସମସ୍ତଙ୍କୁ…. ବହୁତ ବହୁତ ଧନ୍ୟବାଦ ।
**********
Tributes to our brave police personnel. Dedicating to the nation the National Police Memorial. https://t.co/yp49snY5EN
— Narendra Modi (@narendramodi) October 21, 2018
Today, on #PoliceCommemorationDay, PM @narendramodi inaugurated the National Police Memorial in Delhi.
— PMO India (@PMOIndia) October 21, 2018
He paid tributes to the policemen and policewomen serving India.
He also paid homage to all those police personnel who lost their lives in the line of duty. pic.twitter.com/BKCz4CQIwu
During the programming marking #PoliceCommemorationDay and the inauguration of the National Police Memorial, PM @narendramodi also inaugurated a museum in the same complex as the memorial. pic.twitter.com/Avc8SwFdxk
— PMO India (@PMOIndia) October 21, 2018
Today, we not only dedicate the National Police Memorial to the nation but also salute our police personnel for their service.
— Narendra Modi (@narendramodi) October 21, 2018
I am sure this Memorial will stand as a reminder of the courage and sacrifice of policemen and policewomen, who keep the nation safe. pic.twitter.com/H6mQ2zydkM
Had the opportunity to interact with surviving members of the Hot Springs incident.
— Narendra Modi (@narendramodi) October 21, 2018
The bravery of those associated with the incident will never be forgotten. pic.twitter.com/lG8f1XGLQh
Whenever an unfortunate disaster strikes, it is our police personnel who are working round the clock, at the forefront of rescue and relief operations. Proud of them! pic.twitter.com/Oqirw4i5FW
— Narendra Modi (@narendramodi) October 21, 2018
Made a special announcement at the National Police Memorial. pic.twitter.com/ExJPBAmYET
— Narendra Modi (@narendramodi) October 21, 2018