ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡିଜିଟାଲ ଇଣ୍ଡିଆ ପ୍ରୟାସର ୧୧ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଶାସନ, ସାର୍ବଜନୀନ ସେବା ପ୍ରଦାନ ଏବଂ ନାଗରିକଙ୍କ ଜୀବନ ଉପରେ ଏହାର ପରିବର୍ତ୍ତନକାରୀ ପ୍ରଭାବକୁ ରେଖାଙ୍କିତ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ଶାସନକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ କରିବା ସହ ସମଗ୍ର ଦେଶରେ ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିଛି । ସେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରୟାସ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଛି, ସରଳ ଡିଜିଟାଲ ପେମେଣ୍ଟ ଏବଂ ସ୍ୱଚ୍ଛ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫରରୁ ଆରମ୍ଭ କରି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ବିସ୍ତାର ପର୍ଯ୍ୟନ୍ତ, ପ୍ରଯୁକ୍ତିବିଦ୍ୟାକୁ ‘ସହଜ ଜୀବନଯାପନ’ ନିମନ୍ତେ ଏକ ଶକ୍ତିଶାଳୀ ମାଧ୍ୟମ କରିଛି ।
ପ୍ରଧାନମନ୍ତ୍ରୀ ଅବଲୋକନ କରିଛନ୍ତି ଯେ, ଏକ ବିଲିୟନରୁ ଅଧିକ ଭାରତୀୟ ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ଭାବରେ ଗ୍ରହଣ କରିବା ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି, ଯାହା ଫଳରେ ଡିଜିଟାଲ ଇଣ୍ଡିଆ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ମଜବୁତ ମୂଳଦୁଆରେ ପରିଣତ ହୋଇଛି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ଦେଶର ପ୍ରତ୍ୟେକ ସ୍ଥାନ ବିଶେଷକରି ଗ୍ରାମ ଏବଂ ଟାୟାର-୨ ତଥା ଟାୟାର-୩ ସହରରେ ନବାଚାର ପହଞ୍ଚାଇଛି । ସେ କହିଛନ୍ତି ଯେ, ସମଗ୍ର ଭାରତରୁ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ ନବସୃଜନକାରୀମାନେ ବିଶ୍ୱର କିଛି ପ୍ରମୁଖ ଆହ୍ୱାନର ମୁକାବିଲା ପାଇଁ ସମାଧାନ ବିକଶିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହି ପଦକ୍ଷେପ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ବାଣିଜ୍ୟ ଏବଂ ସାର୍ବଜନୀନ ସେବା ଯୋଗାଣ ଭଳି ପ୍ରମୁଖ କ୍ଷେତ୍ରଗୁଡିକୁ ସୁଦୃଢ଼ କରିଛି, ଯାହା ଶାସନକୁ ଅଧିକ ସୁଗମ, ସ୍ୱଚ୍ଛ ଏବଂ ଦକ୍ଷ କରିଛି ।
ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଭାରତର ବର୍ଦ୍ଧିତ ନେତୃତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ କମ୍ପ୍ୟୁଟିଂ ଭଳି କ୍ଷେତ୍ରରେ ଦେଶର ପ୍ରଗତି ଅଭିବୃଦ୍ଧି ତଥା ସୁଯୋଗ ପାଇଁ ନୂତନ ରାସ୍ତା ଖୋଲିବ । ସେ ଏପରି ଏକ ଭବିଷ୍ୟତ ନିର୍ମାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ମାନବତାର ସେବା କରିବ, ପ୍ରତ୍ୟେକ ନାଗରିକକୁ ସଶକ୍ତ କରିବା ସହ ସ୍ଥ୍ରାୟୀ ବିକାଶକୁ ପ୍ରୋତ୍ସାହନ ଯୋଗାଇବ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
ଆଜି, ଆମେ ‘ଡିଜିଟାଲ ଇଣ୍ଡିଆ’ ପଦକ୍ଷେପ ଆରମ୍ଭ ହେବାର ୧୧ ବର୍ଷ ପୂରଣ କରୁଛୁ । ଏହି ପଦକ୍ଷେପ ଶାସନକୁ ପୁନଃପରିଭାଷିତ କରିଛି, ନାଗରିକମାନଙ୍କୁ ସଶକ୍ତ କରିଛି ଏବଂ ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିଛି । ଏହା ଜୀବନର ପ୍ରତ୍ୟେକ ଦିଗକୁ ପ୍ରଭାବିତ କରିଛି । ସରଳ ଡିଜିଟାଲ ପେମେଣ୍ଟ ଏବଂ ସ୍ୱଚ୍ଛତା ସହିତ ହିତାଧିକାରୀମାନଙ୍କ ପାଖରେ ସିଧାସଳଖ ଲାଭ ପହଞ୍ଚିବାଠାରୁ ଆରମ୍ଭ କରି ସମ୍ପ୍ରସାରିତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପର୍ଯ୍ୟନ୍ତ, ପ୍ରଯୁକ୍ତିବିଦ୍ୟା ସହଜ ଜୀବନଯାପନକୁ ଆଗକୁ ବଢ଼ାଇବା ପାଇଁ ଏକ ଶକ୍ତିଶାଳୀ ଉପକରଣ ପାଲଟିଛି ।
ଡିଜିଟାଲ ଇଣ୍ଡିଆ ଭାରତର ସମସ୍ତ ଅଂଶ, ବିଶେଷକରି ଗ୍ରାମ, ଟାୟାର-୨ ଏବଂ ଟାୟାର-୩ ସହରଗୁଡିକରେ ନବାଚାର ପହଞ୍ଚାଇଛି । ଦେଶର ପ୍ରତ୍ୟେକ କୋଣରୁ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ ନବସୃଜନକାରୀମାନେ ଆମ ପୃଥିବୀ ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନର ସମାଧାନ କରୁଛନ୍ତି । ଏହି ପଦକ୍ଷେପ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ବାଣିଜ୍ୟ ଏବଂ ସାର୍ବଜନୀନ ସେବା ଯୋଗାଣକୁ ସୁଦୃଢ଼ କରିଛି, ଯାହା ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ସୁଗମ କରିଛି ।
ଡିଜିଟାଲ ଦୁନିଆରେ ଆମର ଅଗ୍ରଗତି ଏହା ସୁନିଶ୍ଚିତ କରିଛି ଯେ, ଭାରତ ଏଆଇ, ସେମିକଣ୍ଡକ୍ଟର, କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପ୍ରଗତି କରୁଛି । ଏହା ମଧ୍ୟ ଅଭିବୃଦ୍ଧି ଏବଂ ସୁଯୋଗ ପାଇଁ ନୂତନ ରାସ୍ତା ଖୋଲିବ । ଆମର ଧ୍ୟାନ ଏପରି ଏକ ଭବିଷ୍ୟତ ନିର୍ମାଣ କରିବା ଉପରେ ରହିବ ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ମାନବତାର ସେବା କରିବ, ପ୍ରତ୍ୟେକ ନାଗରିକକୁ ସଶକ୍ତ କରିବ ଏବଂ ସ୍ଥାୟୀ ବିକାଶକୁ ଆଗେଇ ନେବ ।
ଯେତେବେଳେ ଏକ ବିଲିୟନରୁ ଅଧିକ ଲୋକ ପ୍ରଯୁକ୍ତିବିଦ୍ୟାକୁ ଆପଣେଇ ନିଅନ୍ତି, ସେତେବେଳେ ଏହାର ପ୍ରଭାବ ପରିବର୍ତ୍ତନକାରୀ ହୋଇଥାଏ!
#11YearsOfDigitalIndia
ଡିଜିଟାଲ ଇଣ୍ଡିଆ ବିକଶିତ ଏବଂ ଆତ୍ମନିର୍ଭର ଭାରତର ମଜବୁତ ମୂଳଦୁଆ ଅଟେ । ଗତ ୧୧ ବର୍ଷ ମଧ୍ୟରେ ଏହା ଗରିବ ଏବଂ ଦଳିତମାନଙ୍କର ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଦେଶବାସୀଙ୍କ ଜୀବନକୁ ସୁଗମ କରିଛି । ଅପ୍ଟିକାଲ ଫାଇବର ନେଟୱାର୍କ ସମ୍ପ୍ରସାରଣରୁ ଆରମ୍ଭ କରି ଡିଜିଟାଲ ଟ୍ରାଞ୍ଜାକ୍ସନ୍ ପର୍ଯ୍ୟନ୍ତ ଏହି ଅଭିଯାନର ଅଭୂତପୂର୍ବ ସଫଳତା ଯୋଗୁଁ ସମଗ୍ର ବିଶ୍ୱର ଧ୍ୟାନ ଭାରତ ଉପରେ କେନ୍ଦ୍ରିତ ହୋଇଛି ।
#11YearsOfDigitalIndia
SR
Today, we mark 11 years since the Digital India initiative was launched. This initiative has redefined governance, empowered citizens and accelerated all-round development. It has touched every aspect of life. From seamless digital payments and direct benefit transfers reaching…
— Narendra Modi (@narendramodi) July 1, 2026
When over a billion people embrace technology, the impact is transformative! #11YearsOfDigitalIndia pic.twitter.com/WBnkcFXoYa
— Narendra Modi (@narendramodi) July 1, 2026
डिजिटल इंडिया विकसित और आत्मनिर्भर भारत की सशक्त नींव है। बीते 11 वर्षों में इसने गरीबों और वंचितों के सशक्तिकरण में महत्वपूर्ण भूमिका निभाने के साथ ही देशवासियों के जीवन को आसान बनाया है। ऑप्टिकल फाइबर नेटवर्क के विस्तार से लेकर डिजिटल ट्रांजैक्शन तक इस अभियान की अभूतपूर्व सफलता… pic.twitter.com/ThDpcUMNub
— Narendra Modi (@narendramodi) July 1, 2026