Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ଯୁଦ୍ଧ ସ୍ମାରକକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି (ସୋମବାର) 25 ଫେବୃଆରୀରେ ଏକ ଆନୁଷ୍ଠାନିକ ଉତ୍ସବରେ ଜାତୀୟ ଯୁଦ୍ଧ ସ୍ମାରକକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ଅବସରରେ ସେ ପୂର୍ବତନ ସୈନିକମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ ।

ନୂଆଦିଲ୍ଲୀର ଇଣ୍ଡିଆ ଗେଟ ନିକଟରେ ଜାତୀୟ ଯୁଦ୍ଧ ସ୍ମାରକ, ସ୍ୱାଧୀନତା ପରେ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଆମ ଯବାନମାନଙ୍କ ପ୍ରତି ଏକ ଉତ୍କୃଷ୍ଟ ଶ୍ରଦ୍ଧାଞ୍ଜଳି ହେବ ।

ଶାନ୍ତିବାହିନୀ ମିଶନଗୁଡିକ ଏବଂ ଅରାଜକତା ବିରୋଧୀ ଅଭିଯାନରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କୁ ମଧ୍ୟ ଜାତୀୟ ଯୁଦ୍ଧ ସ୍ମାରକ ସ୍ମରଣ କରିଥାଏ ।

ଜାତୀୟ ଯୁଦ୍ଧ ସ୍ମାରକ ‘ଅମର ଚକ୍ର’, ‘ବୀରତା ଚକ୍ର’, ‘ତ୍ୟାଗ ଚକ୍ର’ ଏବଂ ‘ରକ୍ଷକ ଚକ୍ର’ ଭଳି ଚାରୋଟି ସମକେନ୍ଦ୍ରକୁ ନେଇ ନିର୍ମାଣ କରାଯାଇଛି ।

ଜାତୀୟ ଯୁଦ୍ଧ ସ୍ମାରକ ପରିସରରେ ଏକ କେନ୍ଦ୍ରୀୟ ଚତୁସ୍କୋଣ ସ୍ତମ୍ଭ, ଏକ ଇଟର୍ନାଲ ଫ୍ଲେମ, ଏବଂ ଭାରତୀୟ ସ୍ଥଳ ସେନା, ବାୟୁ ସେନା ଏବଂ ନୌସେନା ଲଢିଥିବା ପ୍ରସିଦ୍ଧ ଯୁଦ୍ଧକୁ ଦର୍ଶାଉଥିବା ଛଅଟି କାଂସ୍ୟ ଚିତ୍ର ସାମିଲ କରାଯାଇଛି ।

ପରମବୀର ଚକ୍ରର 21 ପୁରସ୍କାର ବିଜେତାମାନଙ୍କର ଅର୍ଦ୍ଧ ପ୍ରତିମୂର୍ତ୍ତି ପରମ ଯୋଦ୍ଧା ସ୍ଥଳରେ ଲଗାଯାଇଛି, ସେଥିରେ ତିନି ଜଣ ଜୀବିତ ପୁରସ୍କାର ବିଜେତା ସୁବେଦାର (ହନି କ୍ୟାପ୍ଟେନ) ବାନା ସିଂହ (ଅବସରପ୍ରାପ୍ତ), ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ଏବଂ ସୁବେଦାର ସଂଜୟ କୁମାରଙ୍କୁ ସାମିଲ କରାଯାଇଛି ।

ଜାତୀୟ ଯୁଦ୍ଧ ସ୍ମାରକ ସହିଦମାନଙ୍କୁ ଉତ୍କୃଷ୍ଟ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଏକ କୃତଜ୍ଞ ରାଷ୍ଟ୍ରର ସାମୂହିକ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିଥାଏ ।

**************