ପିଏମଇଣ୍ଡିଆ
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମାନନୀୟ କମଳା ପର୍ସାଦ-ବିସେସାରଙ୍କ ନିମନ୍ତ୍ରଣରେ ୩ ଓ ୪ ଜୁଲାଇ ୨୦୨୫ରେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟକୁ ସରକାରୀ ଗସ୍ତ କରିଥିଲେ।
ଏହି ଐତିହାସିକ ଗସ୍ତ – ୨୬ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହା ଦୁଇ ଦେଶ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅବସର, କାରଣ ଏହି ସମୟରେ ତ୍ରିନିଦାଦ ଏବଂ ଟୋବାଗୋକୁ ଭାରତୀୟ ପ୍ରବାସୀମାନଙ୍କ ଆଗମନର ୧୮୦ ବର୍ଷପୂର୍ତ୍ତି ପାଳନ କରୁଛି। ୧୮୪୫ ମସିହାରେ ପ୍ରଥମ ପ୍ରବାସୀ ଭାରତୀୟ ଏହି ଦେଶକୁ ଆସିଥିଲେ। ସେ ସମୟରୁ ଗଢ଼ୁ ଉଠିଥିବା ଗଭୀର ସଭ୍ୟତା ସମ୍ପର୍କ, ପ୍ରାଣବନ୍ତ ଲୋକ-ଲୋକ ସମ୍ପର୍କ ଆଜି ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତାର ମୂଳଦୁଆକୁ ଆହୁରି ମଜଭୁତ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତ୍ରିନିଦାଦ-ଟବାଗୋର ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାରଙ୍କୁ ତାଙ୍କ ସାମ୍ପ୍ରତିକ ନିର୍ବାଚନୀ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ଚମତ୍କାର ଅବଦାନକୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତ ଏବଂ ବିଶ୍ୱ ସ୍ତରରେ ଅସାଧାରଣ ନେତୃତ୍ୱକୁ ସ୍ୱୀକୃତି ଦେଇ, ତାଙ୍କୁ ସେ ଦେଶର ସର୍ବୋଚ୍ଚ ଜାତୀୟ ସମ୍ମାନ – ‘ଅର୍ଡର ଅଫ୍ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟ’ ପ୍ରଦାନ କରାଯାଇଥିଲା।
ଦୁଇ ପ୍ରଧାନମନ୍ତ୍ରୀ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ନେତା ସମ୍ପର୍କର ଗଭୀରତା ଏବଂ ବିସ୍ତାର ଉପରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ସ୍ୱାସ୍ଥ୍ୟ, ଆଇସିଟି, ସଂସ୍କୃତି, କ୍ରୀଡ଼ା, ବାଣିଜ୍ୟ, ଅର୍ଥନୈତିକ ବିକାଶ, କୃଷି, ନ୍ୟାୟ, ଆଇନଗତ ବ୍ୟାପାର, ଶିକ୍ଷା ଏବଂ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ଏକ ବ୍ୟାପକ-ଆଧାରିତ, ଅନ୍ତର୍ଭୁକ୍ତିମୂଳକ ଏବଂ ଭବିଷ୍ୟତ-ସମ୍ମୁଖୀ ସହଭାଗୀତା ନିର୍ମାଣ ପାଇଁ ସେମାନଙ୍କର ସଂକଳ୍ପକୁ ପୁନଃସ୍ଥାପିତ କରିଥିଲେ।
ଶାନ୍ତି ଏବଂ ସୁରକ୍ଷା ପ୍ରତି ଆତଙ୍କବାଦ ଦ୍ୱାରା ସୃଷ୍ଟି ହୋଇଥିବା ସାଧାରଣ ବିପଦକୁ ଦୁଇ ନେତା ସ୍ୱୀକାର କରିଥିଲେ। ସେମାନେ ଆତଙ୍କବାଦର ଦୃଢ଼ ନିନ୍ଦା ଏବଂ ଦୃଢ଼ ବିରୋଧକୁ ଦୋହରାଇଥିଲେ। ସୀମାପାର ଆତଙ୍କବାଦ ସମେତ ଆତଙ୍କବାଦ ସପକ୍ଷରେ କୌଣସି ଯଥାର୍ଥତା ହୋଇପାରିବ ନାହିଁ ବୋଲି ଦୁହେଁ ସହମତ ହୋଇ ଘୋଷଣା କରିଥିଲେ।
ସେମାନେ ଔଷଧ, ବିକାଶ ସହଯୋଗ, ଶିକ୍ଷା, ସାଂସ୍କୃତିକ ବିନିମୟ, କୂଟନୈତିକ ତାଲିମ ଏବଂ କ୍ରୀଡ଼ା ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ଏବଂ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ଉଭୟ ନେତା ନଭେମ୍ବର ୨୦୨୪ରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀକୁ ମନେ ପକାଇ ଏଥିରେ ଘୋଷିତ ପଦକ୍ଷେପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।
ଡିଜିଟାଲ୍ କ୍ଷେତ୍ରରେ ସହଯୋଗ ବିସ୍ତାର କରିବାକୁ ଦୁଇ ଦେଶ ଦୃଢ଼ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରମୁଖ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ) ଗ୍ରହଣ କରିବାରେ ପ୍ରଥମ କାରବିୟାନ୍ ଦେଶ ହୋଇଥିବାରୁ ତ୍ରିନିଦାଦ୍ ଏବଂ ଟୋବାଗୋକୁ ଅଭିନନ୍ଦନ ଜଣାଇଥିଲେ। ସେମାନେ ଡିଜିଲକର୍, ଇ-ସାଇନ୍ ଏବଂ ସରକାରୀ ଇ-ମାର୍କେଟ୍ ପ୍ଲେସ୍ (ଜେମ୍) ସମେତ ଇଣ୍ଡିଆ ଷ୍ଟାକ୍ ସଲ୍ୟୁସନର କାର୍ଯ୍ୟାନ୍ୱୟନରେ ଅଧିକ ସହଯୋଗ ବିଷୟ ସୃଷ୍ଟି କରିବାକୁ ସହମତ ହୋଇଥିଲେ। ତ୍ରିନିଦାଦ୍ ଏବଂ ଟୋବାଗୋ ଜମି ପଞ୍ଜୀକରଣ ପାଇଁ ବ୍ୟବସ୍ଥାର ଡିଜିଟାଇଜେସନ୍ ଏବଂ ଉନ୍ନତିକରଣରେ ଭାରତଠାରୁ ସମର୍ଥନ ଅନୁରୋଧ କରିଥିଲେ। ଦୁଇ ନେତା ଏହା ମଧ୍ୟ ରେଖାଙ୍କିତ କରିଥିଲେ ଯେ ଅନ୍ତର୍ଭୁକ୍ତ ବିକାଶ, ନବସୃଜନ ଏବଂ ଜାତୀୟ ପ୍ରତିଯୋଗିତାକୁ ଡିଜିଟାଲ୍ ଶାସନ ଏବଂ ସାର୍ବଜନୀନ ସେବା ପ୍ରଦାନ ସକ୍ଷମ କରିପାରିବ।
ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷାକୁ ଡିଜିଟାଇଜ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ପର୍ସାଦ-ବିସେସାରଙ୍କ ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲା। ତ୍ରିନିଦାଦ୍ ଏବଂ ଟୋବାଗୋର ପ୍ରମୁଖ ଶିକ୍ଷାଗତ କାର୍ଯ୍ୟକ୍ରମକୁ ସମର୍ଥନ କରିବା ପାଇଁ ୨ ହଜାର ଲାପଟପ୍ ଉପହାର ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତ୍ରିନିଦାଦ ଏବଂ ଟୋବାଗୋର ଛାତ୍ରଛାତ୍ରୀମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧୀନରେ ଭାରତରେ ଉଚ୍ଚଶିକ୍ଷା ସୁଯୋଗ ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥିଲେ।
ଦୁଇ ପ୍ରଧାନମନ୍ତ୍ରୀ କୃଷି ଏବଂ ଖାଦ୍ୟ ସୁରକ୍ଷାକୁ ଅନ୍ୟ ଏକ ପ୍ରାଥମିକତା କ୍ଷେତ୍ର ଭାବରେ ଚିହ୍ନଟ କରିଥିଲେ। ତ୍ରିନିଦାଦ ଏବଂ ଟୋବାଗୋର ଜାତୀୟ କୃଷି ବିପଣନ ଏବଂ ବିକାଶ ନିଗମ (NAMDEVCO)କୁ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ପାଇଁ ଭାରତ ଦ୍ୱାରା ୧ ନିୟୁତ ଆମେରିକୀୟ ଡଲାର ମୂଲ୍ୟର କୃଷି-ଯନ୍ତ୍ରପାତି ଉପହାରକୁ ପ୍ରଶଂସା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମାବେଶରେ ପ୍ରତୀକାତ୍ମକ ଭାବେ କୃଷି ଯନ୍ତ୍ରପାତିର ପ୍ରଥମ ବ୍ୟାଚ୍ ହସ୍ତାନ୍ତର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରାକୃତିକ କୃଷି, ସାମୁଦ୍ରିକ ଶୈବାଳ-ଆଧାରିତ ସାର ଏବଂ ବାଜରା ଚାଷ କ୍ଷେତ୍ରରେ ଭାରତର ସହାୟତା ମଧ୍ୟ ପ୍ରଦାନ କରିଥିଲେ।
ସ୍ୱାସ୍ଥ୍ୟସେବା ବିଷୟରେ ଭାରତୀୟ ଫାର୍ମାକୋପିଆକୁ ସ୍ୱୀକୃତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିନିଦାଦ ଏବଂ ଟୋବାଗୋ ସରକାରଙ୍କୁ ପାଇଁ ପ୍ରଶଂସା କରିଥିଲେ। ଏହା ଫାର୍ମା କ୍ଷେତ୍ରରେ ଘନିଷ୍ଠ ସହଯୋଗ ତଥା ତ୍ରିନିଦାଦ ଏବଂ ଟୋବାଗୋର ଲୋକଙ୍କ ପାଇଁ ଭାରତରୁ ଗୁଣାତ୍ମକ ଏବଂ ସୁଲଭ ଜେନେରିକ୍ ଔଷଧ ପ୍ରାପ୍ତି ଓ ଭାରତରେ ଚିକିତ୍ସା ପାଇଁ ସୁଯୋଗ ପ୍ରଦାନ କରିବ। ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ଆଗାମୀ ମାସଗୁଡ଼ିକରେ ତ୍ରିନିଦାଦ ଏବଂ ଟୋବାଗୋରେ ୮୦୦ ଜଣଙ୍କ ପାଇଁ ଏକ କୃତ୍ରିମ ଅଙ୍ଗ ଫିଟମେଣ୍ଟ ଶିବିର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାସ୍ଥ୍ୟସେବା ସହାୟତା ପାଇଁ ଧନ୍ୟବାଦ ଜଣାଇଥିଲେ ଯାହା ଔଷଧ, ଚିକିତ୍ସା ଉପକରଣ ସହ ଚିକିତ୍ସାକ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତ ଗୁଣବତ୍ତାସହାୟତା ପାଇଁ ଭାରତ ସରକାରଙ୍କ ପକ୍ଷରୁ କୋଡ଼ିଏଟି ହେମୋଡାୟଲିସିସ୍ ୟୁନିଟ୍ ଏବଂ ଦୁଇଟି ସମୁଦ୍ର ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାର ତ୍ରିନିଦାଦ ଏବଂ ଟୋବାଗୋ ପକ୍ଷରୁ କୃତଜ୍ଞତା ପ୍ରକାଶ କରିଥିଲେ।
ତତ୍କ୍ଷଣାତ୍ ପ୍ରଭାବ ପକାଇବା ଲାଗି ଉଦ୍ଦିଷ୍ଟ ବିଷୟ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ଭାରତ ସହ ଏମଓୟୁ ସ୍ୱାକ୍ଷରର ଗୁରୁତ୍ୱକୁ ତ୍ରିନିଦାଦ ଏବଂ ଟୋବାଗୋ ଉଲ୍ଲେଖ କରିଛି। ଏହା ଭାରତ ସହାୟତାରେ ତ୍ରିନିଦାଦ ଏବଂ ଟୋବାଗୋରେ ଗୋଷ୍ଠୀଭିତ୍ତିକ ପ୍ରକଳ୍ପଗୁଡ଼ିକର ସମୟୋଚିତ ଏବଂ ପ୍ରଭାବଶାଳୀ ନିର୍ମାଣକୁ ସକ୍ଷମ କରାଇବ ବୋଲି ତ୍ରିନିଦାଦ ଓ ଟବାଗୋ କହିଛି।
ପ୍ରଧାନମନ୍ତ୍ରୀ ପର୍ସାଦ-ବିସେସାର କୋଭିଡ୍-୧୯ ମହାମାରୀ ସମୟରେ ମୂଲ୍ୟବାନ ମାନବ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ଭାରତର ପ୍ରମୁଖ ଭୂମିକାକୁ ପ୍ରଶଂସା କରିଛନ୍ତି। ସେ ତ୍ରିନିଦାଦ ଏବଂ ଟୋବାଗୋକୁ ଭାରତର ଦ୍ରୁତ ସହାୟତା ଏବଂ କୋଭିଡ୍ ଟିକା ଏବଂ ଚିକିତ୍ସା ଉପକରଣର ମୂଲ୍ୟବାନ ଯୋଗାଣକୁ ପ୍ରଶଂସା କରିଛନ୍ତି। ସେ ବିଶେଷ କରି ୧ ନିୟୁତ ଆମେରିକୀୟ ଡଲାର ସହଯୋଗରେ ଆରମ୍ଭ କରାଯାଇଥିବା ‘ କୋଭିଡ୍ ୧୯ରେ ହଲ୍ଟ (ହାଇ ଆଣ୍ଡ ଲୋ ଟେକ୍ନୋଲୋଜି)’ ପ୍ରକଳ୍ପକୁ ପ୍ରଶସା କରିଛନ୍ତି। ଏଥିରେ ମୋବାଇଲ୍ ସ୍ୱାସ୍ଥ୍ୟସେବା ରୋବୋଟ୍, ଟେଲିମେଡିସିନ୍ କିଟ୍ ଏବଂ ହାତ ପରିଷ୍କାର ଷ୍ଟେସନ ଯୋଗାଣ ସାମିଲ ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ତ୍ରିନିଦାଦ ଏବଂ ଟୋବାଗୋର ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି (ସିଡିଆରଆଇ) ଏବଂ ଗ୍ଲୋବାଲ୍ ବାୟୋଫୁଏଲ୍ ଆଲାଏନ୍ସରେ ଯୋଗଦେବାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି, ଯାହା ଜଳବାୟୁ କାର୍ଯ୍ୟ, ସ୍ଥିରତା ନିର୍ମାଣ ଏବଂ ସ୍ଥାୟୀ ବିକାଶ ପ୍ରତି ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଭାରତ ଦ୍ୱାରା ବିକଶିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥାରେ ଆହୁରି ସହଯୋଗ ଅନୁସନ୍ଧାନ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ତ୍ରିନିଦାଦ ଏବଂ ଟୋବାଗୋ ସରକାର ନିଜ ବୈଦେଶିକ ଏବଂ କାରିକମ୍ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟାଳୟର ଛାତ ଉପରେ ଫଟୋଭୋକ୍ଟାଇକ୍ (PV) ବ୍ୟବସ୍ଥା ସ୍ଥାପନ ପାଇଁ ଭାରତର ଅନୁଦାନ ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ପର୍ସାଦ-ବିସେସାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ‘ମିଶନ ଲାଇଫ‘ ପଦକ୍ଷେପକୁ ପ୍ରଶଂସା କରିଛନ୍ତି, ଯାହା ସଚେତନ ଖର୍ଚ୍ଚ ଏବଂ ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ। ସେ ବିଶ୍ୱ ନାଗରିକମାନଙ୍କୁ ଜଳବାୟୁ-ସଚେତନ ଆଚରଣ ପ୍ରତି ସଂକଳ୍ପିତ କରିବାରେ ଏହାର ପ୍ରାସଙ୍ଗିକତାକୁ ସ୍ୱୀକାର କରିଛନ୍ତି।
ତ୍ରିନିଦାଦ ଏବଂ ଟୋବାଗୋ ସହିତ ଭାରତର ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଦକ୍ଷତା ବିକାଶକୁ ସ୍ୱୀକୃତି ଦିଆଯାଇଛି। ତ୍ରିନିଦାଦ ଏବଂ ଟୋବାଗୋ ତାହାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ଭାରତ ଦ୍ୱାରା ପ୍ରତିବର୍ଷ ୮୫ଟି ଆଇଟିଇସି ସ୍ଲଟ୍ ପ୍ରଦାନକୁ ପ୍ରଶଂସା କରିଥିଲେ। ଭାରତୀୟ ପକ୍ଷ ସେମାନଙ୍କର ଅଧିକାରୀମାନଙ୍କୁ ବଡ଼ ଧରଣର ତାଲିମ ପାଇଁ ତ୍ରିନିଦାଦ ଏବଂ ଟୋବାଗୋକୁ ବିଶେଷଜ୍ଞ ଏବଂ ପ୍ରଶିକ୍ଷକ ପଠାଇବାକୁ ଇଚ୍ଛୁକତା ପ୍ରକାଶ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଫୋରେନସିକ୍ ବିଜ୍ଞାନ ଏବଂ ନ୍ୟାୟିକ ବ୍ୟବସ୍ଥା କ୍ଷେତ୍ରରେ ତ୍ରିନିଦାଦ ଏବଂ ଟୋବାଗୋର ଅଧିକାରୀ ଏବଂ କର୍ମଚାରୀଙ୍କ ଦକ୍ଷତା ନିର୍ମାଣ କ୍ଷେତ୍ରରେ ସହଯୋଗ କରିବାକୁ ଇଚ୍ଛୁକତା ପ୍ରକାଶ କରିଥିଲେ, ଯେଉଁଥିରେ ସେମାନଙ୍କୁ ତାଲିମ ପାଇଁ ଭାରତ ପଠାଇବା ସହିତ ଭାରତରୁ ତ୍ରିନିଦାଦ ଏବଂ ଟୋବାଗୋକୁ ପ୍ରଶିକ୍ଷକ ଏବଂ ବିଶେଷଜ୍ଞ ପଠାଇବା ପ୍ରଭୃତି ଅନ୍ତର୍ଭୁକ୍ତ ରହିଛି।
ଉଭୟ ନେତା ଦୁଇ ଦେଶର ବ୍ୟବସାୟିକ ସହାୟତା ସଂଗଠନ ମାଧ୍ୟମରେ ଅଧିକ ଦ୍ୱିପାକ୍ଷିକ ପ୍ରତ୍ୟକ୍ଷ ବାଣିଜ୍ୟ ଏବଂ ନିବେଶ ଆଦାନପ୍ରଦାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଦୁଇ ଦେଶ ମଧ୍ୟରେ ଦୃଢ଼ କ୍ରୀଡା ସମ୍ପର୍କ, ବିଶେଷକରି କ୍ରିକେଟ୍ ପ୍ରତି ସମାନ ଆଗ୍ରହକୁ ଏହି ଅବସରରେ ଉଲ୍ଲେଖ କରାଯାଇଥିଲା। ତାଲିମ, ପ୍ରତିଭା ବିନିମୟ, ଭିତ୍ତିଭୂମି ବିକାଶ ଏବଂ ମିଳିତ କ୍ଷମତା ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ କ୍ରୀଡ଼ା ସହଯୋଗ ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ଉଭୟ ନେତା ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ତ୍ରିନିଦାଦ ଏବଂ ଟୋବାଗୋର ଆକାଂକ୍ଷୀ ଯୁବ ମହିଳା କ୍ରିକେଟରମାନଙ୍କୁ ତାଲିମ ଦେବା ପାଇଁ ତାଙ୍କର ପ୍ରସ୍ତାବକୁ ମଧ୍ୟ ଦୋହରାଇଥିଲେ।
ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ତ୍ରିନିଦାଦ ଏବଂ ଟୋବାଗୋର ପଣ୍ଡିତମାନଙ୍କ ଏକ ଦଳ ପାଇଁ ତାଲିମ ଘୋଷଣା କରିଥିଲେ। ଏହି ପଣ୍ଡିତମାନେ ଭାରତରେ ‘ଗୀତା ମହୋତ୍ସବ‘ରେ ମଧ୍ୟ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାର ଏଥିପାଇଁ ତାଙ୍କର ପ୍ରଶଂସା କରିଥିଲେ ଏବଂ ଭାରତରେ ଉତ୍ସବ ସହିତ ତ୍ରିନିଦାଦ ଏବଂ ଟୋବାଗୋରେ ମିଳିତ ଭାବରେ ଗୀତା ମହୋତ୍ସବ ପାଳନ କରିବା ପାଇଁ ଭାରତୀୟ ପ୍ରସ୍ତାବକୁ ଉତ୍ସାହର ସହିତ ସମର୍ଥନ କରିଥିଲେ।
ସାଂସ୍କୃତିକ ସହଯୋଗ ସମ୍ପର୍କରେ, ଉଭୟ ନେତା ଦ୍ୱିପାକ୍ଷିକ ‘ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମ‘ର ପ୍ରଗତିଶୀଳ ଭୂମିକା ଉଲ୍ଲେଖ କରିଥିଲେ ଯାହା ମାଧ୍ୟମରେ ୧୯୯୭ ମସିହାରେ ମହାତ୍ମା ଗାନ୍ଧୀ ସାଂସ୍କୃତିକ ସହଯୋଗ ପ୍ରତିଷ୍ଠାନ ପ୍ରତିଷ୍ଠିତ ହୋଇଥିଲା ବୋଲି ଏହି ଅବସରରେ ଉଲ୍ଲେଖ କରାଯାଇଥିଲା। ୨୦୨୫-୨୮ ଅବଧି ପାଇଁ ଏହି କାର୍ଯ୍ୟକ୍ରମକୁ ନବୀକରଣ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ନବୀକରଣ ହୋଇଥିବା ବୁଝାମଣାପତ୍ର ଅଧୀନରେ, ତ୍ରିନିଦାଦ ଏବଂ ଟୋବାଗୋ ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବୃଦ୍ଧି କରିବା ପାଇଁ ଭାରତକୁ ପର୍କ୍ୟୁସନ (ଷ୍ଟିଲ୍ ପ୍ୟାନ୍) ଏବଂ ଅନ୍ୟ ସାଂସ୍କୃତିକ କଳାକାରମାନଙ୍କୁ ପଠାଇବ। ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶରେ ଯୋଗ ଏବଂ ହିନ୍ଦୀ ଭାଷାର ପ୍ରୋତ୍ସାହନ ପାଇଁ ତ୍ରିନିଦାଦ ଏବଂ ଟୋବାଗୋ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଭାରତରୁ ଯୋଗ ପ୍ରଶିକ୍ଷକ ପଠାଇବା ଏବଂ ତ୍ରିନିଦାଦ ଏବଂ ଟୋବାଗୋର ଜାତୀୟ ବିଦ୍ୟାଳୟ ପାଠ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବାକୁ ସମର୍ଥନ କରିବାକୁ ପ୍ରସ୍ତାବ ଦେଇଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ୩୦ ମଇ ୨୦୨୫ ପ୍ରଥମ ଭାରତୀୟ ପ୍ରବାସୀ ୧୮୪୫ ମସିହାରେ ତ୍ରିନିଦାଦ ଏବଂ ଟୋବାଗୋକୁ ଆଗମନର ୧୮୦ତମ ବାର୍ଷିକୀ ଥିଲା। ସେମାନେ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଏକ ସ୍ଥାନ ଭାବରେ ନେଲସନ୍ ଦ୍ୱୀପର ଗୁରୁତ୍ୱ ଏବଂ ଜାତୀୟ ଅଭିଲେଖାଗାରରେ ଭାରତୀୟ ଆଗମନ ଏବଂ ଅନ୍ୟାନ୍ୟ ରେକର୍ଡର ଡିଜିଟାଇଜେସନ୍ ପାଇଁ ଆବଶ୍ୟକତାକୁ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତ୍ରିନିଦାଦ ଏବଂ ଟୋବାଗୋର ଭାରତୀୟ ପ୍ରବାସୀମାନଙ୍କର ଷଷ୍ଠ ପିଢ଼ି ପର୍ଯ୍ୟନ୍ତ ଭାରତୀୟ ବିଦେଶୀ ନାଗରିକତା (OCI) କାର୍ଡ ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଘୋଷଣା ମଧ୍ୟ କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ୱେଷ୍ଟଇଣ୍ଡିଜ୍ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଏବଂ ଭାରତୀୟ ଅଧ୍ୟୟନରେ ଏକାଡେମିକ୍ ଚେୟାରଗୁଡ଼ିକର ପୁନରୁଦ୍ଧାରକୁ ସ୍ୱାଗତ କରିଥିଲେ, ଯାହା ଭାରତ ଓ ତ୍ରିନିଦାଦ ଏବଂ ଟୋବାଗୋ ମଧ୍ୟରେ ଶୈକ୍ଷିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ଗଭୀର କରିବାରେ ସାହାଯ୍ୟ କରିବ ଏବଂ ଆୟୁର୍ବେଦର ପ୍ରାଚୀନ ଜ୍ଞାନ ଏବଂ ଐତିହ୍ୟର ପ୍ରସାରକୁ ପ୍ରୋତ୍ସାହିତ କରିବ।
ଉଭୟ ନେତା ଭାରତ-ତ୍ରିନିଦାଦ ଏବଂ ଟୋବାଗୋ ସଂସଦୀୟ ବନ୍ଧୁତା ଗୋଷ୍ଠୀକୁ ପୁନରୁଦ୍ଧାର; ଭାରତରେ ତ୍ରିନିଦାଦ ଏବଂ ଟୋବାଗୋ ସଂସଦୀୟ ସଦସ୍ୟଙ୍କ ତାଲିମ; ଏବଂ ନିୟମିତ ଭାବରେ ଆଦାନପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।
ଉଭୟ ପକ୍ଷ ଆଞ୍ଚଳିକ ଓ ଆନ୍ତର୍ଜାତିକ ବିକାଶ ସମ୍ବନ୍ଧରେ ନିଜ ନିଜର ମତ ବିନିମୟ କରିଥିଲେ। ଏହା ସହ ଏବଂ ଶାନ୍ତି, ଜଳବାୟୁ ନ୍ୟାୟ, ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ଦକ୍ଷିଣ ବିଶ୍ୱର ସ୍ୱରକୁ ଦୃଢ଼ କରିବା ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ବହୁପାକ୍ଷିକ ମଞ୍ଚରେ ମୂଲ୍ୟବାନ ପାରସ୍ପରିକ ସମର୍ଥନ ପାଇଁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ।
ନେତାମାନେ ବର୍ତ୍ତମାନର ବିଶ୍ୱ ବାସ୍ତବତାକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବିସ୍ତାର ସମେତ ମିଳିତ ଜାତିସଂଘରେ ବ୍ୟାପକ ସଂସ୍କାରର ଆବଶ୍ୟକତାକୁ ପୁନଃଦୋହରାଇଥିଲେ। ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଏବଂ ବିଶ୍ୱ ସଂଘର୍ଷକୁ ସ୍ୱୀକାର କରି, ଉଭୟ ନେତା ଏସବୁର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତିକୁ ଆହ୍ୱାନ କରିଥିଲେ। ତ୍ରିନିଦାଦ ଏବଂ ଟୋବାଗୋ ଏକ ବିସ୍ତାରିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ପୂର୍ଣ୍ଣ ସମର୍ଥନ ପୁନଃଦୋହରାଇଥିଲେ। ଏହା ମଧ୍ୟ ସହମତ ହୋଇଥିଲା ଯେ ଭାରତ ୨୦୨୭-୨୮ ବର୍ଷ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ଅସ୍ଥାୟୀ ସଦସ୍ୟତା ପାଇଁ ତ୍ରିନିଦାଦ ଏବଂ ଟୋବାଗୋର ପ୍ରାର୍ଥୀତ୍ୱକୁ ସମର୍ଥନ କରିବ; ସେହିପରି ତ୍ରିନିଦାଦ ଏବଂ ଟୋବାଗୋ ୨୦୨୮-୨୯ ପାଇଁ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରିବ।
ପ୍ରଧାନମନ୍ତ୍ରୀ ମୋଦୀ ତ୍ରିନିଦାଦ ଏବଂ ଟୋବାଗୋ ସରକାର ଓ ଜନସାଧାରଣଙ୍କ ଦ୍ୱାରା ତାଙ୍କୁ ପ୍ରଦାନ କରାଯାଇଥିବା ଅସାଧାରଣ ଆତିଥ୍ୟ ପାଇଁ ତାଙ୍କର ହୃଦୟରୁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାରଙ୍କୁ ପାରସ୍ପରିକ ସୁବିଧାଜନକ ସମୟରେ ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୁବିଧାଜନକ ସମୟରେ ପୁନର୍ବାର ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତକୁ ଅତ୍ୟନ୍ତ ସଫଳ ସରକାରୀ ଗସ୍ତ ଭାବେ ଉଭୟ ରାଷ୍ଟ୍ର ଦରଶାଇଛନ୍ତି। ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ଏକ ନୂତନ ଯୁଗ ପାଇଁ ପଥ ପ୍ରଶସ୍ତ କରିଛି ଏବଂ ଏକ ଦୃଢ଼, ଅନ୍ତର୍ଭୁକ୍ତିମୂଳକ ଏବଂ ଭବିଷ୍ୟତମୁଖୀ ଭାରତ-ତ୍ରିନିଦାଦ ଏବଂ ଟୋବାଗୋ ସହଭାଗୀତା ପ୍ରତି ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛି।
****
/HP
PM @narendramodi and PM Kamla Persad-Bissessar of Trinidad & Tobago together planted a tree as part of the ‘Ek Ped Maa Ke Naam’ initiative. pic.twitter.com/IYxu9Twv79
— PMO India (@PMOIndia) July 4, 2025
PM @narendramodi held wide-ranging talks with PM Kamla Persad-Bissessar of Trinidad & Tobago, covering the full spectrum of bilateral relations. Both leaders agreed to deepen economic ties and enhance cooperation in areas such as disaster management, climate change, defence,… pic.twitter.com/4quGHZIalz
— PMO India (@PMOIndia) July 4, 2025
The talks with Prime Minister Kamla Persad-Bissessar covered the full range of India-Trinidad & Tobago friendship. We agreed that it is important to add further momentum to our economic partnership and focus on sectors such as disaster management, climate change and defence. pic.twitter.com/Chu0DIcmcz
— Narendra Modi (@narendramodi) July 4, 2025
Areas like technology, healthcare, pharmaceuticals, food processing and agriculture research also offer immense potential. We also discussed ways to boost people-to-people linkages with a focus on Yoga, sports and cultural exchanges.
— Narendra Modi (@narendramodi) July 4, 2025
Gratitude to Prime Minister Kamla Persad-Bissessar for taking part in the ‘Ek Ped Maa Ke Naam’ (a tree for Mother) movement.
— Narendra Modi (@narendramodi) July 4, 2025
India and Trinidad & Tobago understand the adverse effects of climate change and will do everything possible to make our planet greener and better. pic.twitter.com/L0OVpuPdod
Thank you Trinidad & Tobago. The moments here will never be forgotten. We’ve added new momentum to India-Trinidad & Tobago friendship. My gratitude to President Christine Carla Kangaloo, Prime Minister Kamla Persad-Bissessar, the Government and people of this wonderful nation. pic.twitter.com/iGTwfNPyEq
— Narendra Modi (@narendramodi) July 4, 2025